‘ହେରା ଫେରି ୩’ରେ ପରେଶ ରାଓ୍ଵଲଙ୍କ ସ୍ଥାନ ନେବେ ପଙ୍କଜ ତ୍ରିପାଠୀ !

ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲଙ୍କ ଫିଲ୍ମ ‘ହେରା ଫେରି’କୁ ବଲିଉଡର ସବୁଠୁ ଶ୍ରେଷ୍ଠ କମେଡି ଫିଲ୍ମ କୁହାଯାଏ। ପ୍ରଶଂସକ ଓ ଦର୍ଶକ ଏହି ଫିଲ୍ମର ତୃତୀୟ ପାର୍ଟକୁ ଦୀର୍ଘ ବର୍ଷ ଧରି ଚାହିଁ ରହିଛନ୍ତି। ମାତ୍ର ପରେଶ ରାଓ୍ଵଲ ତୃତୀୟ ପାର୍ଟରେ ଅଭିନୟ କରିବାକୁ ମନା କରିଦେବା ପରେ ଫିଲ୍ମର ଭବଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ଫିଲ୍ମର ସୁଟିଂ ହେବ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ପରେଶ ରାଓ୍ଵଲଙ୍କ ସ୍ଥାନରେ ପଙ୍କଜ ତ୍ରିପାଠୀଙ୍କୁ   ନେବା ଉଚିତ୍ ବୋଲି ମତ ରଖିଛନ୍ତି। ଏହା ଉପରେ ପଙ୍କଜ ତ୍ରିପାଠୀ କହିଛନ୍ତି, ତାଙ୍କୁ ଲାଗୁନି ସେ ପରେଶ ରାଓ୍ଵଲଙ୍କ ସ୍ଥାନ ନେଇ ପାରିବେ।ବଲିଉଡ ହଙ୍ଗାମା ସହ ସ୍ଵତନ୍ତ୍ର ଆଲୋଚନାରେ ପଙ୍କଜ ତ୍ରିପାଠୀ କହିଛନ୍ତି, ମୁଁ ପଢିଛି ଏବଂ ଶୁଣିଛି ଯେ ପ୍ରଶଂସକ ଚାହୁଁଛନ୍ତି ମୁଁ ପରେଶ ରାଓ୍ଵଲଙ୍କ ସ୍ଥାନରେ ଅଭିନୟ କରେ। ମୋତେ ଲାଗୁନି ମୁଁ ସେ ଚରିତ୍ରରେ ଅଭିନୟ କରି ପାରିବି। ପରେଶ ଜଣେ ଅସାଧାରଣ ଅଭିନେତା ଏବଂ ତାଙ୍କ ସାମ୍ନାରେ ମୁଁ କିଛି ବି ନୁହେଁ। ମୁଁ ତାଙ୍କୁ ବହୁତ ସମ୍ମାନ କରେ ଏବଂ ମୋତେ ଲାଗୁନି ସେହି କାମ ପାଇଁ ମୁଁ ଠିକ୍ ବ୍ୟକ୍ତି।ଶୀଘ୍ର ଆସିବ କ୍ରିମିନାଲ ଜଷ୍ଟିସର ନୂଆ ସିଜିନପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଓ୍ଵେବ ସିରିଜ୍ କ୍ରିମିନାଲ ଜଷ୍ଟିସର ସିଜିନ ୪ ଶୀଘ୍ର ରିଲିଜ୍ ହେବାକୁ ଯାଉଛ

‘ହେରା ଫେରି ୩’ରେ ପରେଶ ରାଓ୍ଵଲଙ୍କ ସ୍ଥାନ ନେବେ ପଙ୍କଜ ତ୍ରିପାଠୀ !

ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲଙ୍କ ଫିଲ୍ମ ‘ହେରା ଫେରି’କୁ ବଲିଉଡର ସବୁଠୁ ଶ୍ରେଷ୍ଠ କମେଡି ଫିଲ୍ମ କୁହାଯାଏ। ପ୍ରଶଂସକ ଓ ଦର୍ଶକ ଏହି ଫିଲ୍ମର ତୃତୀୟ ପାର୍ଟକୁ ଦୀର୍ଘ ବର୍ଷ ଧରି ଚାହିଁ ରହିଛନ୍ତି। ମାତ୍ର ପରେଶ ରାଓ୍ଵଲ ତୃତୀୟ ପାର୍ଟରେ ଅଭିନୟ କରିବାକୁ ମନା କରିଦେବା ପରେ ଫିଲ୍ମର ଭବଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ଫିଲ୍ମର ସୁଟିଂ ହେବ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ପରେଶ ରାଓ୍ଵଲଙ୍କ ସ୍ଥାନରେ ପଙ୍କଜ ତ୍ରିପାଠୀଙ୍କୁ   ନେବା ଉଚିତ୍ ବୋଲି ମତ ରଖିଛନ୍ତି। ଏହା ଉପରେ ପଙ୍କଜ ତ୍ରିପାଠୀ କହିଛନ୍ତି, ତାଙ୍କୁ ଲାଗୁନି ସେ ପରେଶ ରାଓ୍ଵଲଙ୍କ ସ୍ଥାନ ନେଇ ପାରିବେ।

ବଲିଉଡ ହଙ୍ଗାମା ସହ ସ୍ଵତନ୍ତ୍ର ଆଲୋଚନାରେ ପଙ୍କଜ ତ୍ରିପାଠୀ କହିଛନ୍ତି, ମୁଁ ପଢିଛି ଏବଂ ଶୁଣିଛି ଯେ ପ୍ରଶଂସକ ଚାହୁଁଛନ୍ତି ମୁଁ ପରେଶ ରାଓ୍ଵଲଙ୍କ ସ୍ଥାନରେ ଅଭିନୟ କରେ। ମୋତେ ଲାଗୁନି ମୁଁ ସେ ଚରିତ୍ରରେ ଅଭିନୟ କରି ପାରିବି। ପରେଶ ଜଣେ ଅସାଧାରଣ ଅଭିନେତା ଏବଂ ତାଙ୍କ ସାମ୍ନାରେ ମୁଁ କିଛି ବି ନୁହେଁ। ମୁଁ ତାଙ୍କୁ ବହୁତ ସମ୍ମାନ କରେ ଏବଂ ମୋତେ ଲାଗୁନି ସେହି କାମ ପାଇଁ ମୁଁ ଠିକ୍ ବ୍ୟକ୍ତି।

ଶୀଘ୍ର ଆସିବ କ୍ରିମିନାଲ ଜଷ୍ଟିସର ନୂଆ ସିଜିନ

ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଓ୍ଵେବ ସିରିଜ୍ କ୍ରିମିନାଲ ଜଷ୍ଟିସର ସିଜିନ ୪ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ପଙ୍କଜ ଏହି ସିରିଜରେ ଓକିଲ ମାଧବ ମିଶ୍ର ଚରିତ୍ରରେ ନଜର ଆସିବେ। ଏହି ସିରିଜ୍‌ର ଗତ ତିନୋଟି ସିଜିନକୁ ପ୍ରଶଂସକ ଓ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ। ନୂଆ ସିଜିନକୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି।

ଉଲ୍ଲେଖନୀୟ ହେରା ଫେରି ୩ ଉପରେ ନଜର ପକାଇଲେ ପରେଶ ରାଓ୍ଵଲ ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଅକ୍ଷୟ କୁମାର ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ସୁନୀଲ ସେଟ୍ଟୀ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କୁ ଜଣା ନାହିଁ ଏମିତି ସବୁ ଘଟଣା ଘଟିଛି। ସେ ଏହି ଖବର ବିଷୟରେ ତାଙ୍କ ପିଲାଙ୍କଠୁ ଜାଣିବାକୁ ପାଇଲେ।