୪.୪୫ରେ ଗୋବିନ୍ଦାଙ୍କ ସହ କିପରି ଘଟିଲା ଦୁର୍ଘଟଣା , ବନ୍ଧୁକରେ କିଏ ଲୋଡ୍ କରିଥିଲା ଗୁଳି ?
ମୁମ୍ଵାଇ ୦୧।୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା। ଅଭିନେତା ତାଙ୍କ ପିସ୍ତଲ ସଫା କରୁଥିବା ସମୟରେ ଗୁଳି ବାଜିଥିଲା। ନିଜ ଗୁଳିରେ ଆହତ ହୋଇଥିବା ଗୋବିନ୍ଦାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି କି ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଏହି ଘଟଣା ଘଟିଛି। ଗୋବିନ୍ଦା ସକାଳ ୪.୪୫ରେ ତାଙ୍କ ଘରୁ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ।ଗୋବିନ୍ଦା ବାହାରକୁ ଯିବା ପୂର୍ବରୁ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରୁଥିଲେ। କିନ୍ତୁ ଭୁଲବଶତଃ ନିଜର ପିସ୍ତଲରୁ ମିସ୍ ଫାୟାର ହୋଇଥିଲା। ଯାହା ଫଳରେ ଗୋବିନ୍ଦାଙ୍କ ଆଣ୍ଠୁରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗୋବିନ୍ଦା କୋଲକତା ଯିବାକୁ ପ୍ରସ୍ତୁତ ହେଉଥିଲେ। ପିସ୍ତଲ ତାଙ୍କ ହାତରୁ ଖସିଯିବା ପରେ ଏହି ଦୁର୍ଘଟଣା ଘଟିଥିଲା।ଗୋବିନ୍ଦା ଆଇସିୟୁରେ ଭର୍ତ୍ତିପୋଲିସ ସୂତ୍ରରୁ ପ୍ରକାଶ ଯେ ଗୋବିନ୍ଦାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ୪.୪୫ରେ ଏହି ଦୁର୍ଘଟଣା କିପରି ଘଟିଲା ? ସେ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ସୂଚନା ଅନୁଯାୟୀ ଏହି ଘଟଣା ସମ୍ପର୍କରେ ଡାକ୍ତରଖାନା କୌଣସି ସୂଚନା ମିଳିନାହିଁ। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ANI କୁ କହିଛନ୍ତି ଯେ ଗୋବିନ୍ଦା କୋଲକତା ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହି ମାମଲାରେ ନିଜର ଲାଇସେନ୍ସପ୍ରାପ୍
ମୁମ୍ଵାଇ ୦୧।୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା। ଅଭିନେତା ତାଙ୍କ ପିସ୍ତଲ ସଫା କରୁଥିବା ସମୟରେ ଗୁଳି ବାଜିଥିଲା। ନିଜ ଗୁଳିରେ ଆହତ ହୋଇଥିବା ଗୋବିନ୍ଦାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି କି ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଏହି ଘଟଣା ଘଟିଛି। ଗୋବିନ୍ଦା ସକାଳ ୪.୪୫ରେ ତାଙ୍କ ଘରୁ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ।
ଗୋବିନ୍ଦା ବାହାରକୁ ଯିବା ପୂର୍ବରୁ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରୁଥିଲେ। କିନ୍ତୁ ଭୁଲବଶତଃ ନିଜର ପିସ୍ତଲରୁ ମିସ୍ ଫାୟାର ହୋଇଥିଲା। ଯାହା ଫଳରେ ଗୋବିନ୍ଦାଙ୍କ ଆଣ୍ଠୁରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗୋବିନ୍ଦା କୋଲକତା ଯିବାକୁ ପ୍ରସ୍ତୁତ ହେଉଥିଲେ। ପିସ୍ତଲ ତାଙ୍କ ହାତରୁ ଖସିଯିବା ପରେ ଏହି ଦୁର୍ଘଟଣା ଘଟିଥିଲା।
ଗୋବିନ୍ଦା ଆଇସିୟୁରେ ଭର୍ତ୍ତି
ପୋଲିସ ସୂତ୍ରରୁ ପ୍ରକାଶ ଯେ ଗୋବିନ୍ଦାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ୪.୪୫ରେ ଏହି ଦୁର୍ଘଟଣା କିପରି ଘଟିଲା ? ସେ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ସୂଚନା ଅନୁଯାୟୀ ଏହି ଘଟଣା ସମ୍ପର୍କରେ ଡାକ୍ତରଖାନା କୌଣସି ସୂଚନା ମିଳିନାହିଁ। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ANI କୁ କହିଛନ୍ତି ଯେ ଗୋବିନ୍ଦା କୋଲକତା ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହି ମାମଲାରେ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲ ରଖୁଥିଲେ ସେତେବେଳେ ହଠାତ୍ ତାଙ୍କ ହାତରୁ ଖସିପଡି ତଳେ ପଡ଼ିଯାଇଥିଲା ଏବଂ ଗୁଳିଟି ତାଙ୍କ ଗୋଡରେ ବାଜିଥିଲା। ବର୍ତ୍ତମାନ ଗୋବିନ୍ଦାଙ୍କ ଗୋଡରୁ ଗୁଳି ବାହାର କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।