ଶୋଚନୀୟ ହୋଇପଡ଼ିଛି ରାସ୍ତା: ମରାମତି ପାଇଁ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କସୃପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କସୃପଡା ଗ୍ରାମରୁ ସିଂଝରଣ ଗ୍ରାମ୍ୟ ରାସ୍ତାଟି ଦୀର୍ଘ ପାଞ୍ଚ ବର୍ଷ ଧରି ଅତି ଶୋଚନୀୟ ହୋଇ ପଡ଼ିରହିଛି। ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ହେବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରି ବିଡ଼ିଓଙ୍କ ନିକଟରେ ଗତକାଲି ଅଭିଯୋଗ କରିଛନ୍ତି। । ଏହି ରାସ୍ତା ଦେଇ କେସିଙ୍ଗା ଓ ନର୍ଲା ବ୍ଳକକୁ ସଂଯୋଗ କରୁଥିବାରୁ ବର୍ଷା ଦିନ ଗମନାଗମନ କ୍ଷେତ୍ରରେ ଘୋର ଅସୁବିଧା ହେଉଥିବାରୁ […] The post ଶୋଚନୀୟ ହୋଇପଡ଼ିଛି ରାସ୍ତା: ମରାମତି ପାଇଁ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ appeared first on Dharitri Odia News.

ଶୋଚନୀୟ ହୋଇପଡ଼ିଛି ରାସ୍ତା: ମରାମତି ପାଇଁ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କସୃପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କସୃପଡା ଗ୍ରାମରୁ ସିଂଝରଣ ଗ୍ରାମ୍ୟ ରାସ୍ତାଟି ଦୀର୍ଘ ପାଞ୍ଚ ବର୍ଷ ଧରି ଅତି ଶୋଚନୀୟ ହୋଇ ପଡ଼ିରହିଛି। ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ହେବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରି ବିଡ଼ିଓଙ୍କ ନିକଟରେ ଗତକାଲି ଅଭିଯୋଗ କରିଛନ୍ତି। । ଏହି ରାସ୍ତା ଦେଇ କେସିଙ୍ଗା ଓ ନର୍ଲା ବ୍ଳକକୁ ସଂଯୋଗ କରୁଥିବାରୁ ବର୍ଷା ଦିନ ଗମନାଗମନ କ୍ଷେତ୍ରରେ ଘୋର ଅସୁବିଧା ହେଉଥିବାରୁ ଗ୍ରାମବାସୀ ରାସ୍ତାରୋକୋ କରି ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି।

ଏହି ରାସ୍ତା ଉପରେ ରେଙ୍ଗାଲି, ପଦ୍ମପୁର, ସିଂଝରଣ ଭଳି ଗ୍ରାମର ଲୋକମାନେ ର୍ନିଭର କରିଥାନ୍ତି।ଏହି ରାସ୍ତା ଟି ଫୁଲମତି ପାହାଡ଼ ଦେଇ ନର୍ଲା ବ୍ଲକର ଟାପରାଙ୍ଗ, ମୁସ୍କୁଟି, ସାଲିଙ୍ଗ, ଗିଗିନା, ରୁପ୍ରା ଏବଂ ନର୍ଲାକୁ ଧଧ୍ୟ ସଂଯୋଗ କରିଥାଏ। ଏହି ରାସ୍ତା ଦେଇରେ ଗ୍ରାମର ଜନସାଧାରଣ ଦୈନନ୍ଦିନ କେସିଙ୍ଗା ସହରକୁ କାମପାଇ ଯାଇଥାନ୍ତି।

ଗର୍ଭବତୀ, ପ୍ରସୂତୀ, ରୋଗୀ ଙ୍କୁ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଥାଆନ୍ତି।ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅତି ଗୁରୁତ୍ୱପୂର୍ଣ୍ଣ କାମସ୍‌ରେ କସୃପଡା ଓ କେସିଙ୍ଗା ସହର ଉପରେ ନିର୍ଭର କରିଥାନ୍ତି।
କିନ୍ତୁ ଦୁଃଖର ବିଷୟ ଉକ୍ତ ଗ୍ରାମମାନଙ୍କଠାରୁ କୌଣସି ଏକ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟକୁ ନେବାକୁ ହେଲେ ସେହି ଶୋଚନୀୟ ରାସ୍ତାଦେଇ ଗ୍ରାମବାସୀଙ୍କୁ ଯିବାବେଳେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତରେ ପଡିଯାଇ ଦୁର୍ଘଟଣା ହେଉଛନ୍ତି। ଯାହାଫଳରେ ରାସ୍ତାଟିର ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଅନେକଥର ପ୍ରଶାସନକୁ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କୁ କୌଣସି ସୁଫଳ ମିଳି ନ ଥିବାରୁ ଶେଷରେ ତିନୋଟି ଗ୍ରାମର ଶତାଧିକ ମହିଳା ସେହି ରାସ୍ତା ଉପରେ ଅବରୋଧ କରିବା ସହ କେସିଙ୍ଗା ସ୍ଥିତ ‘ଗ୍ରାମ୍ୟ ନିର୍ମାଣ ବିଭାଜନ’ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ ।

କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ତୁରନ୍ତ ପଦକ୍ଷେପ ନିଆଯିବ ବର୍ତ୍ତମାନ ରାସ୍ତା ର ମରାମତି କରାଯିବ। ନଚେତ ଯେକୌଣସି ଫଣ୍ଡରୁ ରାସ୍ତା କାମ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ରାସ୍ତା ଦେଇ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଥିବା ହେତୁଦୈନିକ ବହୁ ସଂଖ୍ୟାରେ ହାଇୱା, ଟ୍ରକ ଏବଂ ଟ୍ରାକ୍ଟର ଭଳି ଭାରିଯାନ ଯାତାୟାତ କରୁଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

The post ଶୋଚନୀୟ ହୋଇପଡ଼ିଛି ରାସ୍ତା: ମରାମତି ପାଇଁ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ appeared first on Dharitri Odia News.