ୱେବ୍‌ ଚ୍ୟାନେଲ ବିରୋଧରେ ଅଭିଯୋଗ କଲେ ମନୋଜ

ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।

ୱେବ୍‌ ଚ୍ୟାନେଲ ବିରୋଧରେ ଅଭିଯୋଗ କଲେ ମନୋଜ

ସୋସିଆଲ୍ ମିଡ଼ିଆରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର। ସୋସିଆଲ୍ ମିଡ଼ିଆ, ବିଶେଷ କରି ଏକ ୱେବ୍ ଚାନେଲ୍ ଏବଂ ନିର୍ଦ୍ଧିଷ୍ଟ କିଛି ୟୁଟ୍ୟୁବର୍ସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମନୋଜ। ଭୁବନେଶ୍ୱର ସାଇବର ଥାନାର ସେ ଦ୍ୱାରସ୍ଥ ହୋଇଛନ୍ତି। କେବଳ ମନୋଜ ନୁହଁନ୍ତି, କିଛିଦିନ ତଳେ ସେ ଦ୍ୱିତୀୟ ବିବାହ କରିଥିବା ପତ୍ନୀ ମଧ୍ୟ ସାଙ୍ଗରେ ପହଞ୍ଚିଛନ୍ତି ସାଇବର ଥାନାରେ।

ମନୋଜଙ୍କ ଅଭିଯୋଗ, ଆଇନସମ୍ମତ ଭାବେ ସେ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରଥମ ପତ୍ନୀ ସହ ବିବାହ ବିଛେଦ ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ତାକୁ ନେଇ ନିର୍ଦ୍ଦିଷ୍ଟ ଏକ ୱେବ୍ ଚାନେଲ୍ ଏବଂ କିଛି ୟୁଟ୍ୟୁବର୍ସ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି। ଏପରିକି ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।