ଗାଜାରେ ସଂଘର୍ଷ ସମୟରେ ‘ଫୌଦା’ ଆକ୍ଟର ଗୁରୁତର ହସ୍ପିଟାଲରେ ଭର୍ତ୍ତି
ଜେରୁଜେଲମ,୯।୧: ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ସଂଘର୍ଷ ଜାରି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ୱେବ ସିରିଜ ‘ଫୌଦା’ରେ ନଜର ଆସିଥିବା ଅଭିନେତା-ଗାୟକ ଇଦାନ ଆମେଡି ଏହି ବିବାଦ ସମୟରେ ଗୁରୁତର ଆହତ ହୋଇଛନ୍ତି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ କରିଛି ଯେ ଆମେଡି ଇସ୍ରାଏଲ ସେନା ଆଡିଏଫର ରିଜର୍ଭ ସୈନିକ ଭାବରେ ଗାଜା ଅଞ୍ଚଳର ଖାନ ୟୁନିସରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଲଢୁଥିଲେ। ସୋମବାର ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି। […] The post ଗାଜାରେ ସଂଘର୍ଷ ସମୟରେ ‘ଫୌଦା’ ଆକ୍ଟର ଗୁରୁତର ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ଜେରୁଜେଲମ,୯।୧: ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ସଂଘର୍ଷ ଜାରି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ୱେବ ସିରିଜ ‘ଫୌଦା’ରେ ନଜର ଆସିଥିବା ଅଭିନେତା-ଗାୟକ ଇଦାନ ଆମେଡି ଏହି ବିବାଦ ସମୟରେ ଗୁରୁତର ଆହତ ହୋଇଛନ୍ତି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ କରିଛି ଯେ ଆମେଡି ଇସ୍ରାଏଲ ସେନା ଆଡିଏଫର ରିଜର୍ଭ ସୈନିକ ଭାବରେ ଗାଜା ଅଞ୍ଚଳର ଖାନ ୟୁନିସରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଲଢୁଥିଲେ। ସୋମବାର ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୋମବାର ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ ଆମେଡିଙ୍କ ବାପା ତାଙ୍କ ଆଘାତକୁ ନିଶ୍ଚିତ କରିଛନ୍ତି। ଅଭିନେତାଙ୍କ ସମ୍ପର୍କୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଆଘାତ ବିଷୟରେ ସୂଚନା ଶେୟାର କରିଥିଲେ ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ଏଥି ସହ ଇସ୍ରାଏଲର କୂଟନୀତିଜ୍ଞ ଅଭିଆ ଲେଭି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଫୌଦାର ଅନ୍ୟତମ ଅଭିନେତା ଇଦାନ ଆମେଡି ଗାଜାରେ ଲଢୁଥିବା ବେଳେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ।
The post ଗାଜାରେ ସଂଘର୍ଷ ସମୟରେ ‘ଫୌଦା’ ଆକ୍ଟର ଗୁରୁତର ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.