ଅଜଣା ଗାଡି ଧକ୍କାରେ ପୂର୍ବତନ ସମିତିସଭ୍ୟଙ୍କ ମୃତ୍ୟୁ, ଅଞ୍ଚଳ ବ୍ୟାପି ଶୋକର ଛାୟା
କଳାହାଣ୍ଡି,୦୪/୦୭-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦିନ ପ୍ରତିଦିନ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି। ଆଜି ସନ୍ଧ୍ୟାରେ ଏହି ରାସ୍ତାର ଛତିକୁଡା ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଅଭିମନ୍ୟୁ ମୁଣ୍ଡାଙ୍କ ଦୁଃଖଦ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାନୁସାରେ, ଅଭିମନ୍ୟୁ କୌଣସି କାମରେ ଭବାନୀପାଟଣା ଯାଇ ଆଜି ସନ୍ଧ୍ୟାରେ ନିଜର ଏଭେଞ୍ଜର ବାଇକରେ ଫେରୁଥିବାବେଳେ ଛତିକୁଡା […] The post ଅଜଣା ଗାଡି ଧକ୍କାରେ ପୂର୍ବତନ ସମିତିସଭ୍ୟଙ୍କ ମୃତ୍ୟୁ, ଅଞ୍ଚଳ ବ୍ୟାପି ଶୋକର ଛାୟା appeared first on Odisha.News.
କଳାହାଣ୍ଡି,୦୪/୦୭-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦିନ ପ୍ରତିଦିନ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି। ଆଜି ସନ୍ଧ୍ୟାରେ ଏହି ରାସ୍ତାର ଛତିକୁଡା ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଅଭିମନ୍ୟୁ ମୁଣ୍ଡାଙ୍କ ଦୁଃଖଦ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାନୁସାରେ, ଅଭିମନ୍ୟୁ କୌଣସି କାମରେ ଭବାନୀପାଟଣା ଯାଇ ଆଜି ସନ୍ଧ୍ୟାରେ ନିଜର ଏଭେଞ୍ଜର ବାଇକରେ ଫେରୁଥିବାବେଳେ ଛତିକୁଡା ଛକ ନିକଟସ୍ଥ ତାରିଣୀ ଢ଼ାବା ସାମ୍ନାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା। ଏହି ଧକ୍କାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।
The post ଅଜଣା ଗାଡି ଧକ୍କାରେ ପୂର୍ବତନ ସମିତିସଭ୍ୟଙ୍କ ମୃତ୍ୟୁ, ଅଞ୍ଚଳ ବ୍ୟାପି ଶୋକର ଛାୟା appeared first on Odisha.News.