ହଷ୍ଟେଲ ଛାଡିଲେ ଅନ୍ତେବାସୀ, ଜଣେ ଛାତ୍ରୀଙ୍କ ମୃତ୍ୟୁ ପରେ ଦେଖାଦେଇଛି ଏପରି ସ୍ଥିତି
ଉଦଳା ୨୭।୦୩ : ଉଦଳାରେ ଆଦିବାସୀ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅଭିଭାବକମାନେ ହଷ୍ଟେଲରେ ପହଁଚି ନିଜ ପିଲାଙ୍କୁ ଘରକୁ ନେଇ ଯାଇଛନ୍ତି। ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହିତ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ। ହଷ୍ଟେଲରେ ୧୭୦ ଛାତ୍ରୀ ରହୁଥିବା ବେଳେ ଅର୍ଦ୍ଧାଧିକ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି। ତେବେ ଏବେ ବି ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।