ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଶୀର୍ଷକ ନିମ୍ନରେ ଲେଖାଥିଲା-ଏହି ନିଷ୍ପତ୍ତି ବର୍ତ୍ତମାନ ମାନବ ଅଧିକାର ପରିଷଦ ଏବଂ କେତେକ ୟୁଏନ୍‌ଜିଏ ସଂସ୍ଥାରେ ଭୋଟ ଦେବାରେ ଭାରତର କ୍ଷମତା ଉପରେ ପ୍ରଭାବ ପକାଇପାରେ। ଏନ୍‌ଏଚ୍‌ଆର୍‌ସି ବା ଜାତୀୟ ମାନବ ଅଧିକାର ଆୟୋଗର ମାନ୍ୟତାକୁ କାହିଁକି ସ୍ଥଗିତ ରଖାଯାଇଥିଲା ତାହା ଏହି ସ୍ତମ୍ଭରେ ଉଲ୍ଲେଖ କରାଯାଉଛି। […] The post ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି appeared first on Dharitri Odia News.

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଶୀର୍ଷକ ନିମ୍ନରେ ଲେଖାଥିଲା-ଏହି ନିଷ୍ପତ୍ତି ବର୍ତ୍ତମାନ ମାନବ ଅଧିକାର ପରିଷଦ ଏବଂ କେତେକ ୟୁଏନ୍‌ଜିଏ ସଂସ୍ଥାରେ ଭୋଟ ଦେବାରେ ଭାରତର କ୍ଷମତା ଉପରେ ପ୍ରଭାବ ପକାଇପାରେ। ଏନ୍‌ଏଚ୍‌ଆର୍‌ସି ବା ଜାତୀୟ ମାନବ ଅଧିକାର ଆୟୋଗର ମାନ୍ୟତାକୁ କାହିଁକି ସ୍ଥଗିତ ରଖାଯାଇଥିଲା ତାହା ଏହି ସ୍ତମ୍ଭରେ ଉଲ୍ଲେଖ କରାଯାଉଛି। ୯ ମାର୍ଚ୍ଚ ୨୦୨୩ ରେ ଅଣ-ସରକାରୀ ସଂଗଠନର ଏକ ଗୋଷ୍ଠୀ(ମୋ ସଂଗଠନ ସମେତ) ମିଳିତ ଜାତିସଂଘ ସହ ଜଡ଼ିତ ସଂସ୍ଥା ଗ୍ଲୋବାଲ ଆଲାଏନ୍ସ ଅଫ୍‌ ନ୍ୟାଶନାଲ ହ୍ୟୁମାନ୍‌ ରାଇଟ୍ସ ଇନ୍‌ଷ୍ଟିଚ୍ୟୁଶନ୍ସ (ଜିଏଏନ୍‌ଏଚ୍‌ଆର୍‌ଆଇ)କୁ ଚିଠି ଲେଖିଥିଲେ। ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାର ସ୍ଥିତି ସମୀକ୍ଷା କରିବାକୁ ଆମେ ଜଣାଇଥିଲୁ। କାରଣ ଏନ୍‌ଏଚ୍‌ଆର୍‌ସିର ସ୍ବାଧୀନତାର ଅଭାବ, ବହୁପକ୍ଷବାଦ, ବିବିଧତା ଏବଂ ଉତ୍ତରଦାୟିତ୍ୱ ‘ପ୍ୟାରିସ ପ୍ରିନ୍ସପଲ୍‌ସ’ (ଜାତୀୟ ଅନୁଷ୍ଠାନ ଉପରେ ଥିବା ମିଳିତ ଜାତିସଂଘର ନୀତି) ବିରୁଦ୍ଧ ଥିଲା। ଆମର ଚିଠି ଏବଂ ଅନ୍ୟାନ୍ୟ ନାଗରିକ ସମାଜ ମତ ଉପରେ ଧ୍ୟାନ ଦେଇ ଭାରତରେ ବୃଦ୍ଧି ପାଉଥିବା ମାନବ ଅଧିକାର ଉଲ୍ଲଂଘନକୁ ରୋକିବା ପାଇଁ ଓ ଏହାର ଆଦେଶକୁ କାର୍ଯ୍ୟକାରୀ କରିବାରେ ବିଫଳତାକୁ ବିଚାର କରି ଜିଏଏନ୍‌ଏଚ୍‌ଆର୍‌ଆଇ ଏନ୍‌ଏଚ୍‌ଆର୍‌ସିର ପୁନଃ ମାନ୍ୟତାକୁ ୧୨ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ଏହାର ପ୍ରକ୍ରିୟା ଏବଂ କାର୍ଯ୍ୟରେ ଉନ୍ନତି ଆଣିବାକୁ ଏନ୍‌ଏଚ୍‌ଆରସିକୁ କୁହାଯାଇଥିଲେ ମଧ୍ୟ ଗୋଟିଏ ବର୍ଷ ପରେ ଏହା ହୋଇ ନ ଥିଲା। ଏଥିପାଇଁ ମାନ୍ୟତାକୁ ଦ୍ୱିତୀୟ ଥର ସ୍ଥଗିତ ରଖାଗଲା। ତେବେ ଦେଖିବା କେଉଁସବୁ ବିଷୟ ପ୍ୟାରିସ ପ୍ର୍ରିନ୍ସପଲ୍‌ସର ବିରୁଦ୍ଧାଚରଣ କରିଥିଲା? ପ୍ରଥମରେ, ଉଭୟ ଏନ୍‌ଏଚ୍‌ଆର୍‌ସିର କାର୍ଯ୍ୟକାରିଣୀ ଏବଂ ଏହାର କାର୍ଯ୍ୟକାରିତା କ୍ଷେତ୍ରରେ ସ୍ବଧୀନତାର ଅଭାବ ଥିଲା। ପ୍ରଧାନମନ୍ତ୍ରୀ, ଲୋକ ସଭା ବାଚସ୍ପତି, ସ୍ବରାଷ୍ଟ୍ରମନ୍ତ୍ରୀ, ଲୋକ ସଭା ଓ ରାଜ୍ୟ ସଭାରେ ବିରୋଧୀଦଳର ନେତା ଏବଂ ରାଜ୍ୟ ସଭା ଉପାଧ୍ୟକ୍ଷଙ୍କୁ ନେଇ ଗଠିତ କମିଟିର ସୁପାରିସ ଆଧାରରେ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ତଥା ଅନ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ତେବେ ୨୦୧୯ ପରଠାରୁ ଲୋକ ସଭାରେ ବିରୋଧୀଦଳର ନେତା ପଦ ଖାଲି ପଡ଼ିଛି, ଚୟନ କମିଟିରେ କେବଳ ଗୋଟିଏ ବିରୋଧୀ ନେତା ଅଛନ୍ତି। ସୁପ୍ରିମକୋର୍ଟରୁ ଅବସର ନେବା ପରେ ଅରୁଣ ମିଶ୍ରଙ୍କୁ ୩୧ ମେ ୨୦୨୧ରେ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଚୟନ କମିଟିରେ ଜଣେ ବିରୋଧୀ ନେତାଙ୍କ ବିରୋଧ ସତ୍ତ୍ୱେ ଏହା କରାଯାଇଥିଲା। ଦ୍ୱିତୀୟ ସମସ୍ୟା ହେଉଛି ୨୦୨୩ ନଭେମ୍ବରରେ ୭ ଜଣ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କୁ ସ୍ବତନ୍ତ୍ର ନିରୀକ୍ଷକ ଭାବେ ଏନ୍‌ଏଚ୍‌ଆର୍‌ସି ନିଯୁକ୍ତ କରିଥିଲା। ଏମାନଙ୍କ ମଧ୍ୟରୁ ୨୦୧୮ରେ ଜଣଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା, ଯେତେବେଳେ ସେ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହା ବ୍ୟତୀତ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କୁ କମିଶନର ସଦସ୍ୟ କରାଯାଇଥିଲା।
ଏନ୍‌ଏଚ୍‌ଆର୍‌ସିରେ ବିବିଧତାର ଅଭାବ ଉପରେ ଭାରତକୁ ବାରମ୍ବାର ସୂଚିତ କରାଯାଇଛି ଏବଂ ଏନ୍‌ଏଚ୍‌ଆର୍‌ସି ଗଠନ ଓ ଏହାର କର୍ମକର୍ତ୍ତା ଚୟନରେ ବହୁମୁଖୀ ସନ୍ତୁଳନ ରଖିବାକୁ କୁହାଯାଇଛି। ଏଥିରେ ଏକ ବିବିଧ ଭାରତୀୟ ସମାଜର ପ୍ରତିନିଧିତ୍ୱକୁ ନିଶ୍ଚିତ କରିବାକୁ କୁହାଯାଇଛି। ଅବଶ୍ୟ ଭାରତରେ ତାହା କରାଗଲା ନାହିଁ। ଅନ୍ୟ ଏକ ବିଷୟ ହେଲା ଭାରତରେ ନାଗରିକ ସମାଜ ଏବଂ ମାନବ ଅଧିକାର ରକ୍ଷାକାରୀଙ୍କ ସହିତ ପ୍ରଭାବୀ ଢଙ୍ଗରେ ଏନ୍‌ଏଚ୍‌ଆର୍‌ସି କାର୍ଯ୍ୟ କରୁନାହିଁ। ଏହାକୁ ଲକ୍ଷ୍ୟ କରି ଏନ୍‌ଏଚ୍‌ଆର୍‌ସିର ବୈଧ କାର୍ଯ୍ୟନୀତିକୁ ବ୍ୟାପକ ଢଙ୍ଗରେ ଉପସ୍ଥାପିତ କରିବା ସହ ସମସ୍ତ ମାନବ ଅଧିକାର ଉଲ୍ଲଂଘନର ମୁକାବିଲା କରିବାକୁ କୁହାଯାଇଥିଲା। ଏହା ହୁଏତ ସେହିମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, ଯେଉଁମାନେ ଏହି ସରକାରଙ୍କ ହିଂସାକୁ ବିରୋଧ କରି ‘ନାଗରିକ ବିରୋଧୀ’ ହୋଇଛନ୍ତି। ଭାରତରେ ମାନବ ଅଧିକାର ରକ୍ଷକମାନଙ୍କୁ ୟୁଏପିଏ ସମେତ ବିଭିନ୍ନ କଠୋର ଆଇନ ବଳରେ ବିନା ବିଚାରରେ ବର୍ଷ ବର୍ଷ ଧରି ବନ୍ଦୀ କରି ରଖାଯାଇଛି। କିନ୍ତୁ ଏନ୍‌ଏଚ୍‌ଆର୍‌ସି ତରଫରୁ କୌଣସି ଚାପ ନାହିଁ। ଏମାନଙ୍କ ମଧ୍ୟରେ ଭୀମା କୋରେଗାଓଁ-ଏଲଗାର ପୌର ପରିଷଦ ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଗିରଫ ହୋଇ ଜେଲରେ ରହିଛନ୍ତି। କଶ୍ମୀର ମାନବ ଅଧିକାର ରକ୍ଷକ ଖୁରାମ ପରଭେଜ ଏବଂ ଉମର ଖାଲିଦ ନଭେମ୍ବର ୨୦୨୧ରୁ ବନ୍ଦୀ ଅଛନ୍ତି। ଜାତିସଂଘର ବିଭିନ୍ନ ସ୍ବତନ୍ତ୍ର ରିପୋର୍ଟରମାନେ ଏହି ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରିବା ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଦାବି କରିବା ସତ୍ତ୍ୱେ ଏନ୍‌ଏଚ୍‌ଆର୍‌ସି କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନାହିଁ। ମଣିପୁର, ଜମ୍ମୁ-କଶ୍ମୀର, ହରିୟାଣା ଏବଂ ଉତ୍ତରାଖଣ୍ଡରେ ସାମ୍ପ୍ରଦାୟିକ ହିଂସା ଏବଂ ଅନ୍ୟ କେତେକ ପ୍ରମୁଖ ଘଟଣାରେ ଏନ୍‌ଏଚ୍‌ଆର୍‌ସି ବ୍ୟର୍ଥ ସାବ୍ୟସ୍ତ ହୋଇଛି। ଏହା ନିଜର ଗୌରବ ବଜାୟ ରଖି ନାହିଁ ଏବଂ କଠିନ ସ୍ଥିତିରୁ ନିଜକୁ ବାହାର କରିପାରିନାହିଁ। ସରକାର ଯେଉଁ ଦ୍ୱନ୍ଦ୍ୱରେ ଅଛନ୍ତି ତାହା ନିଜେ ହିଁ ସୃଷ୍ଟି କରିଛନ୍ତି।
ଭାରତ ବର୍ତ୍ତମାନ ‘ଏ’ ରେଟିଂ ବା ପ୍ରଥମ ଶ୍ରେଣୀ ମାନ୍ୟତା ଧାରଣ କରିଛି ଏବଂ ପୁନଃ ମାନ୍ୟତା ସ୍ଥଗିତ ରଖାଯିବା ଅର୍ଥ ହେଉଛି ଏହାର ପ୍ରଥମ ଶ୍ରେଣୀ ମାନ୍ୟତା ବିପଦରେ ଅଛି। ଏଥିରୁ ମଧ୍ୟ ବୁଝାପଡ଼ୁଛି, ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଏବଂ ଅନ୍ୟାନ୍ୟ ସଂସ୍ଥାରେ ଏନ୍‌ଏଚ୍‌ଆର୍‌ସି ନିଜର ଭୋଟ ସ୍ଥିତି ହରାଇବାକୁ ଯାଉଛି। କେବଳ ଠିକ୍‌ କାର୍ଯ୍ୟ କରି ଏହାକୁ ସଂଶୋଧନ କରାଯାଇପାରିବ ଏବଂ ଏସବୁ କରିବାକୁ ସରକାରକୁ କେହି ବି ଅଟକାଉ ନାହାନ୍ତି। ଜିଏଏନ୍‌ଏଚ୍‌ଆର୍‌ଆଇକୁ ପ୍ରଦାନ କରାଯାଇଥିବା ଚିଠିର ସ୍ବାକ୍ଷରକାରୀଙ୍କ ସମେତ ଆମେ ସମସ୍ତେ ଭାରତକୁ ବୈଶ୍ୱିକ ସଂସ୍ଥାରେ ସର୍ବୋଚ୍ଚ ସ୍ତରର ମାନ୍ୟତା ପାଇବାକୁ ଚାହୁଁଛୁ। ତେବେ ଏଭଳି ଏକ ମାନ୍ୟତା ଠିକ୍‌ ହେବା ଉଚିତ।

The post ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି appeared first on Dharitri Odia News.