ହାତୀ ଭୟ ଥିବା ବରଗଛ ତଳେ ରହୁଛନ୍ତି ଗହଳ

ଲୋଇସିଂହା,୩୦।୫ (ସୁଶାନ୍ତ ବାରିକ)ଗହଳ ବରିହା, ବୟସ ୮୧ ା ଘର ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳୀପାଲି ଗ୍ରାମରେ ା ଗହଳଙ୍କର କୌଣସି ସନ୍ତାନ ସନ୍ତତି ନ ଥିବାରୁ ସ୍ବାମୀ ହାଡୁ ବରିହାଙ୍କ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ବିତାଉଛନ୍ତି ା ବୟସ ଅଧିକ ହୋଇ ଯାଇଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଚଲାବୁଲା କରି ପାରୁନାହାନ୍ତି ା ଏପରି ପରିସ୍ଥିତିରେ ପାଣି ସଂଗ୍ରହ କରିବା ଓ ପେଟପୁରା ଗଣ୍ଡେ ଖାଇବାକୁ ନ ପାଇ ଭାଗ୍ୟକୁ ଆଦରି […] The post ହାତୀ ଭୟ ଥିବା ବରଗଛ ତଳେ ରହୁଛନ୍ତି ଗହଳ appeared first on Dharitri Odia News.

