ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର
ଶ୍ରୀନଗର,୪।୧୧: ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି ସାରିଛନ୍ତି। ଅତୀତରେ ଜମ୍ମୁ କଶ୍ମୀରର ଅର୍ଥମନ୍ତ୍ରୀ ମଧ୍ୟ ରହିଆସିଛନ୍ତି। ସୂଚନାଯୋଗ୍ୟ, ରାଥର ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳର ନେତା […] The post ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର appeared first on Dharitri Odia News.
ଶ୍ରୀନଗର,୪।୧୧: ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି ସାରିଛନ୍ତି। ଅତୀତରେ ଜମ୍ମୁ କଶ୍ମୀରର ଅର୍ଥମନ୍ତ୍ରୀ ମଧ୍ୟ ରହିଆସିଛନ୍ତି।
ସୂଚନାଯୋଗ୍ୟ, ରାଥର ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳର ନେତା ମଧ୍ୟ ଥିଲେ, ସେତେବେଳେ ରାଜ୍ୟରେ ଏକ ପିଡିପି ଏବଂ କଂଗ୍ରେସ ମିଳିତ ସରକାର ରହିଥିଲେ।
ରବିବାର ଭାଜପା ଏକ ବିଧାୟକ ଦଳ ବୈଠକ କରିଥିଲା। ଏହି ବୈଠକରେ ବିଧାୟକମାନେ ସେମାନଙ୍କର ପ୍ରାର୍ଥୀ ନରିନ୍ଦର ସିଂ ରାଇନାଙ୍କୁ ବିଧାନସଭାର ଡେପୁଟି ବାଚସ୍ପତି ପଦ ପାଇଁ ମନୋନୀତ କରିଛନ୍ତି। ସମସ୍ତ ବିଧାୟକ ରାଇନାଙ୍କ ନାମ ଆଣିବାକୁ ପ୍ରସ୍ତୁତ ଅଛନ୍ତି।
ଜମ୍ମୁ କଶ୍ମୀର ବିଧାନସଭା ଅଧିବେଶନ ୬ବର୍ଷରୁ ଅଧିକ ସମୟ ପରେ ଅନୁଷ୍ଠିତ ହେଉଛି। ଶେଷ ବୈଠକ ୨୦୧୮ରେ ଅନୁଷ୍ଠିତ ହୋଇଥିଲା। ବିଧାନସଭାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
The post ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର appeared first on Dharitri Odia News.