କାହିଁକି ବଢୁଛି ମୋଟାପଣ ? ପୋଷଣ ପକ୍ଷ ପାଳନ ଅବସରେ ବୁଝାଇ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ପିଲାଙ୍କ ମଧ୍ୟରେ ମୋଟାପଣ ଚିନ୍ତାଜନକ।ପିଲାଙ୍କୁ ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ଆବଶ୍ୟକତା ଦୃଷ୍ଟିରୁ ଆରମ୍ଭ ହୋଇଛି ପିଏମ ପୋଷଣ ଯୋଜନା । ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା କାରଣରୁ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସୂଚକାଙ୍କରେ ଆସିଛି ସୁଧାର । ରାଜ୍ୟସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। […]

ଭୁବନେଶ୍ବର:ପିଲାଙ୍କ ମଧ୍ୟରେ ମୋଟାପଣ ଚିନ୍ତାଜନକ।ପିଲାଙ୍କୁ ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ଆବଶ୍ୟକତା ଦୃଷ୍ଟିରୁ ଆରମ୍ଭ ହୋଇଛି ପିଏମ ପୋଷଣ ଯୋଜନା । ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା କାରଣରୁ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସୂଚକାଙ୍କରେ ଆସିଛି ସୁଧାର । ରାଜ୍ୟସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି ।