ୱକଫ ବିଧେୟକକୁ ନେଇ ହୋଇ ପାରୁନି ସହମତି, ବଢିଲା JPC କାର୍ଯ୍ୟକାଳ
ନୂଆଦିଲ୍ଲୀ ୨୭।୧୧: ୱକଫ ସମ୍ପର୍କିତ ନୂଆ ଆଇନକୁ ନେଇ ଆଉ ୨ ମାସ ଅପେକ୍ଷା କରିବାକୁ ପଡିପାରେ। ୱକଫ ସଂଶୋଧନ ବିଧେୟକକୁ ନେଇ ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ଓ ସଂସଦ ବହିଷ୍କାର ପରେ ବିଧେୟକ ଲାଗି ଗଠିତ ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି (ଜେପିସି) କାର୍ଯ୍ୟକାଳ ବୃଦ୍ଧି ପାଇଁ ଶେଷରେ ସହମତି ହୋଇଛି। ଜେପିସି ଏବେ ବଜେଟ ଅଧିବେଶନର ପୂର୍ବ ସପ୍ତାହରେ ତାଙ୍କ ରିପୋର୍ଟ ଦେବେ। ତେବେ ଜେପିସି କାର୍ଯ୍ୟକାଳ ବଢାଇବା ପାଇଁ ଚୂଡାନ୍ତ ନିଷ୍ପତ୍ତି ଲୋକସଭା ବାଚସ୍ପତି ନେବେ। ଏଣୁ ଏ ନେଇ ଗୁରୁବାର ବାଚସ୍ପତି ଅଧିକାରୀକ ଘୋଷଣ କରିପାରନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜେପିସି ନଭେମ୍ବର ୨୯ରେ ତାଙ୍କ ରିପୋର୍ଟ ସଂସଦରେ ଉପସ୍ଥାପନ କରିଥାନ୍ତେ। ଶୀତକାଳୀନ ଅଧିବେଶନର ଏଜେଣ୍ଡାରେ ସରକାର ବିଧେୟକକୁ ପ୍ରାଥମିକତା ଦେଇଥିଲେ। ଏଣୁ ମନେ କରାଯାଉଥିଲା ଜେପିସି ରିପୋର୍ଟ ପରେ ସରକାର ଗୃହରେ ବିଧେୟକକୁ ଗୃହୀତ କରାଇବେ। ଅନ୍ୟପଟେ ୱକଫ ପାଇଁ ଗଠିତ ଜେପିସିର କାର୍ଯ୍ୟକାଳ ବଢେଇବାକୁ ବିରୋଧୀ ଅନେକ ସମୟରୁ କରିଆସୁଛନ୍ତି। ଗତ ଦିନରେ ବିରୋଧୀ ଦଳ ସାଂସଦମାନେ ଏହାକୁ ନେଇ ଲୋକସଭା ଅଧ୍ୟକ୍ଷଙ୍କୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଜେପିସିର କାର୍ଯ୍ୟକାଳ ବଢିବ ବୋଲି ବଚସ୍ପତି ସାଂସଦମାନଙ୍କୁ ଆଶ୍ୱସ୍ତ କରିଥିଲେ। ବୁଧବାର ଡକାଯାଇଥିବା କମିଟି ବୈଠକରେ ବିରୋଧୀ ଦଳ ସଦସ୍ୟମାନେ କାର୍ଯ୍ୟକାଳ ବଢାଇବାକୁ ଦାବି କରିଥିଲେ। ହେଲେ
ନୂଆଦିଲ୍ଲୀ ୨୭।୧୧: ୱକଫ ସମ୍ପର୍କିତ ନୂଆ ଆଇନକୁ ନେଇ ଆଉ ୨ ମାସ ଅପେକ୍ଷା କରିବାକୁ ପଡିପାରେ। ୱକଫ ସଂଶୋଧନ ବିଧେୟକକୁ ନେଇ ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ଓ ସଂସଦ ବହିଷ୍କାର ପରେ ବିଧେୟକ ଲାଗି ଗଠିତ ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି (ଜେପିସି) କାର୍ଯ୍ୟକାଳ ବୃଦ୍ଧି ପାଇଁ ଶେଷରେ ସହମତି ହୋଇଛି। ଜେପିସି ଏବେ ବଜେଟ ଅଧିବେଶନର ପୂର୍ବ ସପ୍ତାହରେ ତାଙ୍କ ରିପୋର୍ଟ ଦେବେ।
ତେବେ ଜେପିସି କାର୍ଯ୍ୟକାଳ ବଢାଇବା ପାଇଁ ଚୂଡାନ୍ତ ନିଷ୍ପତ୍ତି ଲୋକସଭା ବାଚସ୍ପତି ନେବେ। ଏଣୁ ଏ ନେଇ ଗୁରୁବାର ବାଚସ୍ପତି ଅଧିକାରୀକ ଘୋଷଣ କରିପାରନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜେପିସି ନଭେମ୍ବର ୨୯ରେ ତାଙ୍କ ରିପୋର୍ଟ ସଂସଦରେ ଉପସ୍ଥାପନ କରିଥାନ୍ତେ। ଶୀତକାଳୀନ ଅଧିବେଶନର ଏଜେଣ୍ଡାରେ ସରକାର ବିଧେୟକକୁ ପ୍ରାଥମିକତା ଦେଇଥିଲେ। ଏଣୁ ମନେ କରାଯାଉଥିଲା ଜେପିସି ରିପୋର୍ଟ ପରେ ସରକାର ଗୃହରେ ବିଧେୟକକୁ ଗୃହୀତ କରାଇବେ।
ଅନ୍ୟପଟେ ୱକଫ ପାଇଁ ଗଠିତ ଜେପିସିର କାର୍ଯ୍ୟକାଳ ବଢେଇବାକୁ ବିରୋଧୀ ଅନେକ ସମୟରୁ କରିଆସୁଛନ୍ତି। ଗତ ଦିନରେ ବିରୋଧୀ ଦଳ ସାଂସଦମାନେ ଏହାକୁ ନେଇ ଲୋକସଭା ଅଧ୍ୟକ୍ଷଙ୍କୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଜେପିସିର କାର୍ଯ୍ୟକାଳ ବଢିବ ବୋଲି ବଚସ୍ପତି ସାଂସଦମାନଙ୍କୁ ଆଶ୍ୱସ୍ତ କରିଥିଲେ। ବୁଧବାର ଡକାଯାଇଥିବା କମିଟି ବୈଠକରେ ବିରୋଧୀ ଦଳ ସଦସ୍ୟମାନେ କାର୍ଯ୍ୟକାଳ ବଢାଇବାକୁ ଦାବି କରିଥିଲେ। ହେଲେ ଏହା ଚୂଡ଼ାନ୍ତ ବୈଠକ ଓ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ନଭେମ୍ବର ୨୯ରେ ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯିବାରୁ ସାଂସଦମାନେ ହୋ ହଲ୍ଲା କରିଥିଲେ।
ବୈଠକରେ ବିରୋଧୀ ସାଂସଦମାନଙ୍କ କଥା ଶୁଣା ନଯିବାରୁ ସେମାନେ ବୈଠକ ବହିଷ୍କାର କରିଥିଲେ। ବୈଠକକୁ ବହିଷ୍କାର କରିଥିବା ସାଂସଦଙ୍କ ମଧ୍ୟରେ କଲ୍ୟାଣ ବାନାର୍ଜୀ, ଗୌରବ ଗୋଗଇ, ସଞ୍ଜୟ ସିଂହ ଓ ଅସଦୁଦ୍ଦିନ ଓବେସୀ ପ୍ରମୁଖ କହିଥିଲେ ଯେ କମିଟି ଯେତେବେଳେ ନିଜ କାମ ସମ୍ପୂର୍ଣ୍ଣ କରିନି ରିପୋର୍ଟ କେମିତି ଦେବ? ସାଂସଦମାନେ କହିଥିଲେ ଯେ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ କମିଟିକୁ ବିହାର, ପଶ୍ଚିମବଙ୍ଗ ଓ ଜମ୍ମୁ-କାଶ୍ମୀର ଗସ୍ତ କରିବାର ଅଛି। ଏହା ସହିତ କିଛି ଅନ୍ୟ ପକ୍ଷକାରଙ୍କ ସହ ଏ ନେଇ ଆଲୋଚନା କରିବାର ଅଛି। ଏଥିରେ ଶାସକ ଦଳ ଚୂଡ଼ାନ୍ତ ରିପୋର୍ଟ କିପରି ଦେବ କହୁଛି ବୋଲି ପ୍ରଶ୍ନ କରିଛନ୍ତି।
ପ୍ରାୟ ଘଣ୍ଟାଏ କାଳ ଲାଗି ରହିଥିବା ଗତିରୋଧ ସମାପ୍ତ କରିବାକୁ ପରେ ଉଭୟ ପଟରୁ ପ୍ରୟାସ କରାଯାଇଥିଲା। ଏହା ପରେ କମିଟିର କାର୍ଯ୍ୟକାଳକୁ ବଜେଟ ଅଧିବେଶନର ପୂର୍ବ ସପ୍ତାହ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ପରେ ବୈଠକ ବହିଷ୍କାର କରିଥିବା ସଦସ୍ୟ ପୁଣି ବୈଠକକୁ ଫେରିଥିଲେ। କମିଟି ଆଗାମୀ ସଂସଦ ଅଧିବେଶନ ପୂର୍ବ ସପ୍ତାହରେ ରିପୋର୍ଟ ଦେବ ବୋଲି ସହମତି ହୋଇଥିଲା। ଯାହା ସମ୍ଭବତଃ ୪ ନଚେତ ୫ ଫେବୃଆରୀରେ ଦେବ।