ସପନା ଗିଲଙ୍କ ସହ ବିବାଦ ଭିତରେ ବଢିପାରେ ପୃଥ୍ୱୀ ଶାହଙ୍କ ଅଡୁଆ, କୋର୍ଟ ଜାରି କଲା ସମନ
ନୂଆଦିଲ୍ଲୀ ୧୩/୦୮: ଭାରତୀୟ ଦଳର ଷ୍ଟାର ଓପନର୍ ପୃଥ୍ୱୀ ଶାହ । କ୍ରିକେଟ ଛଡା ଚର୍ଚ୍ଚିତ ଚେହେରା । ଏବେ ତାଙ୍କୁ ନେଇ ଆସିଛି ବଡ ଖବର । ଦରକାର ପଡିଲେ ତାଅକୁ ଜାରି ହୋଇପାରେ ସମନ । ୨୦୨୩ର ଆରମ୍ଭରେ, ସେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଓ ସାଥାଙ୍କ ସହିତ ଝଗଡା କରିଥିଲେ । ବର୍ତ୍ତମାନ ମୁମ୍ବାଇର ଡିଣ୍ଡୋସି ସେସନ୍ସ କୋର୍ଟ ଏହି ମାମଲାରେ ଦ୍ୱିତୀୟ ସମନ ଜାରି କରିଛନ୍ତି । କୁହାଯାଇଛି ଯେ ନିକଟରେ ପୃଥ୍ୱୀ ଶାହଙ୍କ ବିରୋଧରେ ଯେତେବେଳେ ପ୍ରଥମ ସମନ ଜାରି କରାଯାଇଥିଲା । ସେତେବେଳେ ଷ୍ଟାର କ୍ରିକେଟର କିମ୍ବା ତାଙ୍କ ତରଫରୁ କୌଣସି ଓକିଲ ତାଙ୍କୁ ପ୍ରତିନିଧିତ୍ୱ କରିବାକୁ କୋର୍ଟରେ ପହଞ୍ଚି ନଥିଲେ । କିନ୍ତୁ ବର୍ତ୍ତମାନ ଡିଣ୍ଡୋସି ସେସନ୍ସ କୋର୍ଟ ଦ୍ୱିତୀୟ ସମନ ଜାରି କରି ହାଜର ହେବାକୁ ଜଣାଇଛନ୍ତି । ସୂଚନା ଥାଉକି, ପୃଥ୍ୱୀ ଏବଂ ସପନା ଗିଲ୍ ବିବାଦ ୨୦୨୩ରୁ ଆରମ୍ଭ ହୋଇଥିଲା । ତା’ପରେ ପୃଥ୍ୱୀ ମୁମ୍ବାଇର ଏକ ହୋଟେଲରେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଏବଂ ତାଙ୍କ ସାଙ୍ଗମାନଙ୍କ ସହ ଝଗଡା କରିଥିଲେ । ତାଙ୍କ ଝଗଡାର ଭିଡିଓ ବି ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗରେ ପୃଥ୍ୱୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସପନା ଗିଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା। କହିବାକୁ ଗଲେ ଏହି ବିଷୟଟି ହେଉଛି ୧୫ଫେବୃଆରୀ ୨୦୨୩, ଯେତେବେଳେ ପୃଥ୍ୱୀ ଶାହ କ୍ରୁଜ୍ର
ନୂଆଦିଲ୍ଲୀ ୧୩/୦୮: ଭାରତୀୟ ଦଳର ଷ୍ଟାର ଓପନର୍ ପୃଥ୍ୱୀ ଶାହ । କ୍ରିକେଟ ଛଡା ଚର୍ଚ୍ଚିତ ଚେହେରା । ଏବେ ତାଙ୍କୁ ନେଇ ଆସିଛି ବଡ ଖବର । ଦରକାର ପଡିଲେ ତାଅକୁ ଜାରି ହୋଇପାରେ ସମନ । ୨୦୨୩ର ଆରମ୍ଭରେ, ସେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଓ ସାଥାଙ୍କ ସହିତ ଝଗଡା କରିଥିଲେ । ବର୍ତ୍ତମାନ ମୁମ୍ବାଇର ଡିଣ୍ଡୋସି ସେସନ୍ସ କୋର୍ଟ ଏହି ମାମଲାରେ ଦ୍ୱିତୀୟ ସମନ ଜାରି କରିଛନ୍ତି । କୁହାଯାଇଛି ଯେ ନିକଟରେ ପୃଥ୍ୱୀ ଶାହଙ୍କ ବିରୋଧରେ ଯେତେବେଳେ ପ୍ରଥମ ସମନ ଜାରି କରାଯାଇଥିଲା । ସେତେବେଳେ ଷ୍ଟାର କ୍ରିକେଟର କିମ୍ବା ତାଙ୍କ ତରଫରୁ କୌଣସି ଓକିଲ ତାଙ୍କୁ ପ୍ରତିନିଧିତ୍ୱ କରିବାକୁ କୋର୍ଟରେ ପହଞ୍ଚି ନଥିଲେ । କିନ୍ତୁ ବର୍ତ୍ତମାନ ଡିଣ୍ଡୋସି ସେସନ୍ସ କୋର୍ଟ ଦ୍ୱିତୀୟ ସମନ ଜାରି କରି ହାଜର ହେବାକୁ ଜଣାଇଛନ୍ତି ।
