ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ
ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି ଦିବସରେ ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜନାର୍ଦ୍ଦନ ତାଙ୍କ ପ୍ରାର୍ଥିପତ୍ର ସୁନ୍ଦରଗଡ଼ ଜିଲାପାଳ ତଥା ରିଟର୍ନିଂ ଅଫିସର ଡାକ୍ତର ଗାଭାଲି ପରାଗ ହର୍ଷଦଙ୍କ ଠାରେ ଦାଖଲ କରିଛନ୍ତି। ସେହିପରି ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ଡାକ୍ତର ସିଏସ୍ […] The post ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ appeared first on Dharitri Odia News.
ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି ଦିବସରେ ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜନାର୍ଦ୍ଦନ ତାଙ୍କ ପ୍ରାର୍ଥିପତ୍ର ସୁନ୍ଦରଗଡ଼ ଜିଲାପାଳ ତଥା ରିଟର୍ନିଂ ଅଫିସର ଡାକ୍ତର ଗାଭାଲି ପରାଗ ହର୍ଷଦଙ୍କ ଠାରେ ଦାଖଲ କରିଛନ୍ତି। ସେହିପରି ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ଡାକ୍ତର ସିଏସ୍ ରାଜେନ ଏକ୍କା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ (ରାଜସ୍ବ)ତଥା ରିଟର୍ନିଂ ଅଫିସର ଅଭିମନ୍ୟୁ ବେହେରାଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏଥିସହ ସୁନ୍ଦରଗଡ଼ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ସୁଧାରାଣୀ ରାଉଡିଆ ମଧ୍ୟ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ(ସାଧାରଣ)ତଥା ରିଟର୍ନିଂ ଅଫିସର ରବିନାରାୟଣ ସାହୁଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସ୍ଥାନୀୟ ସମଲେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ରାମ୍ଜୀ ମନ୍ଦିର ଦର୍ଶନ କରି ଲୋକ ସଭା ଓ ଦୁଇ ବିଧାନସଭା ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
The post ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ appeared first on Dharitri Odia News.