ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ପରାଜୟ, ୪ ଦଶନ୍ଧି ପରେ ବିଧାନସଭାରେ ପଡ଼ିବନି ପାଦ

ନୂଆଦିଲ୍ଲୀ: ସିକ୍କିମ ବିଧାନସଭା ନିର୍ବାଚନ ପରିଣାମ ସାମନାକୁ ଆସି ସାରିଛି । ରେଲଜ୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ପୋକଲୋକ ବିଧାନସଭା ଆସନରୁ ନିର୍ବାଚନ ହାରିଛନ୍ତି । ସେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରାର୍ଥୀ ଭୋଜରାଜ ରାୟଙ୍କଠାରୁ ୩୦୬୩ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଏହାସହ ୪୦ ବର୍ଷ ପରେ ପ୍ରଥମ ଥର ପାଇଁ ସିକ୍କିମର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ରହିଥିବା ପୱନ କୁମାର ଚାମଲିଙ୍ଗଙ୍କ ପାଦ ବିଧାନସଭାରେ ପଡ଼ିବ ନାହିଁ ।ଦେଶର କୌଣସି ରାଜ୍ୟରେ ସବୁଠୁ ଦୀର୍ଘ ସମୟ ଯାଏ ମୁଖ୍ୟମନ୍ତ୍ରୀ ରହିବା ଦୌଡରେ ପୱନ କୁମାର ଚାମଲିଙ୍ଗ ସବୁଠୁ ଆଗରେ ଅଛନ୍ତି । ତାଙ୍କ ନାଁରେ ପ୍ରାୟ ୨୫ ବର୍ଷ ଯାଏ ସିକ୍କିମ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡ ରହିଛି । ତାଙ୍କର ପାର୍ଟି ଏସଡିଏଫ୍ ସିକ୍କିମ ବିଧାନସଭା ନିର୍ବାଚନରେ ୧୯୯୪,୧୯୯୯,୨୦୦୪,୨୦୦୯ ଏବଂ ୨୦୧୪ରେ ଜିତି ସରକାର ଗଢିଥିଲେ । ଚାମଲିଙ୍ଗ ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଟନ୍ତି । ଚାମଲିଙ୍ଗ ନିଜର ରାଜନୀତିକ କ୍ୟାରିୟର ୩୨ ବର୍ଷରେ ଆରମ୍ଭ କରିଥିଲେ । ଚାମଲିଙ୍ଗ ନେପାଳି ଭାଷାର କବି ଏବଂ ଗୀତିକାର । ସେ ୧୯୮୫ରୁ ୧୯୯୪ ଯାଏ ସିକ୍କିମପ ଦମଥାଙ୍ଗ ଆସନର ପ୍ରତିନିଧିତ୍ୱ କରିଥିଲେ । ଏହାପରେ ସେ ନାମଚୀ-ସିଙ୍ଘିଥାଙ୍ଗ ଆସନରେ ୨୦୧୯ ଯାଏ ବିଧାୟକ ନିର୍ବାଚିତ ହୋଇଥିଲେ ।ଚାମଲିଙ୍ଗ ଚଳିତ

ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ପରାଜୟ, ୪ ଦଶନ୍ଧି ପରେ ବିଧାନସଭାରେ ପଡ଼ିବନି ପାଦ

ନୂଆଦିଲ୍ଲୀ: ସିକ୍କିମ ବିଧାନସଭା ନିର୍ବାଚନ ପରିଣାମ ସାମନାକୁ ଆସି ସାରିଛି । ରେଲଜ୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ପୋକଲୋକ ବିଧାନସଭା ଆସନରୁ ନିର୍ବାଚନ ହାରିଛନ୍ତି । ସେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରାର୍ଥୀ ଭୋଜରାଜ ରାୟଙ୍କଠାରୁ ୩୦୬୩ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଏହାସହ ୪୦ ବର୍ଷ ପରେ ପ୍ରଥମ ଥର ପାଇଁ ସିକ୍କିମର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ରହିଥିବା ପୱନ କୁମାର ଚାମଲିଙ୍ଗଙ୍କ ପାଦ ବିଧାନସଭାରେ ପଡ଼ିବ ନାହିଁ ।

ଦେଶର କୌଣସି ରାଜ୍ୟରେ ସବୁଠୁ ଦୀର୍ଘ ସମୟ ଯାଏ ମୁଖ୍ୟମନ୍ତ୍ରୀ ରହିବା ଦୌଡରେ ପୱନ କୁମାର ଚାମଲିଙ୍ଗ ସବୁଠୁ ଆଗରେ ଅଛନ୍ତି । ତାଙ୍କ ନାଁରେ ପ୍ରାୟ ୨୫ ବର୍ଷ ଯାଏ ସିକ୍କିମ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡ ରହିଛି । ତାଙ୍କର ପାର୍ଟି ଏସଡିଏଫ୍ ସିକ୍କିମ ବିଧାନସଭା ନିର୍ବାଚନରେ ୧୯୯୪,୧୯୯୯,୨୦୦୪,୨୦୦୯ ଏବଂ ୨୦୧୪ରେ ଜିତି ସରକାର ଗଢିଥିଲେ । ଚାମଲିଙ୍ଗ ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଟନ୍ତି । ଚାମଲିଙ୍ଗ ନିଜର ରାଜନୀତିକ କ୍ୟାରିୟର ୩୨ ବର୍ଷରେ ଆରମ୍ଭ କରିଥିଲେ । ଚାମଲିଙ୍ଗ ନେପାଳି ଭାଷାର କବି ଏବଂ ଗୀତିକାର । ସେ ୧୯୮୫ରୁ ୧୯୯୪ ଯାଏ ସିକ୍କିମପ ଦମଥାଙ୍ଗ ଆସନର ପ୍ରତିନିଧିତ୍ୱ କରିଥିଲେ । ଏହାପରେ ସେ ନାମଚୀ-ସିଙ୍ଘିଥାଙ୍ଗ ଆସନରେ ୨୦୧୯ ଯାଏ ବିଧାୟକ ନିର୍ବାଚିତ ହୋଇଥିଲେ ।

ଚାମଲିଙ୍ଗ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ଲଢୁଥିଲେ । ନାମଚେୟବୁଙ୍ଗ ଆସନରେ ରାଜୁ ବସ୍ନେତଠାରୁ ୨୨୫୬ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି । ୨୦୧୯ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନେତା ପ୍ରେମ ସିଂଙ୍କ ନେତୃତ୍ୱରେ ସରକାର ଗଠନ କରିବା ପରେ ଚାମଲିଙ୍ଗ ମୁଖ୍ୟମନ୍ତ୍ରୀ ପଦରୁଇ ଇସ୍ତଫା ଦେଇଥିଲେ ।