ପୁରୀରେ ନୌସେନା ମୁଖ୍ୟ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ୧୦।୦୮ : ପୁରୀରେ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି ନୌସେନା ଦିବସ । ଏଥିପାଇଁ ପୁରୀରେ ନୌସେନାର ଯୁଦ୍ଧ ଜାହାଜ ସହ ଅଧିକାରୀମାନେ ଆସିଛନ୍ତି । ଏହିକ୍ରମରେ ପୁରୀ ଗସ୍ତରେ ଆସିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଯିବା ପୂର୍ବରୁ ପ୍ରଥମେ ବ୍ଲୁ ଫ୍ଲାଗ୍‌ ବିଚ ଯାଇ ନୌସେନା ଅଧିକାରୀଙ୍କ ସର୍ଭେକୁ ସମୀକ୍ଷା କରିଥିଲେ । ତାପରେ ଶ୍ରୀମନ୍ଦିର ଯାଇଥିଲେ ।  

ପୁରୀରେ ନୌସେନା ମୁଖ୍ୟ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ୧୦।୦୮ : ପୁରୀରେ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । 

ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି ନୌସେନା ଦିବସ । ଏଥିପାଇଁ ପୁରୀରେ ନୌସେନାର ଯୁଦ୍ଧ ଜାହାଜ ସହ ଅଧିକାରୀମାନେ ଆସିଛନ୍ତି । ଏହିକ୍ରମରେ ପୁରୀ ଗସ୍ତରେ ଆସିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଯିବା ପୂର୍ବରୁ ପ୍ରଥମେ ବ୍ଲୁ ଫ୍ଲାଗ୍‌ ବିଚ ଯାଇ ନୌସେନା ଅଧିକାରୀଙ୍କ ସର୍ଭେକୁ ସମୀକ୍ଷା କରିଥିଲେ । ତାପରେ ଶ୍ରୀମନ୍ଦିର ଯାଇଥିଲେ ।