ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୩ ମୃତ, ୪ ନିଖୋଜ

କଟିହାର: ବିହାରର କଟିହାର ଜିଲ୍ଲାର ଗୋଲାଘାଟ ନିକଟରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ପବନ କୁମାର (୬୦) ଓ ସୁଧୀର ମଣ୍ଡଳ (୭୦) । ଡଙ୍ଗାରେ ଥିବା ୧୭ ଜଣଙ୍କ ମଧ୍ୟରୁ ୧୦ ଜଣ ପହଁରି ସୁରକ୍ଷିତ ସ୍ଥାନକୁ ଆସିପାରିଥିଲେ । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଆରମ୍ଭ […]

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୩ ମୃତ, ୪ ନିଖୋଜ

କଟିହାର: ବିହାରର କଟିହାର ଜିଲ୍ଲାର ଗୋଲାଘାଟ ନିକଟରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ପବନ କୁମାର (୬୦) ଓ ସୁଧୀର ମଣ୍ଡଳ (୭୦) । ଡଙ୍ଗାରେ ଥିବା ୧୭ ଜଣଙ୍କ ମଧ୍ୟରୁ ୧୦ ଜଣ ପହଁରି ସୁରକ୍ଷିତ ସ୍ଥାନକୁ ଆସିପାରିଥିଲେ । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଡଙ୍ଗାବୁଡ଼ି ଘଟଣାର ତଦନ୍ତ ନି‌ର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ମନେଶ କୁମାର ମୀନା କହିଛନ୍ତି।