ଫିଲ୍ମ ସେଟରେ ଅଭିନେତାଙ୍କ ଦୁଃଖଦ ଦୁର୍ଘଟଣା, କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ!
ନୂଆଦିଲ୍ଲୀ,୧୪।୭: ଫିଲ୍ମ ସୁଟିଂ ଏବଂ ଷ୍ଟଣ୍ଟ ଦୃଶ୍ୟ ସୁଟିଂ ବିପଦମୁକ୍ତ ନୁହେଁ। ଫିଲ୍ମ ଅଭିନେତାଙ୍କ ବଦଳରେ ଷ୍ଟଣ୍ଟମ୍ୟାନମାନେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ ଫିଲ୍ମ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦିଅନ୍ତି। ଏହାକୁ ନେଇ ଦକ୍ଷିଣ ଭାରତରୁ ଏକ ଦୁଖଦ ଖବର ଆସୁଛି, ଯେଉଁଥିରେ ସୁପରଷ୍ଟାର ଆର୍ଯ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ଭେଟ୍ଟାଭମର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଥିରେ ଷ୍ଟଣ୍ଟମ୍ୟାନ ଏସଏମ ରାଜୁଙ୍କ ମୃତ୍ୟୁ ହୋଇଛି। ଏହି ବିଷୟରେ ସୂଚନା ଭେଟ୍ଟାଭମ ପ୍ରଯୋଜକ […] The post ଫିଲ୍ମ ସେଟରେ ଅଭିନେତାଙ୍କ ଦୁଃଖଦ ଦୁର୍ଘଟଣା, କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ! appeared first on Dharitri Odia News.
ନୂଆଦିଲ୍ଲୀ,୧୪।୭: ଫିଲ୍ମ ସୁଟିଂ ଏବଂ ଷ୍ଟଣ୍ଟ ଦୃଶ୍ୟ ସୁଟିଂ ବିପଦମୁକ୍ତ ନୁହେଁ। ଫିଲ୍ମ ଅଭିନେତାଙ୍କ ବଦଳରେ ଷ୍ଟଣ୍ଟମ୍ୟାନମାନେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ ଫିଲ୍ମ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦିଅନ୍ତି। ଏହାକୁ ନେଇ ଦକ୍ଷିଣ ଭାରତରୁ ଏକ ଦୁଖଦ ଖବର ଆସୁଛି, ଯେଉଁଥିରେ ସୁପରଷ୍ଟାର ଆର୍ଯ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ଭେଟ୍ଟାଭମର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଥିରେ ଷ୍ଟଣ୍ଟମ୍ୟାନ ଏସଏମ ରାଜୁଙ୍କ ମୃତ୍ୟୁ ହୋଇଛି। ଏହି ବିଷୟରେ ସୂଚନା ଭେଟ୍ଟାଭମ ପ୍ରଯୋଜକ ଏବଂ ଲୋକପ୍ରିୟ ଦକ୍ଷିଣ ସିନେମା ଅଭିନେତା ବିଶାଲ ସୋସିଆଲ ମିଡିଆରେ ଦେଇଛନ୍ତି।
ଜଣେ ଷ୍ଟଣ୍ଟମ୍ୟାନଙ୍କ ଜୀବନ ବିପଦମୁକ୍ତ ନୁହେଁ। ସେ ପ୍ରତ୍ୟେକ ଦୃଶ୍ୟକୁ ନିଖୁଣ ଭାଦେ ଦେବା ପାଇଁ ନିଜର ଜୀବନକୁ ଏକ ପ୍ରକାର ବାଜି ଲଗାଇ ଦିଅନ୍ତି। ଷ୍ଟଣ୍ଟମ୍ୟାନ ରାଜୁ ମଧ୍ୟ ଭେଟ୍ଟାଭମ ପାଇଁ ସମାନ କିଛି କରିଥିଲେ, କିନ୍ତୁ ତାଙ୍କୁ ଜୀବନ ହରାଇ ଏହାର ମୂଲ୍ୟ ଦେବାକୁ ପଡିଲା। କୁହାଯାଉଛି ଯେ ରବିବାର ସକାଳେ ଆର୍ଯ୍ୟ ଏବଂ ନିର୍ଦ୍ଦେଶକ ପା. ରଞ୍ଜିତଙ୍କ ଆଗାମୀ ଚଳଚ୍ଚିତ୍ର ଭେଟ୍ଟାଭମର ସୁଟିଂ ତାମିଲନାଡୁର ନାଗାପଟ୍ଟିନମରେ ଚାଲିଥିଲା ଏବଂ ଏକ କାର ସହିତ ଏକ ଷ୍ଟଣ୍ଟ ଦୃଶ୍ୟ ସୁଟିଂ କରିବା ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଷ୍ଟଣ୍ଟମ୍ୟାନ ରାଜୁ ପ୍ରାଣ ହରାଇଥିଲେ।
ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଏକ କଳା କାର ଖୁବ ଉପକୁ ଉଠି ତଳେ ପଡୁଥିବାର ଦେଖାଯାଉଛି, ରାଜୁ ଏହି କାର ସହିତ ଷ୍ଟଣ୍ଟ କରୁଥିଲେ ବୋଲି କୁହାଯାଇଛି।
ଏହାକୁ ନେଇ ଭେଟ୍ଟାଭମ ପ୍ରଯୋଜକ ବିଶାଲ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ସଦ୍ୟତମ ଟୁଇଟ କରିଛନ୍ତି ଏବଂ ଲେଖିଛନ୍ତି। ମୁଁ ଦୁଃଖର ସହ କହୁଛି ଯେ ଆର୍ଯ୍ୟ ଏବଂ ରଞ୍ଜିତଙ୍କ ଫିଲ୍ମର ସୁଟିଂ ସମୟରେ ଏକ କାର ଓଲଟି ପଡ଼ିବା ଫଳରେ ଷ୍ଟଣ୍ଟମ୍ୟାନ ରାଜୁଙ୍କ ମୃତ୍ୟୁ ହୋଇଛି। ମୁଁ ରାଜୁଙ୍କୁ ବହୁତ ଦିନ ଧରି ଜାଣିଥିଲି, ସେ ମୋର ଅନେକ ସିନେମାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ କରିଥିଲେ।
ସେ ଜଣେ ସାହସୀ ଏବଂ ବହୁତ ପରିଶ୍ରମୀ ମଣିଷ ଥିଲେ। ଏହି ଦୁଃଖର ସମୟରେ, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ଷ୍ଟଣ୍ଟମ୍ୟାନ ରାଜୁଙ୍କ ମୃତ୍ୟୁରେ ବିଶାଲ ଏହିପରି ଶୋକ ପ୍ରକାଶ କରିଛନ୍ତି।
The post ଫିଲ୍ମ ସେଟରେ ଅଭିନେତାଙ୍କ ଦୁଃଖଦ ଦୁର୍ଘଟଣା, କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ! appeared first on Dharitri Odia News.