କିଏ ହେବେ କଂଗ୍ରେସର ଉପନେତା: ଘୋଷଣା ହେଲା ନାଁ
ନୂଆଦିଲ୍ଲୀ,୧୪ା୭?:କଂଗ୍ରେସ ଏମ୍ପି ଗୌରବ ଗୋଗୋଇ ଲୋକ ସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଜଣାଇ ଦିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ବାଚସ୍ପତିଙ୍କୁ ପତ୍ର ଲେଖି ଲୋକ ସଭାରେ କଂଗ୍ରେସର ଉପନେତା, ମୁଖ୍ୟ ହୁଇପ୍ ଓ ୨ ଜଣ ହୁଇପ୍ ନିଯୁକ୍ତି ସମ୍ପର୍କରେ ଜଣାଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। କେରଳରୁ ଲୋକ ସଭାକୁ ୮ […] The post କିଏ ହେବେ କଂଗ୍ରେସର ଉପନେତା: ଘୋଷଣା ହେଲା ନାଁ appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୭?:କଂଗ୍ରେସ ଏମ୍ପି ଗୌରବ ଗୋଗୋଇ ଲୋକ ସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଜଣାଇ ଦିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ବାଚସ୍ପତିଙ୍କୁ ପତ୍ର ଲେଖି ଲୋକ ସଭାରେ କଂଗ୍ରେସର ଉପନେତା, ମୁଖ୍ୟ ହୁଇପ୍ ଓ ୨ ଜଣ ହୁଇପ୍ ନିଯୁକ୍ତି ସମ୍ପର୍କରେ ଜଣାଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। କେରଳରୁ ଲୋକ ସଭାକୁ ୮ ଥର ନିର୍ବାଚିତ ହୋଇଥିବା କୋଡିକୁନିଲ ସୁରେଶଙ୍କୁ କଂଗ୍ରେସର ମୁଖ୍ୟ ହୁଇପ୍ ଭାବେ ନିଯୁକ୍ତି ଦିଆିଯବାକୁ ଥିବାବେଳେ ବିରୁଧୁନଗର ଏମ୍ପି ମନିକମ୍ ଟାଗୋର ଏବଂ କିଶନଗଞ୍ଜ ଏମ୍ପି ମହମ୍ମଦ ଜାଓ୍ବେଦଙ୍କୁ ହୁଇପ୍ ନିଯୁକ୍ତି କରାଯିବ। ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରାଯାଇଥିଲା।
The post କିଏ ହେବେ କଂଗ୍ରେସର ଉପନେତା: ଘୋଷଣା ହେଲା ନାଁ appeared first on Dharitri Odia News.