ଆଇସ୍କ୍ରିମ୍ ବିରିୟାନି
ମୁମ୍ବାଇ: ଭାରତରେ ସର୍ବାଧିକ ଲୋକ ଖାଉଥିବା ବ୍ୟଞ୍ଜନ ମଧ୍ୟରୁ ବିରିୟାନି ଅନ୍ୟତମ। ସୁସ୍ବାଦୁ ବ୍ୟଞ୍ଜନ ଭାବେ ବିରିୟାନି ଖାଇବାକୁ ଅନେକ ଭାରତୀୟ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ନିକଟରେ ଫୁଡ୍ ବ୍ଲଗର ହିନା କୌଶର ରାଦ୍ ଏକ ସ୍ବତନ୍ତ୍ର ଡିସ୍ ପ୍ରସ୍ତୁତ କରି ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ବିରିୟାନି ଓ ଆଇସ୍କ୍ରିମ୍କୁ ମିଳାଇ ଏକ ସ୍ବତନ୍ତ୍ର ‘ଆଇସ୍କ୍ରିମ୍ ବିରିୟାନି’ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ମୁମ୍ବାଇ […] The post ଆଇସ୍କ୍ରିମ୍ ବିରିୟାନି appeared first on Dharitri Odia News.
ମୁମ୍ବାଇ: ଭାରତରେ ସର୍ବାଧିକ ଲୋକ ଖାଉଥିବା ବ୍ୟଞ୍ଜନ ମଧ୍ୟରୁ ବିରିୟାନି ଅନ୍ୟତମ। ସୁସ୍ବାଦୁ ବ୍ୟଞ୍ଜନ ଭାବେ ବିରିୟାନି ଖାଇବାକୁ ଅନେକ ଭାରତୀୟ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ନିକଟରେ ଫୁଡ୍ ବ୍ଲଗର ହିନା କୌଶର ରାଦ୍ ଏକ ସ୍ବତନ୍ତ୍ର ଡିସ୍ ପ୍ରସ୍ତୁତ କରି ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ବିରିୟାନି ଓ ଆଇସ୍କ୍ରିମ୍କୁ ମିଳାଇ ଏକ ସ୍ବତନ୍ତ୍ର ‘ଆଇସ୍କ୍ରିମ୍ ବିରିୟାନି’ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।
ମୁମ୍ବାଇ ନିବାସୀ ହିନା ଏକ ନିଜସ୍ବ ବେକିଂ ଏକାଡେମୀ ଚଳାନ୍ତି। ଶୁକ୍ରବାର ତାଙ୍କ ଏକାଡେମୀରେ କେତେଜଣ ଛାତ୍ରୀଙ୍କର ୭ ଦିନିଆ ବେକିଂ କୋର୍ସ ସମାପ୍ତ ହୋଇଥିଲା। ଏହି ଖୁସିରେ ସେ ପରୀକ୍ଷାମୂଳକ ଭାବେ ଆଇସ୍କ୍ରିମ୍ ବିରିୟାନି ପ୍ରସ୍ତୁତ କରିଛନ୍ତି ବୋଲି ହିନା କହିଛନ୍ତି। ଭିଡିଓରେ ହିନାଙ୍କ ସହ ତାଙ୍କର ଜଣେ ସହଯୋଗୀ ଓ କେତେଜଣ ଛାତ୍ରୀ ନଜରକୁ ଆସୁଛନ୍ତି। ଆଇସ୍କ୍ରିମ୍ ବିରିୟାନି କିପରି ପ୍ରସ୍ତୁତ କରାଯିବ ସେନେଇ ହିନା ତାଙ୍କ ଛାତ୍ରୀମାନଙ୍କୁ ବୁଝାଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ତେବେ ହିନାଙ୍କର ଏହି ଭିଡିଓକୁ ଅନେକ ୟୁଜର୍ସ ନାପସନ୍ଦ କରିଛନ୍ତି। ଉଭୟ ବିରିୟାନି ଓ ଆଇସ୍କ୍ରିମ ଅଲଗା ଅଲଗା ସ୍ବାଦର ହୋଇଥିବାବେଳେ ଉଭୟକୁ ମିଶାଇ ଏକ ସ୍ବତନ୍ତ୍ର ବ୍ୟଞ୍ଜନ ତିଆରି କରିବା ଉଚିତ୍ ନୁହେଁ ବୋଲି ସେମାନେ କହିଛନ୍ତି। ବିରିୟାନି ଅଧିକାଂଶ ଭାରତୀୟଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଏହା ସହ ଏକ୍ସପେରିମେଣ୍ଟ କରିବା ଉଚିତ୍ ନୁହେଁ ବୋଲି ସେମାନେ କହିଛନ୍ତି। ସେହିପରି କେତେଜଣ ୟୁଜର୍ସ ହିନାଙ୍କ ଏହି ଭିଡିଓକୁ ପସନ୍ଦ କରିବା ସହ ଆଇସ୍କ୍ରିମ୍ ବିରିୟାନିକୁ ଏକ ମଜାଦାର ଡିସ୍ ବୋଲି କହିଛନ୍ତି।
The post ଆଇସ୍କ୍ରିମ୍ ବିରିୟାନି appeared first on Dharitri Odia News.