ୱାକଫ ବିଲକୁ ନେଇ ଜେପିସି ବୈଠକରେ ହୋହଲ୍ଲା, ୧୦ ସାଂସଦଙ୍କୁ ଦିନକ ପାଇଁ ସସପେଣ୍ଡ

ନୂଆଦିଲ୍ଲୀ: ୱାକଫ ବିଲକୁ ନେଇ ବସିଥିବା ଜେପିସି ବୈଠକରେ ହୋହଲ୍ଲା । ଦିଲ୍ଲୀରେ ବସିଥିବା ଏହି ବୈଠକରେ ପ୍ରବଳ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ସାଂସଦମାନଙ୍କୁ ଦିନକ ପାଇଁ ସସପେଣ୍ଡ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦମାନେ ହେଲେ କଲ୍ଯାଣ ବାନାର୍ଜୀ, ମହମ୍ମଦ ଜବାଦ, ଏ. ରାଜା, ଅସଦୁଦ୍ଦିନ ଓବେସୀ, ନାସିର ହୁସେନ, ମୋହିବୁଲ୍ଲା, ଏମ. ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦିମୁଲ […]

ୱାକଫ ବିଲକୁ ନେଇ ଜେପିସି ବୈଠକରେ ହୋହଲ୍ଲା, ୧୦ ସାଂସଦଙ୍କୁ ଦିନକ ପାଇଁ ସସପେଣ୍ଡ
Untitled 1 66

ନୂଆଦିଲ୍ଲୀ: ୱାକଫ ବିଲକୁ ନେଇ ବସିଥିବା ଜେପିସି ବୈଠକରେ ହୋହଲ୍ଲା । ଦିଲ୍ଲୀରେ ବସିଥିବା ଏହି ବୈଠକରେ ପ୍ରବଳ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ସାଂସଦମାନଙ୍କୁ ଦିନକ ପାଇଁ ସସପେଣ୍ଡ କରାଯାଇଛି।

ନିଲମ୍ବିତ ହୋଇଥିବା ସାଂସଦମାନେ ହେଲେ କଲ୍ଯାଣ ବାନାର୍ଜୀ, ମହମ୍ମଦ ଜବାଦ, ଏ. ରାଜା, ଅସଦୁଦ୍ଦିନ ଓବେସୀ, ନାସିର ହୁସେନ, ମୋହିବୁଲ୍ଲା, ଏମ. ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦିମୁଲ ହକ ଏବଂ ଇମରାନ ମାସୁଦ। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ ଏହି ସାଂସଦମାନେ। ପରେ ବୈଠକକୁ ସପ୍ତାହେ ଘୁଞ୍ଚାଇବା ଲାଗି ବିରୋଧୀ ଦଳର ସଦସ୍ଯମାନେ ଦାବି କରିଥିଲେ। ଯାହାକୁ ଗ୍ରହଣ କରାଯାଇ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ସାଂସଦଙ୍କ କହିବା କଥା ହେଲା ଜାନୁଆରୀ ୩୦ ଓ ୩୧ରେ ବୈଠକ ବସୁ। ମାତ୍ର ଏହି ପ୍ରସ୍ତାବକୁ ଗ୍ରହଣ କରାଗଲା ନାହିଁ। ବିଲର ବିଭିନ୍ନ ଧାରା ସମ୍ପର୍କରେ ଆଲୋଚନା ଲାଗି ତଥ୍ଯ ଯୋଗାଡ ପାଇଁ ଅଧିକ ସମୟ ମାଗିଥିଲେ ସଦସ୍ୟ। ହେଲେ ସେମାନଙ୍କ ଅନୁରୋଧକୁ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି।।

ରାଜ୍ଯ ୱାକଫ ବୋର୍ଡ, ଏହାର ପଞ୍ଜିକରଣ, ୱାକଫ ସମ୍ପତ୍ତିର ସର୍ଭେ ଓ ଜବରଦଖଲ ହଟାଇବା ଲାଗି ଏହି ବିଲ୍ ଉଦ୍ଦିଷ୍ଟ ବୋଲି ସରକାର କହୁଥିବାବେଳେ ଏହା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କହି ଆସୁଛନ୍ତି ବିରୋଧୀ। ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ସ୍ଥାନ ଦେବା ପ୍ରସଙ୍ଗ ନେଇ ଜାରି ରହିଛି ଅସନ୍ତୋଷ।