ଆଗାମୀ ୩ ଦିନ ହିଟ-ୱେଭ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ

ଭୁବନେଶ୍ୱର : ତାତିରୁ ନାହିଁ ନିସ୍ତାର। ଆଗାମୀ ୩ ଦିନ ଜାରି ରହିବ ହିଟ-ୱେଭ I ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆରସି I ହିଟ୍‌ୱେଭ୍ ଲାଗି ପିକ୍ ଆୱାରରେ ବାହାରିବାକୁ ନ ବାହାରିବାକୁ ପରାମର୍ଶ । ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଖରାରେ କାମ କରିବା ମନା । ସେହିପରି ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ ଗ୍ରହଣ ବୋଲି ସୂଚନା ଦେଇଛନ୍ତି । ଗତକାଲି ସୁନ୍ଦରଗଡ ଜିଲ୍ଲାରୁ ୧୨ […]

ଆଗାମୀ ୩ ଦିନ ହିଟ-ୱେଭ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ
ଆଗାମୀ ୩ ଦିନ ହିଟ-ୱେଭ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ

ଭୁବନେଶ୍ୱର : ତାତିରୁ ନାହିଁ ନିସ୍ତାର। ଆଗାମୀ ୩ ଦିନ ଜାରି ରହିବ ହିଟ-ୱେଭ I ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆରସି I ହିଟ୍‌ୱେଭ୍ ଲାଗି ପିକ୍ ଆୱାରରେ ବାହାରିବାକୁ ନ ବାହାରିବାକୁ ପରାମର୍ଶ । ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଖରାରେ କାମ କରିବା ମନା । ସେହିପରି ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ ଗ୍ରହଣ ବୋଲି ସୂଚନା ଦେଇଛନ୍ତି ।

ଗତକାଲି ସୁନ୍ଦରଗଡ ଜିଲ୍ଲାରୁ ୧୨ ଓ ଝାରସୁଗୁଡାରୁ ୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏହା ଅଂଶୁଘାତ ଜନିତ ମୃତ୍ୟୁ କି ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି ପୋଷ୍ଟମର୍ଟମ ପରେ ଜଣାପଡିବ ବୋଲି ଏସଆରସି କହିଛନ୍ତି ।

ସେହିପରି ଆଜି ସକାଳ ପହରୁ ଲାଗି ରହିଛି ଗରମ ଓ ଗୁଳୁଗୁଳି ଶୁକ୍ରବାର ସାଢେ ୧୧ ବେଳକୁ ତାପମାତ୍ରା ଟପିଛି ୪୨ ଡିଗ୍ରୀ। ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୨, ହୀରାକୁଦ ୪୦.୪, ରାଉରକେଲା ୩୫, ଗୋପାଳପୁର ୩୪, ପୁରୀ ୩୩.୯, କେନ୍ଦୁଝର ୩୩.୪, ଭୁବନେଶ୍ୱର ୩୩.୫ ମାତ୍ର ଆର୍ଦ୍ରତା ୭୮ ପ୍ରତିଶତ ଥିବାରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି।