ୱାକଫ ବିଲ୍ ନେଇ ଥମୁନି ଝଡ଼ ; ଆଜି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବ ଆରଜେଡି

ନନ୍ଦିଘୋଷ ବ୍ୟୁରୋ: ୱାକଫ ବିଲ୍ ଆଇନରେ ପରିଣତ ହେବା ସତ୍ତ୍ବେ ଥମୁନି ଝଡ଼। ଏଥିରେ ଥିବା କେତେକ ବ୍ୟବସ୍ଥା ବିରୋଧରେ... The post ୱାକଫ ବିଲ୍ ନେଇ ଥମୁନି ଝଡ଼ ; ଆଜି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବ ଆରଜେଡି appeared first on .

ୱାକଫ ବିଲ୍ ନେଇ ଥମୁନି ଝଡ଼ ; ଆଜି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବ ଆରଜେଡି

ନନ୍ଦିଘୋଷ ବ୍ୟୁରୋ: ୱାକଫ ବିଲ୍ ଆଇନରେ ପରିଣତ ହେବା ସତ୍ତ୍ବେ ଥମୁନି ଝଡ଼। ଏଥିରେ ଥିବା କେତେକ ବ୍ୟବସ୍ଥା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ରାଷ୍ଟ୍ରୀୟ ଜନତା ଦଳ। ଏନେଇ ଆଜି ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯିବ। ଏନେଇ ସୂଚନା ଦେଇଥିଲେ ଆରଜେଡି ସାଂସଦ ମନୋଜ ଝା । ପୂର୍ବରୁ ଗତ ୪ ତାରିଖରେ କଂଗ୍ରେସ ସାଂସଦ ମହମ୍ମଦ ଜାବେଦ ସୁପ୍ରିମକୋର୍ଟରେ ବିଲ୍ ବିରୋଧରେ ପିଟିସନ ଦାୟର କରିଥିଲେ । ସମ୍ବିଧାନର ଧାରା ୧୪, ୨୫, ୨୬, ୨୯ କ୍ଷୁଣ୍ଣ ହେଉଥିବା ନେଇ ସେ ଦର୍ଶାଇଥିଲେ। ସେହି ୪ ତାରିଖରେ ବି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସି ବି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ।

ଏପ୍ରିଲ ୨ ତାରିଖରେ ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିବାବେଳେ ୩ ତାରିଖରେ ରାଜ୍ୟସଭାରେ ବିଲକୁ ମିଳିଥିଲା ସ୍ବୀକୃତି । ଲୋକସଭାରେ ବିଲ୍ ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ ଭୋଟି ମିଳିଥିଲା । ସେହିଭଳି ରାଜ୍ୟସଭାରେ ବିଲ୍ ସପକ୍ଷରେ ୧୨୮ ଓ ବିପକ୍ଷରେ ୯୫ ଭୋଟ ପଡିଥିଲା । ଗତ ୫ ତାରିଖରେ ୱାକଫ ବିଲରେ ରାଷ୍ଟ୍ରପତିଙ୍କ ମୋହର ଲାଗିଥିଲା।

The post ୱାକଫ ବିଲ୍ ନେଇ ଥମୁନି ଝଡ଼ ; ଆଜି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବ ଆରଜେଡି appeared first on .