ୱାକଫ୍ ବୋର୍ଡ ଆଇନ୍ ସଂଶୋଧନ ବିରୋଧରେ ବାହାରିଲେ ଅଖିଳେଶଙ୍କ ସମେତ ଅନେକ ନେତା
ନୂଆଦିଲ୍ଲୀ, ୦୮।୦୮: ୱାକଫ୍ ବୋର୍ଡ ଆଇନ୍ ସଂଶୋଧନକୁ ଖୋଲାଖୋଲି ଭାବେ କେତେକ ବିପକ୍ଷ ଦଳର ନେତା ବିରୋଧ କରିଛନ୍ତି । ସମାଜବାଦି ପାର୍ଟି ନେତା ଅଖିଳେଶ ଯାଦବ ଏନେଇ ଟ଼୍ବିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ୱାକଫ୍ ବୋର୍ଡର ଏ ସମସ୍ତ ସଂଶୋଧନ ବାସ୍ ଏକ ବାହାନା ବୋଲି ସେ କହିଛନ୍ତି । ରକ୍ଷା, ରେଳ, ନଞ୍ଜୁଲ ଜମି ବିକ୍ରୟ ଭଳି ଜମି ବିକ୍ରି ଏହାର ଲକ୍ଷ୍ୟ । ଏହା ଲିଖିତ ଭାବେ ସରକାର […] The post ୱାକଫ୍ ବୋର୍ଡ ଆଇନ୍ ସଂଶୋଧନ ବିରୋଧରେ ବାହାରିଲେ ଅଖିଳେଶଙ୍କ ସମେତ ଅନେକ ନେତା appeared first on Dharitri Odia News.
ନୂଆଦିଲ୍ଲୀ, ୦୮।୦୮: ୱାକଫ୍ ବୋର୍ଡ ଆଇନ୍ ସଂଶୋଧନକୁ ଖୋଲାଖୋଲି ଭାବେ କେତେକ ବିପକ୍ଷ ଦଳର ନେତା ବିରୋଧ କରିଛନ୍ତି । ସମାଜବାଦି ପାର୍ଟି ନେତା ଅଖିଳେଶ ଯାଦବ ଏନେଇ ଟ଼୍ବିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ୱାକଫ୍ ବୋର୍ଡର ଏ ସମସ୍ତ ସଂଶୋଧନ ବାସ୍ ଏକ ବାହାନା ବୋଲି ସେ କହିଛନ୍ତି । ରକ୍ଷା, ରେଳ, ନଞ୍ଜୁଲ ଜମି ବିକ୍ରୟ ଭଳି ଜମି ବିକ୍ରି ଏହାର ଲକ୍ଷ୍ୟ । ଏହା ଲିଖିତ ଭାବେ ସରକାର ଗ୍ୟାରେଣ୍ଟି ଦିଅନ୍ତୁ ଯେ ୱାକଫ୍ ବୋର୍ଡର ଜମି ବିକ୍ରି କରାଯାଇପାରିବ ନାହିଁ । ଭାଜପା ରିଅଲ୍ ଇଷ୍ଟେଟ୍ କମ୍ପାନୀ ଭଳି କାମ କରୁଛି । ଜନତା ସ୍ଥାନରେ ଜମିନ୍ ଲେଖି ଏହାର ନୂଆ ନାମକରଣ କରିବାକୁ ସେ ଏହି ଟ଼୍ବିଟ୍ରେ ଲେଖିଛନ୍ତି।
ଏଥି ସହ ଶରଦ ପାୱାର ଦଳର ଏନସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ ତାଙ୍କ ଦଳ ଏହି ବିଲକୁ ବିରୋଧ କରିବ। ଅଧିକ ସୁପାରିଶ ପାଇଁ ଏହି ବିଲ ଏକ ସ୍ଥାୟୀ କମିଟି ନିକଟକୁ ପଠାଯିବା ଉଚିତ କିମ୍ବା ମିଳିତ ସଂସଦୀୟ କମିଟି ଗଠନ କରାଯିବା ଉଚିତ୍। ଆରଜେଡି ସାଂସଦ ମିସା ଭାରତୀ କହିଛନ୍ତି ଯେ ମୁଁ ଭାବୁଛି INDIA ମିଳିତ ମେଣ୍ଟର ସମସ୍ତ ଦଳ ଏହାକୁ ବିରୋଧ କରିବେ ଏବଂ ଆରଜେଡି ମଧ୍ୟ ଏହାକୁ ବିରୋଧ କରିବ। ସରକାରଙ୍କ ଅନ୍ୟାନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି ଏବଂ ସେଗୁଡ଼ିକ ଉପରେ କୌଣସି ଆଲୋଚନା ହୋଇନାହିଁ । ସେହି ପ୍ରସଙ୍ଗଗୁଡ଼ିକ ଆଗରୁ ଅଣାଯିବାର ଥିଲା ।
The post ୱାକଫ୍ ବୋର୍ଡ ଆଇନ୍ ସଂଶୋଧନ ବିରୋଧରେ ବାହାରିଲେ ଅଖିଳେଶଙ୍କ ସମେତ ଅନେକ ନେତା appeared first on Dharitri Odia News.