ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଲେ ସ୍ବାମୀ, ଥାନାର ଦ୍ୱାରସ୍ଥ ହୋଇ ସ୍ତ୍ରୀ କହିଲେ…

ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମ କୁମ୍ଭାର ସାହିର ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କିଶୋର ପ୍ରଧାନ ଅଧିକ ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ କେସ୍‌ ନଂ ୫୫/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରିଛନ୍ତି। ଘଟଣାର ତଦନ୍ତ […] The post ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଲେ ସ୍ବାମୀ, ଥାନାର ଦ୍ୱାରସ୍ଥ ହୋଇ ସ୍ତ୍ରୀ କହିଲେ… appeared first on Dharitri Odia News.

ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଲେ ସ୍ବାମୀ, ଥାନାର ଦ୍ୱାରସ୍ଥ ହୋଇ ସ୍ତ୍ରୀ କହିଲେ…

ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମ କୁମ୍ଭାର ସାହିର ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କିଶୋର ପ୍ରଧାନ ଅଧିକ ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ କେସ୍‌ ନଂ ୫୫/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରିଛନ୍ତି। ଘଟଣାର ତଦନ୍ତ ଦାୟିତ୍ୱ ଏସ୍‌.ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି। ଗତ ପ୍ରାୟ ୪ ବର୍ଷ ପୂର୍ବେ ଜ୍ୟୋତ୍ସ୍ନାରାଣୀ କିଶୋରଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ହସଖୁସିରେ କଟିବା ପରେ ତାଙ୍କୁ ସ୍ବାମୀ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ଧମକ ଦେବା ସହ ସବୁବେଳେ ନାନାକଥା କହୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଥିବା ପୋଲିସକୁ କହିଛନ୍ତି।

The post ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଲେ ସ୍ବାମୀ, ଥାନାର ଦ୍ୱାରସ୍ଥ ହୋଇ ସ୍ତ୍ରୀ କହିଲେ… appeared first on Dharitri Odia News.