ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର, ପରୀକ୍ଷା ଦେବାରେ ବି ଲାଗିବ ରୋକ୍‌

ନୂଆଦିଲ୍ଲୀ,୩୧ା୭: ବିବାଦ ଘେରରେ ରହିଥିବା ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ବିରୋଧରେ ୟୁପିଏସ୍‌ସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସେ ଆଉ ଆଇଏଏସ୍‌ ରହିବେ ନାହିଁ। ୟୁପିଏସ୍‌ସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ହାଜର ହେବାରେ ବି ରୋକ୍‌ ଲଗାଇଛି। ଏହା ବ୍ୟତୀତ ଆୟୋଗ ଦ୍ୱାରା ସିଏସ୍‌ଇ-୨୦୨୨ ପାଇଁ ତାଙ୍କର ପ୍ରାର୍ଥିପତ୍ର ବାତିଲ କରାଯାଇଛି। ୟୁପିଏସ୍‌ସି କହିଛି ଯେ, ସମସ୍ତ ରେକର୍ଡ ଯାଞ୍ଚ କରିବା ପରେ ପୂଜା ସିଏସ୍‌ଇ-୨୦୨୨ ନିୟମ ଉଲ୍ଲଂଘନ କରିଛନ୍ତି। କମିଶନ […] The post ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର, ପରୀକ୍ଷା ଦେବାରେ ବି ଲାଗିବ ରୋକ୍‌ appeared first on Dharitri Odia News.

ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର, ପରୀକ୍ଷା ଦେବାରେ ବି ଲାଗିବ ରୋକ୍‌

ନୂଆଦିଲ୍ଲୀ,୩୧ା୭: ବିବାଦ ଘେରରେ ରହିଥିବା ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ବିରୋଧରେ ୟୁପିଏସ୍‌ସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସେ ଆଉ ଆଇଏଏସ୍‌ ରହିବେ ନାହିଁ। ୟୁପିଏସ୍‌ସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ହାଜର ହେବାରେ ବି ରୋକ୍‌ ଲଗାଇଛି। ଏହା ବ୍ୟତୀତ ଆୟୋଗ ଦ୍ୱାରା ସିଏସ୍‌ଇ-୨୦୨୨ ପାଇଁ ତାଙ୍କର ପ୍ରାର୍ଥିପତ୍ର ବାତିଲ କରାଯାଇଛି। ୟୁପିଏସ୍‌ସି କହିଛି ଯେ, ସମସ୍ତ ରେକର୍ଡ ଯାଞ୍ଚ କରିବା ପରେ ପୂଜା ସିଏସ୍‌ଇ-୨୦୨୨ ନିୟମ ଉଲ୍ଲଂଘନ କରିଛନ୍ତି। କମିଶନ ଗତ ୧୫ ବର୍ଷର ସିଏସ୍‌ଇର ତଥ୍ୟ ସମୀକ୍ଷା କରିଥିଲେ, ଯେଉଁଥିରେ ୧୫ ହଜାରରୁ ଅଧିକ ପ୍ରାର୍ଥୀ ଅନ୍ତର୍ଭୁକ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ପୂଜାଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ବୁଧବାର ପୂଜାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି ଦିଲ୍ଲୀ କୋର୍ଟରେ ଅନୁଷ୍ଠିତ ହୋଇଥିଲା। କୋର୍ଟଙ୍କ ଶୁଣାଣି ପରେ ଏହା ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛି। ଅଗଷ୍ଟ ୧ରେ କୋର୍ଟ ନିଜର ରାୟ ଶୁଣାଇବେ।

The post ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର, ପରୀକ୍ଷା ଦେବାରେ ବି ଲାଗିବ ରୋକ୍‌ appeared first on Dharitri Odia News.