ୱେବ ସିରିଜ୍ ‘IC814’କୁ ନେଇ ବିବାଦ, ନେଟଫ୍ଲିକ୍ସ କଣ୍ଟେଣ୍ଟ ହେଡଙ୍କୁ ଜାରି ହେଲା ସମନ

ନୂଆଦିଲ୍ଲୀ : ନେଟଫ୍ଲିକ୍ସ ୱେବ ସିରିଜ୍ ‘ଆଇସି-୮୧୪’କୁ ନେଇ ଏବେ ବିବାଦ ତେଜିଛି। ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଏହି ୱେବ ସିରିଜକୁ ଦର୍ଶକଙ୍କ ବେଶେ ଆଦୃତି ମାଳିଥିବା ବେଳେ ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଛି। ଏହି ବିବାଦରେ ଏବେ ଏକ ବଡ଼ ମୋଡ଼ ଆସିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସରାଣ ମନ୍ତ୍ରାଳୟ ନେଟ୍ ଫ୍ଲିକ୍ସ କଣ୍ଟେଣ୍ଟ ହେଡଙ୍କୁ ଦିଲ୍ଲୀ ସମନ କରିଛନ୍ତି। ଅଧିକାରୀକ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ନେଟଫ୍ଲିକ୍ସ ଇଣ୍ଡିଆ କେଣ୍ଟଣ୍ଟ ହେଡଙ୍କୁ ମଙ୍ଗଳବାର ହାଜର ହେବାକୁ ସମନ କରାଯାଇଛି ଓ କଥିତ ବିବାଦୀୟ ଦିଗ ଉପରେ ସ୍ପଷ୍ଟିକରଣ ମଗାଯାଇଛି। ଆଇସି-୮୧୪ ଉପରେ ଅନେକ ଲୋକ ଅଭିଯୋଗ କରୁଛନ୍ତି ଯେ ସୋ ରେ ଆତଙ୍କବାଦୀଙ୍କ ବାସ୍ତବ ନାମ ଲୁଚେଇବାକୁ ଚେଷ୍ଟା କରାଯାଇଛି। ଏ କଥାକୁ ନେଇ ଲୋକେ ସୋକୁ ବିରୋଧ କରୁଛନ୍ତି ଓ ସୋସିଆଲ ମିଡିଆରେ ‘ନେଟଫ୍ଲିକ୍ସ ବୟକଟ୍’ ହାସ୍ ଟ୍ୟାଗ୍ ଟ୍ରେଣ୍ଡ କରାଉଛନ୍ତି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଆଇସି-୮୧୪ ଡିସେମ୍ବର ୧୯୯୯ରେ ହୋଇଥିବା ବାସ୍ତବିକ ଘଟଣା ଉପରେ ଆଧାରିତ। ନେପାଳର କାଠମାଣ୍ଡୁରୁ ନୂଆ ଦିଲ୍ଲୀ ଉଡାଣ କରିଥିବା ଇଣ୍ଡିଆନ ଏୟାର ଲାଇନ୍ସ ଫ୍ଲାଇଟ ନମ୍ବର ଆଇସି-୮୧୪କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। It’s really amusing to see the people who took movies like Kashmir Files as the gospel truth having a melt down at the way the event

ୱେବ ସିରିଜ୍ ‘IC814’କୁ ନେଇ ବିବାଦ, ନେଟଫ୍ଲିକ୍ସ କଣ୍ଟେଣ୍ଟ ହେଡଙ୍କୁ ଜାରି ହେଲା ସମନ

ନୂଆଦିଲ୍ଲୀ : ନେଟଫ୍ଲିକ୍ସ ୱେବ ସିରିଜ୍ ‘ଆଇସି-୮୧୪’କୁ ନେଇ ଏବେ ବିବାଦ ତେଜିଛି। ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଏହି ୱେବ ସିରିଜକୁ ଦର୍ଶକଙ୍କ ବେଶେ ଆଦୃତି ମାଳିଥିବା ବେଳେ ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଛି। ଏହି ବିବାଦରେ ଏବେ ଏକ ବଡ଼ ମୋଡ଼ ଆସିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସରାଣ ମନ୍ତ୍ରାଳୟ ନେଟ୍ ଫ୍ଲିକ୍ସ କଣ୍ଟେଣ୍ଟ ହେଡଙ୍କୁ ଦିଲ୍ଲୀ ସମନ କରିଛନ୍ତି। ଅଧିକାରୀକ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ନେଟଫ୍ଲିକ୍ସ ଇଣ୍ଡିଆ କେଣ୍ଟଣ୍ଟ ହେଡଙ୍କୁ ମଙ୍ଗଳବାର ହାଜର ହେବାକୁ ସମନ କରାଯାଇଛି ଓ କଥିତ ବିବାଦୀୟ ଦିଗ ଉପରେ ସ୍ପଷ୍ଟିକରଣ ମଗାଯାଇଛି। 