ସୂଚନା ଥାଉକି, ପୃଥ୍ୱୀ ଏବଂ ସପନା ଗିଲ୍ ବିବାଦ ୨୦୨୩ରୁ ଆରମ୍ଭ ହୋଇଥିଲା । ତା’ପରେ ପୃଥ୍ୱୀ ମୁମ୍ବାଇର ଏକ ହୋଟେଲରେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଏବଂ ତାଙ୍କ ସାଙ୍ଗମାନଙ୍କ ସହ ଝଗଡା କରିଥିଲେ । ତାଙ୍କ ଝଗଡାର ଭିଡିଓ ବି ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗରେ ପୃଥ୍ୱୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସପନା ଗିଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
କହିବାକୁ ଗଲେ ଏହି ବିଷୟଟି ହେଉଛି ୧୫ଫେବୃଆରୀ ୨୦୨୩, ଯେତେବେଳେ ପୃଥ୍ୱୀ ଶାହ କ୍ରୁଜ୍ର ଏକ ୫ ଷ୍ଟାର ହୋଟେଲରେ ନିଜ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ସେହି ସମୟରେ, କ୍ରିକେଟରଙ୍କ ସହ ଦୁଇଜଣ ବ୍ୟକ୍ତି ସେଲଫି ନେଇଥିଲେ, କିନ୍ତୁ ସମାନ ଲୋକ ପୁନର୍ବାର ଆସି ଅନ୍ୟ ଲୋକଙ୍କ ସହ ସେଲଫି ନେବାକୁ ମଧ୍ୟ କହିଥିଲେ। ଏହା ପରେ ପୃଥ୍ୱୀ ମନା କରିଦେଇଥିଲେ । ସେ କହିଥିଲେ ସାଙ୍ଗମାନଙ୍କ ସହ ଖାଇବାକୁ ଆସିଛନ୍ତି । ଯାହାକୁ ନେଇ ବିବାଦ ବଢିଥିଲା । ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା ।
ଏହା ପରେ ପ୍ରୀତିଙ୍କ ବନ୍ଧୁଙ୍କ ଅଭିଯୋଗ ଆଧାରରେ ପୋଲିସ ସପନା ଗିଲଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ସପନା ଗିଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତା’ପରେ ସପନା ଜାମିନରେ ଆସିଥିଲେ । ଉଭୟ ପକ୍ଷ ପରସ୍ପର ବିରୋଧରେ ମାମଲା ରୁଜୁ କରିଥିଲେ । ସପନା ମଧ୍ୟ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ । ତା’ପରେ ସପନା ଦାବି କରିଥିଲେ ଯେ ପୋଲିସ ତାଙ୍କ ଏଫ୍ଆଇଆର୍ ରେଜିଷ୍ଟ୍ରେସନ୍ କରିନାହିଁ । ଏହା ପରେ ସେ ସିଧା କୋର୍ଟକୁ ଯାଇଥିଲେ । କୋର୍ଟର ହସ୍ତକ୍ଷେପ ପରେ ପୋଲିସରେ ଏକ ମାମଲା ରୁଜୁ ହୋଇଥିଲା ।
ସପନା ଗିଲ ଆଇପିସିର ଧାରା ୩୫୪, ୫୦୯, ୩୨୪ ଅନୁଯାୟୀ ମାଡ ମାରିବା ସହ ନିର୍ଯାତନା ଦେବା ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଦାଖଲ କରିବାବେଳେ ସପନା ସରକାରୀ ଡାକ୍ତରଖାନାରୁ ଡାକ୍ତରୀ ପ୍ରମାଣପତ୍ର ମଧ୍ୟ ଦେଇଥିଲେ । ଯେଉଁଥିରେ ଯୌନ ନିର୍ଯାତନା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।