ଅନୁଗୁଳରେ ମାତିଛି ପାଗଳ କୁକୁର: ଯାହାକୁ ଦେଖୁଛି କାମୁଡ଼ିଛି, ୨୨ରୁ ଅଧିକ ଆହତ
ଅନୁଗୁଳ: ଅନୁଗୁଳରେ ମାତିଛି ପାଗଳ କୁକୁର । ପାଗଳ କୁକୁର କାମୁଡାରେ ୨୨ରୁ ଅଧିକ ଆହତ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ କୃଷ୍ଣ ଚନ୍ଦ୍ର ବେହେରା, ଆୟୁଷ୍ମାନ ଦେହୁରୀ, ଅଭିରାମ ମାଝୀ, ଗୋଲଖ ନାଏକ, ବାବୁ ଦାସ, ଲକ୍ଷ୍ମୀ ପ୍ରିୟା ବେହେରାଙ୍କ ପରିଚୟ ମିଳି ପାରିଥିବା ବେଳେ ଅନ୍ୟ ମାନଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ , ଅନୁଗୁଳ ସହରରେ ଗୋଟିଏ ପାଗଳ […] The post ଅନୁଗୁଳରେ ମାତିଛି ପାଗଳ କୁକୁର: ଯାହାକୁ ଦେଖୁଛି କାମୁଡ଼ିଛି, ୨୨ରୁ ଅଧିକ ଆହତ appeared first on KNews Odisha.

ଅନୁଗୁଳ: ଅନୁଗୁଳରେ ମାତିଛି ପାଗଳ କୁକୁର । ପାଗଳ କୁକୁର କାମୁଡାରେ ୨୨ରୁ ଅଧିକ ଆହତ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ କୃଷ୍ଣ ଚନ୍ଦ୍ର ବେହେରା, ଆୟୁଷ୍ମାନ ଦେହୁରୀ, ଅଭିରାମ ମାଝୀ, ଗୋଲଖ ନାଏକ, ବାବୁ ଦାସ, ଲକ୍ଷ୍ମୀ ପ୍ରିୟା ବେହେରାଙ୍କ ପରିଚୟ ମିଳି ପାରିଥିବା ବେଳେ ଅନ୍ୟ ମାନଙ୍କ ପରିଚୟ ମିଳିପାରିନାହିଁ ।
ସୂଚନା ଅନୁସାରେ , ଅନୁଗୁଳ ସହରରେ ଗୋଟିଏ ପାଗଳ କୁକୁର ବୁଲୁଛି । ଯାହା ଫଳରେ ଯାହାକୁ ଦେଖୁଛି, ତାଙ୍କୁ କାମୁଡି ରକ୍ତାକ୍ତ କରୁଛି । ଛୋଟ ଛୁଆ ଠାରୁ ଆରମ୍ଭକରି ବଡ଼ ଲୋକ ପର୍ଯ୍ୟନ୍ତ ତଥା ପାଖାପାଖି ୨୨ ରୁ ଅଧିକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଶୁଶୁଡା, କଲେଜ ଛକ, ହାଟ ଛକ, ହୁଲୁରିସିଂହା, ହେମସୁରପଡା ଅଞ୍ଚଳରେ ଏହି ପାଗଳ କୁକୁରଟି ବୁଲି ବୁଲି ଯାହାକୁ ଦେଖୁଛି ତାକୁ କାମୁଡ଼ି ଦେଉଛି । ପାଗଳ କୁକୁର କାମୁଡ଼ାରେ ବହୁ ଲହୁଲୁହାଣ ହୋଇଥିବା ଜଣା ପଡିଛି ।
ଆହୁରି ପଢ଼ନ୍ତୁ : ପାନ ଦୋକାନରେ ଲାଗିଲା ନିଆଁ, ମହିଳା ଜୀବନ୍ତ ଦଗ୍ଧ
The post ଅନୁଗୁଳରେ ମାତିଛି ପାଗଳ କୁକୁର: ଯାହାକୁ ଦେଖୁଛି କାମୁଡ଼ିଛି, ୨୨ରୁ ଅଧିକ ଆହତ appeared first on KNews Odisha.