ହାତୀ ଭୟ ଥିବା ବରଗଛ ତଳେ ରହୁଛନ୍ତି ଗହଳ

ଲୋଇସିଂହା,୩୦।୫ (ସୁଶାନ୍ତ ବାରିକ)ଗହଳ ବରିହା, ବୟସ ୮୧ ା ଘର ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳୀପାଲି ଗ୍ରାମରେ ା ଗହଳଙ୍କର କୌଣସି ସନ୍ତାନ ସନ୍ତତି ନ ଥିବାରୁ ସ୍ବାମୀ ହାଡୁ ବରିହାଙ୍କ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ବିତାଉଛନ୍ତି ା ବୟସ ଅଧିକ ହୋଇ ଯାଇଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଚଲାବୁଲା କରି ପାରୁନାହାନ୍ତି ା ଏପରି ପରିସ୍ଥିତିରେ ପାଣି ସଂଗ୍ରହ କରିବା ଓ ପେଟପୁରା ଗଣ୍ଡେ ଖାଇବାକୁ ନ ପାଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି ା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ସେ ଘରେ ରହି ନ ପାରି ଘର ସମ୍ମୁଖରେ ଥିବା ବରଗଛ ତଳେ ଆଶ୍ରୟ ନେଇଛନ୍ତି ା ହାତୀ ଉପଦ୍ରବ ଅଞ୍ଚଳରେ ଖୋଲା ଆକାଶ ତଳେ ବୃଦ୍ଧା ଜଣକ ରହୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। କିଛିଦିନ ତଳେ ଗ୍ରାମର କେତେଜଣ ମହିଳା କେନ୍ଦୁପତ୍ର ସଂଗ୍ରହ ପାଇଁ ଯାଇଥିବା ବେଳେ ୩ ଟିକିଆ ହାତୀ ପଲ ଦେଖି ଜଙ୍ଗଲରୁ ଫେରି ଆସିଥିଲେ। ଅପରପକ୍ଷରେ ସେ ୫ ଦିନ ହେଲା ଖିଆପିଆ କରି ନ ଥିବାରୁ ଅନାହାର ମୃତ୍ୟୁ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ଗହଳଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି ା ସେହି ଘରେ ସେ ଏକାକୀ ରହୁଛନ୍ତି ା ଗଁାରେ ଘରକୁ ଘର ଟ୍ୟାପ୍‌ ପାଣି ସଂଯୋଗ ବେଳେ ସଂପୃକ୍ତ ବୃଦ୍ଧାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିଲା ା ସେତେବେଳେ ଆଉ କେତେ ଦିନ ବା ସେ ବଞ୍ଚତ୍ବେ, ଗୋଟିଏ କନେକସନ ବେକାର ଯିବ ା ଏପରି ମନ୍ତବ୍ୟ ଦେଇ ଠିକା ସଂସ୍ଥା ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗହଳଙ୍କ ଘରକୁ ପାଇପ ଜଳ ସଂଯୋଗ ଦିଆଯାଇ ନ ଥିଲା ା ଏ ସଂକ୍ରାନ୍ତରେ ‘ପାଇପ୍‌ ଜଳ ସଂଯୋଗରୁ ବଞ୍ଚତ୍ତ ବୃଦ୍ଧା ଗହଳ’ ଶୀର୍ଷକ ଏକ ଖବର ଧରିତ୍ରୀରେ ଏପ୍ରିଲ ୨୯ରେ ପ୍ରକାଶ ପାଇଥିଲା ା ଏହାପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇ ସଂପୃକ୍ତ ବୃଦ୍ଧାଙ୍କୁ ପାଇପ ଜଳ ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଛି। କିନ୍ତୁ ପାଇପ ଅଭାବ ଦର୍ଶାଇ ବୃଦ୍ଧାଙ୍କ ଘର ଠାରୁ ପ୍ରାୟ ୧୫ ରୁ ୨୦ ମିଟର ଦୂରରେ ଗାଁ ସ୍କୁଲ ପାଚେରିରେ ଏକ ଟ୍ୟାପ୍‌ ବସାଯାଇଛି ା ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରୁଥିବା ସଂପୃକ୍ତ ବୃଦ୍ଧାଙ୍କ ପ୍ରତି ଠିକା ସଂସ୍ଥା ଓ ଜନସ୍ବାସ୍ଥ୍ୟ ବିଭାଗର ଏପରି ମନୋଭାବ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ବୁଧବାର ଏ ସମ୍ପର୍କରେ ସଂପୃକ୍ତ ବୃଦ୍ଧାଙ୍କୁ ଭେଟି ପଚାରିବାରେ କହିଥିଲେ, କିଛିଦିନ ତଳେ ପାଇପ ସଂଯୋଗ ପାଇଁ ଆସିଥିବା ବିଭାଗୀୟ କର୍ମଚାରୀଙ୍କୁ ନିଜର ସ୍ବାସ୍ଥ୍ୟବସ୍ଥା ଜଣାଇ ଘର ନିକଟରେ ଟ୍ୟାପ୍‌ ଲଗାଇବାକୁ ଅନୁରୋଧ କରିଥିଲି। ହେଲେ ଅଧିକ ପାଇପ ନାହିଁ କହି ଘର ପାଖ ସ୍କୁଲ ପାଚେରିରେ ଏକ ଟ୍ୟାପ୍‌ ବସାଇ ଚାଲି ଯାଇଥିଲେ ା କିନ୍ତୁ ସେଠାରୁ ପାଣି ଆଣିବା କଷ୍ଟକର ବୋଲି ସେ କହିଛନ୍ତି ା ବୟସ ଅଧିକ ହୋଇଥିବାରୁ ରାନ୍ଧି ଖାଇ ପାରୁନାହାନ୍ତି। ସେ ୫ ଦିନ ହେଲା କିଛି ଖାଇ ନ ଥିବା ବେଳେ ଖରାରେ ସିଝୁଥିବା କହିଛନ୍ତି ା ଖାଇବାକୁ ଦେବାକୁ କହି ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ପଞ୍ଚାୟତରୁ ମିଳୁଥିବା ପିଡିଏସ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ନେଇ ଯାଉଛନ୍ତି। ହେଲେ ଠିକ୍‌ ଭାବେ ଖାଇବାକୁ ଦେଉ ନ ଥିବା ସେ କ୍ଷୋଭର ସହ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଅକ୍ଷୟ ପାଣି ଉଡୁଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବ୍ଲକ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ସମସ୍ତ ସୁବିଧା ଦିଆଯାଉଛି। ପାଣି ଟ୍ୟାପ୍‌ ଘର ନିକଟରେ କରିବାକୁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଜିଲାପାଳ ସଂପୃକ୍ତ ବୃଦ୍ଧାଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

The post ହାତୀ ଭୟ ଥିବା ବରଗଛ ତଳେ ରହୁଛନ୍ତି ଗହଳ appeared first on Dharitri Odia News.