ଜାତୀୟ ମାଷ୍ଟର ଗେମ୍ସ: ବରଗଡ଼ର ୨ ଭଉଣୀଙ୍କୁ ସ୍ବର୍ଣ୍ଣପଦକ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସରେ ବରଗଡ଼ ସହରର ୨ଭଉଣୀ ଅନୁପମା ଘିବିଲା ଏବଂ ଅରୁଣା ଘିବିଲା ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ରାଉରକେଲା ବିର୍ସାମୁଣ୍ଡା ଆଥେଲିକ ଷ୍ଟାଡିୟମରେ ଜେନେରାଲ ସେକ୍ରାଟାରୀ ମାଷ୍ଟର ଗେମ୍ ଫାଉନଡେଶନ ଆନୁକୁଲ୍ୟରେ ସାରାଦେଶରୁ ୩୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତୀୟ କୋଚ ଶିବ ପ୍ରସାଦ ମିଶ୍ରଙ୍କ ତତ୍ତ୍ବାବଧାନରେ ବରଗଡ଼ର ଅନୁପମା ଘିବିଲା ଓଡ଼ିଶା ପାଇଁ ପ୍ରତିନିଧି କରି ଟ୍ରିପଲ ଜମ୍ପରେ ସ୍ବର୍ଣ୍ଣ ପଦକ, […] The post ଜାତୀୟ ମାଷ୍ଟର ଗେମ୍ସ: ବରଗଡ଼ର ୨ ଭଉଣୀଙ୍କୁ ସ୍ବର୍ଣ୍ଣପଦକ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା appeared first on Dharitri Odia News.
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସରେ ବରଗଡ଼ ସହରର ୨ଭଉଣୀ ଅନୁପମା ଘିବିଲା ଏବଂ ଅରୁଣା ଘିବିଲା ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ରାଉରକେଲା ବିର୍ସାମୁଣ୍ଡା ଆଥେଲିକ ଷ୍ଟାଡିୟମରେ ଜେନେରାଲ ସେକ୍ରାଟାରୀ ମାଷ୍ଟର ଗେମ୍ ଫାଉନଡେଶନ ଆନୁକୁଲ୍ୟରେ ସାରାଦେଶରୁ ୩୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତୀୟ କୋଚ ଶିବ ପ୍ରସାଦ ମିଶ୍ରଙ୍କ ତତ୍ତ୍ବାବଧାନରେ ବରଗଡ଼ର ଅନୁପମା ଘିବିଲା ଓଡ଼ିଶା ପାଇଁ ପ୍ରତିନିଧି କରି ଟ୍ରିପଲ ଜମ୍ପରେ ସ୍ବର୍ଣ୍ଣ ପଦକ, ହାଇ ଜମ୍ପରେ ସ୍ବର୍ଣ୍ଣ ପଦକ ତଥା ୧୦୦ ମିଟର ହର୍ଡଲ ରେସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଭଉଣୀ ଅରୁଣା ଟ୍ରିପଲ ଜମ୍ପରେ ସ୍ବର୍ଣ୍ଣ , ୪୦୦ ଓ ୧୦୦ ମିଟର ରେସରେ ସ୍ବର୍ଣ୍ଣ,ହାଇ ଜମ୍ପରେ ସ୍ବର୍ଣ୍ଣ ଏବଂ ଲଙ୍ଗଜମ୍ପରେ ରୋପ୍ୟ ପଦକ ଜିତି ଓଡ଼ିଶା ତଥା ବରଗଡ଼କୁ ଗୋରବାନ୍ବିତ କରିଛନ୍ତି । ଏଥିପାଇଁ ଉଭୟଙ୍କୁ ବରଗଡ଼ର ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଥିବା ବେଳେ ଅନେକ ସଂଗଠନ ସେମାନଙ୍କୁଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ସୂଚନା ମିଳିଛି।
The post ଜାତୀୟ ମାଷ୍ଟର ଗେମ୍ସ: ବରଗଡ଼ର ୨ ଭଉଣୀଙ୍କୁ ସ୍ବର୍ଣ୍ଣପଦକ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା appeared first on Dharitri Odia News.