ଲଗାଣ ବର୍ଷା ଯୋଗୁ ଓ୍ବାୟନାଡ଼ରେ ଭୟଙ୍କର ଭୂ-ସ୍ଖଳନ; ୫ମୃତ, ମାଟି ତଳେ ଫଶିଛନ୍ତି ୧୦୦
ଓ୍ବାୟନାଡ଼: କେରଳର ଓ୍ବାୟନାଡ଼ ପ୍ରଦେଶରେ ଭୟଙ୍କର ଭୂ-ସ୍ଖଳନ । ଲଗାଣ ବର୍ଷା ଯୋଗୁ ମେପାଡି ପାହାଡ଼ିଆ ଅଞ୍ଚଳ ଲ୍ୟାଣ୍ଡ ସ୍ଲାଇଡିଂ ହୋଇଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ମାଟି ତଳେ ଫଶି ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଛନ୍ତି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ବାୟୁସେନାର ୨ଟି ହେଲିକପ୍ଟର Mi-17 ଏବଂ ALH ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।...ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଭୀଷଣ ଭୂ-ସ୍ଖଳନ ହୋଇଥିଲା । ଏହା ପରେ ପୁଣି ଥରେ ଭୋର୍ ୪.୧୦ ମିନିଟରେ ଲ୍ୟାଣ୍ଡସ୍ଲାଇଡିଂ ହୋଇଥିଲା । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ଶହେ ଅଧିକ ଲୋକ ଧ୍ବଂସାବଶେଷ ତଳେ ଫଶିଯାଇଛନ୍ତି । କେରଳର ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛି । ଭୂ-ସ୍ଖଳନରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶହେରୁ ଅଧିକ ଫଶିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଉଦ୍ଧାରକାରୀ ଦଳ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ରେସକ୍ୟୁ କରି ମେପାଡି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ ଘଟଣା ଉପରେ ନଜର ରଖିଛନ୍ତି । ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ କରିବା ସହିତ ଫଶିଥିବା ଲ
ଓ୍ବାୟନାଡ଼: କେରଳର ଓ୍ବାୟନାଡ଼ ପ୍ରଦେଶରେ ଭୟଙ୍କର ଭୂ-ସ୍ଖଳନ । ଲଗାଣ ବର୍ଷା ଯୋଗୁ ମେପାଡି ପାହାଡ଼ିଆ ଅଞ୍ଚଳ ଲ୍ୟାଣ୍ଡ ସ୍ଲାଇଡିଂ ହୋଇଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ମାଟି ତଳେ ଫଶି ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଛନ୍ତି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ବାୟୁସେନାର ୨ଟି ହେଲିକପ୍ଟର Mi-17 ଏବଂ ALH ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।...
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଭୀଷଣ ଭୂ-ସ୍ଖଳନ ହୋଇଥିଲା । ଏହା ପରେ ପୁଣି ଥରେ ଭୋର୍ ୪.୧୦ ମିନିଟରେ ଲ୍ୟାଣ୍ଡସ୍ଲାଇଡିଂ ହୋଇଥିଲା । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ଶହେ ଅଧିକ ଲୋକ ଧ୍ବଂସାବଶେଷ ତଳେ ଫଶିଯାଇଛନ୍ତି । କେରଳର ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛି । ଭୂ-ସ୍ଖଳନରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶହେରୁ ଅଧିକ ଫଶିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଅନ୍ୟପଟେ ଉଦ୍ଧାରକାରୀ ଦଳ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ରେସକ୍ୟୁ କରି ମେପାଡି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ ଘଟଣା ଉପରେ ନଜର ରଖିଛନ୍ତି । ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ କରିବା ସହିତ ଫଶିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିବେ । ଭୂ-ସ୍ଖଳନ ପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମିଶନ ଦ୍ବାରା କଣ୍ଟ୍ରେଲ ରୁମ୍ ଖୋଲାଯାଇ, ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ ନମ୍ବର- 9656938689 ଏବଂ 8086010833 ।
Distressed by the landslides in parts of Wayanad. My thoughts are with all those who have lost their loved ones and prayers with those injured.
Rescue ops are currently underway to assist all those affected. Spoke to Kerala CM Shri @pinarayivijayan and also assured all possible…— Narendra Modi (@narendramodi) July 30, 2024
ଭୂ-ସ୍ଖଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ସହୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କୁ 2ଲକ୍ଷ ଟଙ୍କା ଏବଂ ଆହତଙ୍କୁ 50 ହଜାର ଟଙ୍କା ଘୋଷଣା କରିଛନ୍ତି ।...