ଆଇସି-୮୧୪ ଉପରେ ଅନେକ ଲୋକ ଅଭିଯୋଗ କରୁଛନ୍ତି ଯେ ସୋ ରେ ଆତଙ୍କବାଦୀଙ୍କ ବାସ୍ତବ ନାମ ଲୁଚେଇବାକୁ ଚେଷ୍ଟା କରାଯାଇଛି। ଏ କଥାକୁ ନେଇ ଲୋକେ ସୋକୁ ବିରୋଧ କରୁଛନ୍ତି ଓ ସୋସିଆଲ ମିଡିଆରେ ‘ନେଟଫ୍ଲିକ୍ସ ବୟକଟ୍’ ହାସ୍ ଟ୍ୟାଗ୍ ଟ୍ରେଣ୍ଡ କରାଉଛନ୍ତି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଆଇସି-୮୧୪ ଡିସେମ୍ବର ୧୯୯୯ରେ ହୋଇଥିବା ବାସ୍ତବିକ ଘଟଣା ଉପରେ ଆଧାରିତ। ନେପାଳର କାଠମାଣ୍ଡୁରୁ ନୂଆ ଦିଲ୍ଲୀ ଉଡାଣ କରିଥିବା ଇଣ୍ଡିଆନ ଏୟାର ଲାଇନ୍ସ ଫ୍ଲାଇଟ ନମ୍ବର ଆଇସି-୮୧୪କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। 


ଏହି ବିମାନ ଅପହରଣ କାଣ୍ଡରେ ଯାତ୍ରୀଙ୍କ ଜୀବନ ବଦଳେ ଭାରତ ସରକାରଙ୍କୁ ଆତଙ୍କବାଦୀଙ୍କ ଦାବି ସ୍ୱୀକାର କରିବାକୁ ପଡିଥିଲା। ଅପହରଣକାରୀମାନେ ଘଟଣାକାଳରେ ସେମାନଙ୍କ ବାସ୍ତବ ନାମ ବଦଳେ କୋଡ ନେମ ବର୍ଗର, ଚିଫ, ଶଙ୍କର ଓ ଭୋଲା ଆଦି କୋଡ ନେମ ବ୍ୟବହାର କରୁଥିଲେ। ଏଣୁ ଦର୍ଶକ ସୋସିଆଲ ମିଡିଆରେ ଆତଙ୍କବାଦୀଙ୍କ ବାସ୍ତବ ନାମ ଲୁଚେଇବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରୁଛନ୍ତି। ଏହାକୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ବିରୋଧ କରାଯାଉଥିବା ବେଳେ ଲୋକେ ସୋସିଆଲ ମିଡିଆରେ ‘ବୟକଟ୍’ ହାସ ଟ୍ୟାଗ୍ ଟ୍ରେଣ୍ଡ କରାଉଛନ୍ତି।  


ଏ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲା ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। କହିଛନ୍ତି ଯେଉଁମାନେ ‘କାଶ୍ମୀର ଫାଇଲସ୍’ ଭଳି ଫିଲ୍ମକୁ ଈଶ୍ୱରଙ୍କ ସତ୍ୟ ମାନିଥିଲେ ସେମାନେ ନେଟଫ୍ଲିକ୍ସ ସୋ ଆଇସି-୮୧୪ଘଟଣାବଳିକୁ ଦେଖାଯିବାର ଉପାୟ ଉପରେ ଏବେ ଅସନ୍ତୁଷ୍ଟ ହେଉଥିବା ବାସ୍ତବିକ କୌତୁହଳ ପୂର୍ଣ୍ଣ । ଏବେ ଅଚାନକ ସେମାନଙ୍କୁ ସ୍କ୍ରିପ୍ଟରେ ଆକ୍ୟୁରେସି ବି ଦରକାର ପଡୁଛି। ସେପଟେ ବିଜେପି ସାଂସଦ କଙ୍ଗନା ରଣାଓତ ତାଙ୍କ ଫିଲ୍ମ ଅଟକି ଯାଇଥିବାରୁ ପରୋକ୍ଷରେ ଆଇସି-୮୧୪ବିବାଦକୁ ନେଇ କମେଣ୍ଟ କରିଛନ୍ତି ଏବଂ ଓଟିଟି ପ୍ଲାଟଫର୍ମର ସ୍ୱାଧୀନତା ନେଇ ପ୍ରଶ୍ନ ଉଠାଇଛନ୍ତି।