କନକନ୍ୟୁଜ ମହାପ୍ରଭାବ; ଖବର ବାଜିଲା ପରେ ଖେଳାଳିଙ୍କୁ ମିଳିଲା ସୁଯୋଗ
କନକ ବ୍ୟୁରୋ : ଆସନ୍ତା ୬ ତାରିଖରେ ଜୟପୁରରେ ହେବାକୁ ଥିବା ଷ୍ଟେଟ ମିଟ ପାଇଁ ମନୋନୀତ ହୋଇଥିଲେ । ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କ ଅପେକ୍ଷା ଅଣଓଡ଼ିଆଙ୍କୁ ଅଧିକ ପ୍ରାଧାନ୍ୟ ମିଳୁଥିବା ନେଇ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ତେଣୁ ଷ୍ଟେଟମିଟରୁ ନାଁ କାଟିଦେଇଥିବା ନେଇ ତାଙ୍କ ମା’ ଅଭିଯୋଗ ଆଣି ପୁଣି ମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ତେବେ ମନ୍ତ୍ରୀ କହିଛନ୍ତି, ତାଙ୍କ ପାଖକୁ ଯେଉଁ ତାଲିକା ଆସିଥିଲା, ସେଥିରେ ନଥିଲା ବିଘ୍ନେଶାଙ୍କ ନାଁ । ଏବେ ପ୍ରଶ୍ନ ଉଠୁଛି, ଯଦି ମନ୍ତ୍ରୀ କହୁଛନ୍ତି ଗୋଟିଏ ଲିଷ୍ଟ ବାହାରିଛି । ଆଉ ସେ ଲିଷ୍ଟରେ ବିଘ୍ନେଶାଙ୍କ ନାଁ ନାହିଁ, ତାହେଲେ ତାଙ୍କୁ ଭୁବନେଶ୍ୱର ସଂଘ ଫୋନ କରି କାହିଁକି କହିଲେ ଆପଣଙ୍କ ନାଁ କଟିଯାଇଛି, ଆପଣ ଯାଇପାରିବେ ନାହିଁ। ସତ କିଏ କହୁଛି ? ଏହି ଘଟଣା ସାମ୍ନାକୁ ଆସିଲା ପରେ ସଂଘ ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ଏକ ଲିଷ୍ଟ ତିଆରି କରି ମନ୍ତ୍ରୀଙ୍କୁ ଧରେଇ ଦେଇନି ତ ? ଏହି ରେକର୍ଡିଂରୁ ମିଳୁଥିବା ସୂଚନା ଅନୁସାରେ, ତାଙ୍କୁ ରାଜ୍ୟ ସମ୍ପାଦକ ଅଶୋକ ସାହୁ ଫୋନ କରି ନାଁ କାଟିବା ପାଇଁ କହିଥିଲେ । କିନ୍ତୁ ଏହାକୁ ଅଶୋକ ସାହୁ ଖଣ୍ଡନ କରିଥିଲେ । ନାଁ କଟାଯାଇଥିବା ନେଇ ଖବର ପ୍ରସାରଣ କରାଗଲା । ଆଉ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରୀଡ଼ା ବିଭାଗର ହସ୍ତକ୍ଷେପ ପରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଛି ।

କନକ ବ୍ୟୁରୋ : ଆସନ୍ତା ୬ ତାରିଖରେ ଜୟପୁରରେ ହେବାକୁ ଥିବା ଷ୍ଟେଟ ମିଟ ପାଇଁ ମନୋନୀତ ହୋଇଥିଲେ । ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କ ଅପେକ୍ଷା ଅଣଓଡ଼ିଆଙ୍କୁ ଅଧିକ ପ୍ରାଧାନ୍ୟ ମିଳୁଥିବା ନେଇ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ତେଣୁ ଷ୍ଟେଟମିଟରୁ ନାଁ କାଟିଦେଇଥିବା ନେଇ ତାଙ୍କ ମା’ ଅଭିଯୋଗ ଆଣି ପୁଣି ମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ତେବେ ମନ୍ତ୍ରୀ କହିଛନ୍ତି, ତାଙ୍କ ପାଖକୁ ଯେଉଁ ତାଲିକା ଆସିଥିଲା, ସେଥିରେ ନଥିଲା ବିଘ୍ନେଶାଙ୍କ ନାଁ ।
ଏବେ ପ୍ରଶ୍ନ ଉଠୁଛି, ଯଦି ମନ୍ତ୍ରୀ କହୁଛନ୍ତି ଗୋଟିଏ ଲିଷ୍ଟ ବାହାରିଛି । ଆଉ ସେ ଲିଷ୍ଟରେ ବିଘ୍ନେଶାଙ୍କ ନାଁ ନାହିଁ, ତାହେଲେ ତାଙ୍କୁ ଭୁବନେଶ୍ୱର ସଂଘ ଫୋନ କରି କାହିଁକି କହିଲେ ଆପଣଙ୍କ ନାଁ କଟିଯାଇଛି, ଆପଣ ଯାଇପାରିବେ ନାହିଁ। ସତ କିଏ କହୁଛି ? ଏହି ଘଟଣା ସାମ୍ନାକୁ ଆସିଲା ପରେ ସଂଘ ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ଏକ ଲିଷ୍ଟ ତିଆରି କରି ମନ୍ତ୍ରୀଙ୍କୁ ଧରେଇ ଦେଇନି ତ ?
ଏହି ରେକର୍ଡିଂରୁ ମିଳୁଥିବା ସୂଚନା ଅନୁସାରେ, ତାଙ୍କୁ ରାଜ୍ୟ ସମ୍ପାଦକ ଅଶୋକ ସାହୁ ଫୋନ କରି ନାଁ କାଟିବା ପାଇଁ କହିଥିଲେ । କିନ୍ତୁ ଏହାକୁ ଅଶୋକ ସାହୁ ଖଣ୍ଡନ କରିଥିଲେ । ନାଁ କଟାଯାଇଥିବା ନେଇ ଖବର ପ୍ରସାରଣ କରାଗଲା । ଆଉ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରୀଡ଼ା ବିଭାଗର ହସ୍ତକ୍ଷେପ ପରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଛି ।