ସିବିଆଇର ଫାଇନାଲ ଖୁଲାସା, ବଳାତ୍କାର କରିଛନ୍ତି ସଞ୍ଜୟ ରୟ ଆଉ…

କୋଲକାତା,୬।୯: କୋଲକାତା ଆରଜି ମେଡିକାଲ କଲେଜ ଘଟଣାରେ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସିବିଆଇ। ତେବେ ସିବିଆଇର ଫାଇନାଲ ତଦନ୍ତରେ ଲୋମଟାଙ୍କୁରା ପରି ଖୁଲାସା ହୋଇଛି। ଯେଉଁଥିରେ ଏହି ଘଟଣାରେ କେତେଜଣ ସାମିଲ୍‌ ରହିଛନ୍ତି ତାହାର ପର୍ଦ୍ଦାଫାଶ ହୋଇଛି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିବିଆଇ କହିଛି, ଆରଜି ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଆମେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜି ବାହାର କରି ସାରିଛୁ। ଏହି ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଆମେ […] The post ସିବିଆଇର ଫାଇନାଲ ଖୁଲାସା, ବଳାତ୍କାର କରିଛନ୍ତି ସଞ୍ଜୟ ରୟ ଆଉ… appeared first on Dharitri Odia News.

ସିବିଆଇର ଫାଇନାଲ ଖୁଲାସା, ବଳାତ୍କାର କରିଛନ୍ତି ସଞ୍ଜୟ ରୟ ଆଉ…

କୋଲକାତା,୬।୯: କୋଲକାତା ଆରଜି ମେଡିକାଲ କଲେଜ ଘଟଣାରେ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସିବିଆଇ। ତେବେ ସିବିଆଇର ଫାଇନାଲ ତଦନ୍ତରେ ଲୋମଟାଙ୍କୁରା ପରି ଖୁଲାସା ହୋଇଛି। ଯେଉଁଥିରେ ଏହି ଘଟଣାରେ କେତେଜଣ ସାମିଲ୍‌ ରହିଛନ୍ତି ତାହାର ପର୍ଦ୍ଦାଫାଶ ହୋଇଛି।

ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିବିଆଇ କହିଛି, ଆରଜି ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଆମେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜି ବାହାର କରି ସାରିଛୁ। ଏହି ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଆମେ ଜେରା କରିବା ସହ ଗିରଫ ମଧ୍ୟ କରିଛୁ। ଏଥିରୁ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏଥିସହ ଆରଜି ମେଡିକାଲର କଳା ଇତିହାସ ପଦାରେ ପଡିଛି। କୋଲକାତା ମେଡିକାଲ କଲେଜ ଦ୍ୱାରା ପ୍ରଦାନ କରାଯାଇଥିବା ମାମଲାକୁ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଗ୍ରହ୍ୟ କରିଦେବା ଘଟଣାକୁ ନେଇ ଏଜେନ୍ସି ଖୁବ୍‌ଶୀଘ୍ର ଅଭିଯୋଗ ଦାଖଲ କରିବ।

ସିବିଆଇ ଉପରେ ମୁଖ୍ୟମନ୍ତ୍ରୀ ମମତା ଚାପ ପକାଉଛନ୍ତି। ଯିଏକି ଏହି ଜଘନ୍ୟ ଅପରାଧ ସମୟରେ ରାଜନୀତିକ ବୟାନବାଜି କରି ଆଲୋଚନାର ନିଆଁରେ ଝାସ ଦେଇଛନ୍ତି। ଗତ ସପ୍ତାହରେ ସେ ଦାବି କରି କହିଥିଲେ ଯେ, ମୁଁ ୫ଦିନ ମାଗିଥିଲି କିନ୍ତୁ ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା। ସେ ନ୍ୟାୟ ଦେବାକୁ ଚାହୁଁ ନାହାନ୍ତି। ୧୬ଦିନ ବିତିଗଲାଣି କିନ୍ତୁ ନ୍ୟାୟ କାହିଁ? ବୋଲି ସିବିଆଇ କହିଛି।

ତେବେ ଡିଏନଏ ରିପୋର୍ଟରେ ବଡ଼ ଖୁଲାସା ହୋଇଛି। ମୃତ ଡାକ୍ତର ମହିଳା ତଥା ଅଭିଯୁକ୍ତଙ୍କ ଡିଏନଏ ମ୍ୟାଚ୍‌ ହୋଇଛି। ଡିଏନଏ ରିପୋର୍ଟ ସିବିଆଇ ପାଖରେ ପହଞ୍ଚି ସାରିଛି। ଏହା ପରେ ଏହାକୁ ଏମ୍ସକୁ ପଠାଯିବ। ତଦନ୍ତରେ ୧୦୦ରୁ ଅଧିକ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଏଥିସହ ୧୦ ପଲିଗ୍ରାଫ ଟେଷ୍ଟ ମଧ୍ୟ ହୋଇଛି। ଏଥିରେ ଆରଜି କଲେଜର ପୂର୍ବ ଅଧ୍ୟ୪ ସନ୍ଦୀପ ଘୋଷଙ୍କର ମଧ୍ୟ ବୟାନ ରେକର୍ଡ ହୋଇଛି। ଏଜେନ୍ସି ଦ୍ୱାରା ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି। ସବୁଠାରୁ ବଡ଼ ଅଭିଯୁକ୍ତ ହେଉଛନ୍ତି ଡ. ସନ୍ଦୀପ ଘୋଷ। ଦ୍ୱିତୀୟ ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ। ତୃତୀୟ ହେଉଛନ୍ତି ସଞ୍ଜୟ ରୟ। ତେବେ ସେପ୍ଟେମ୍ବର ୧୭ ସୁଦ୍ଧା ସିବିଆଇ କୋଲକାତା ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବ।

The post ସିବିଆଇର ଫାଇନାଲ ଖୁଲାସା, ବଳାତ୍କାର କରିଛନ୍ତି ସଞ୍ଜୟ ରୟ ଆଉ… appeared first on Dharitri Odia News.