ସକାଳୁ ସକାଳୁ ଚଢାଉ, ୫ ଘଣ୍ଟା ପରେ ବାନ୍ଧିଲା ଇଡି

ନୂଆଦିଲ୍ଲୀ ୦୨/୦୯: ସକାଳୁ ରେଡ୍, ମଧ୍ୟାହ୍ନରେ ବନ୍ଧାହେଲେ ଆପ୍ ନେତା । ୫ ଘଣ୍ଟାରେ ଜେରା ପରେ ବାନ୍ଧିଛି ଇଡି । ଆମ୍ ଆଦମୀ ପାର୍ଟିର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଘରୁ ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୫ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଛି। ସକାଳ ପ୍ରାୟ ୭ଟାରେ ଇଡି ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ଯାହା ଶୁଣିବାକୁ ମିଳୁଥିଲା କି, ସେ ୨ ଘଣ୍ଟା ପର୍ଯ୍ୟନ୍ତ ଘରର କବାଟ ଖୋଲି ନଥିଲେ । ଇଡି ବାହାରେ ଠିଆ ହୋଇ ରହିଥିଲା। ଅମାନତୁଲ୍ଲା କବାଟ ଖୋଲିବା ପରେ ଇଡି ଟିମ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜେ ଅମାନତୁଲ୍ଲା ଖାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଇଡି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି । ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନତୁଲ୍ଲା ସରକାରୀ ଗାଇଡଲାଇନକୁ ଅଣଦେଖା କରି ଚାକିରି ଦେଇଥିବା ଅଭିଯୋଗରେ ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତେବେ ଏହି ଅଭିଯୋଗକୁ ଅମାନତୁଲ୍ଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। #WATCH | Delhi: AAP MLA Amanatullah Khan brought to ED office.ED had arrived at his residence to conduct a raid, earlier today. pic.twitter.com/8pjMUFrfIP— ANI (@ANI) September 2, 2024ଅମାନତୁଲ୍ଲା ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ ଏବଂ ଆପ୍

ସକାଳୁ ସକାଳୁ ଚଢାଉ, ୫ ଘଣ୍ଟା ପରେ ବାନ୍ଧିଲା ଇଡି

ନୂଆଦିଲ୍ଲୀ ୦୨/୦୯: ସକାଳୁ ରେଡ୍, ମଧ୍ୟାହ୍ନରେ ବନ୍ଧାହେଲେ ଆପ୍ ନେତା । ୫ ଘଣ୍ଟାରେ ଜେରା ପରେ ବାନ୍ଧିଛି ଇଡି । ଆମ୍ ଆଦମୀ ପାର୍ଟିର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଘରୁ ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୫ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଛି। ସକାଳ ପ୍ରାୟ ୭ଟାରେ ଇଡି ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ଯାହା ଶୁଣିବାକୁ ମିଳୁଥିଲା କି, ସେ ୨ ଘଣ୍ଟା ପର୍ଯ୍ୟନ୍ତ ଘରର କବାଟ ଖୋଲି ନଥିଲେ । 

ଇଡି ବାହାରେ ଠିଆ ହୋଇ ରହିଥିଲା। ଅମାନତୁଲ୍ଲା କବାଟ ଖୋଲିବା ପରେ ଇଡି ଟିମ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜେ ଅମାନତୁଲ୍ଲା ଖାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଇଡି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି । ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନତୁଲ୍ଲା ସରକାରୀ ଗାଇଡଲାଇନକୁ ଅଣଦେଖା କରି ଚାକିରି ଦେଇଥିବା ଅଭିଯୋଗରେ ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତେବେ ଏହି ଅଭିଯୋଗକୁ ଅମାନତୁଲ୍ଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। 



ଅମାନତୁଲ୍ଲା ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ ଏବଂ ଆପ୍ ନେତାଙ୍କୁ ହଇରାଣ କରିବା ପାଇଁ ସମସ୍ତ ପ୍ରୟାସ ହେଉଛି। ମିଥ୍ୟା ମାମଲାରେ ଫସାଯାଉଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଆମ ଦଳକୁ ଭାଙ୍ଗିବା। ସଚ୍ଚୋଟ ଭାବରେ ଲୋକଙ୍କ ସେବା କରିବା କ'ଣ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି।ଆମ୍ ଆଦମୀ ପାର୍ଟି ବିଧାୟକ ହେବା ସହ ଅମାନତୁଲ୍ଲା ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଅମାନତୁଲ୍ଲା ସଭାପତି ଥିବା ବେଳେ ଏଭଳି ୩୨ଟି ନିଯୁକ୍ତି ହୋଇଥିଲା, ଯାହା ସରକାରୀ ଗାଇଡଲାଇନକୁ ଅଣଦେଖା କରି କାମ କରିଥିବା ଅଭିଯୋଗ ହୋଇଥିଲା।