କେଜ୍‌ରିଓ୍ବାଲଙ୍କୁ ଗିରଫ କରିପାରେ ସିବିଆଇ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର କରିବ। ସିବିଆଇ ଆନୁଷ୍ଠାନିକ ଭାବେ କେଜ୍‌ରିୱାଲଙ୍କୁ ଗିରଫ କରିପାରେ। ସିବିଆଇ ଅଧିକାରୀମାନେ ମଙ୍ଗଳବାର (ଜୁନ ୨୫) ରାତିରେ ତିହାର ଜେଲରେ ଥିବା ଏଏପି ମୁଖ୍ୟଙ୍କୁ ପଚରାଉଚରା କରିଥିଲେ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଅରବିନ୍ଦ କେଜ୍‌ରିୱାଲ ଏଭଳି ଏକ ସମୟରେ କୋର୍ଟରେ ହାଜର ହୋଉଛନ୍ତି, ଯେତେବେଳେ […] The post କେଜ୍‌ରିଓ୍ବାଲଙ୍କୁ ଗିରଫ କରିପାରେ ସିବିଆଇ appeared first on Dharitri Odia News.

କେଜ୍‌ରିଓ୍ବାଲଙ୍କୁ ଗିରଫ କରିପାରେ ସିବିଆଇ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର କରିବ। ସିବିଆଇ ଆନୁଷ୍ଠାନିକ ଭାବେ କେଜ୍‌ରିୱାଲଙ୍କୁ ଗିରଫ କରିପାରେ। ସିବିଆଇ ଅଧିକାରୀମାନେ ମଙ୍ଗଳବାର (ଜୁନ ୨୫) ରାତିରେ ତିହାର ଜେଲରେ ଥିବା ଏଏପି ମୁଖ୍ୟଙ୍କୁ ପଚରାଉଚରା କରିଥିଲେ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ।

ଅରବିନ୍ଦ କେଜ୍‌ରିୱାଲ ଏଭଳି ଏକ ସମୟରେ କୋର୍ଟରେ ହାଜର ହୋଉଛନ୍ତି, ଯେତେବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ସିବିଆଇ ରୌଜ୍‌ ଏଭିନ୍ୟ କୋର୍ଟରେ ଏକ ଆବେଦନ କରିଥିଲା ଯେଉଁଥିରେ କୋର୍ଟ ଏକ ପ୍ରଡକ୍ସନ ୱାରେଣ୍ଟି ଜାରି କରିଥିଲେ।

The post କେଜ୍‌ରିଓ୍ବାଲଙ୍କୁ ଗିରଫ କରିପାରେ ସିବିଆଇ appeared first on Dharitri Odia News.