୪ ଘଣ୍ଟାର ଦୂରତା, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ଲାଗିଗଲା ୪୦ ବର୍ଷ, ଏମିତି କାହିଁକି କହିଲେ ମୋଦି
କୁଏତ ସିଟି,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କୁଏତ ଗସ୍ତରେ ଅଛନ୍ତି। ଶନିବାର (ଡିସେମ୍ବର ୨୧, ୨୦୨୪)ରେ ଏକ କାର୍ଯ୍ୟକ୍ରମ ‘ହାଲା ମୋଦି’କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଭିଡ଼କୁ ଦେଖି ସେ ଅନୁଭବ କରିଛନ୍ତି ଯେ ସେ ତାଙ୍କ ସାମ୍ନାରେ ଏକ ଛୋଟ ହିନ୍ଦୁସ୍ତାନ ବା ଭାରତ ଦେଖିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ କୁଏତର ଭାରତଠାରୁ ଦୂରତା ମାତ୍ର ୪ ଘଣ୍ଟା କିନ୍ତୁ […] The post ୪ ଘଣ୍ଟାର ଦୂରତା, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ଲାଗିଗଲା ୪୦ ବର୍ଷ, ଏମିତି କାହିଁକି କହିଲେ ମୋଦି appeared first on Dharitri Odia News.
କୁଏତ ସିଟି,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କୁଏତ ଗସ୍ତରେ ଅଛନ୍ତି। ଶନିବାର (ଡିସେମ୍ବର ୨୧, ୨୦୨୪)ରେ ଏକ କାର୍ଯ୍ୟକ୍ରମ ‘ହାଲା ମୋଦି’କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଭିଡ଼କୁ ଦେଖି ସେ ଅନୁଭବ କରିଛନ୍ତି ଯେ ସେ ତାଙ୍କ ସାମ୍ନାରେ ଏକ ଛୋଟ ହିନ୍ଦୁସ୍ତାନ ବା ଭାରତ ଦେଖିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ କୁଏତର ଭାରତଠାରୁ ଦୂରତା ମାତ୍ର ୪ ଘଣ୍ଟା କିନ୍ତୁ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଆସିବାକୁ ୪ ଦଶନ୍ଧି ସମୟ ଲାଗିଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ମୁହୂର୍ତ୍ତ ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ୪ଦଶନ୍ଧିରୁ ଅଧିକ ସମୟ ପରେ ଅର୍ଥାତ୍ ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତକୁ ଆସିଛନ୍ତି। ଭାରତରୁ ଏଠାକୁ ଆସିବାକୁ ୪ ଘଣ୍ଟା ସମୟ ଲାଗିଛି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୪ ଦଶନ୍ଧି ସମୟ ଲାଗିଛି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଅଢେଇ ଘଣ୍ଟା ପୂର୍ବରୁ କୁଏତରେ ପହଞ୍ଚିଛି। ଯେବେଠୁ ମୁଁ ଏଠାକୁ ପାଦ ଦେଇଛି, ମୁଁ ଏକ ଭିନ୍ନ ପ୍ରକାରର, ଏକ ଭିନ୍ନ ଉଷ୍ମତା ଅନୁଭବ କରୁଛି। ଆପଣ ସମସ୍ତେ ଭାରତର ବିଭିନ୍ନ ରାଜ୍ୟରୁ ଆସିଛନ୍ତି। କିନ୍ତୁ ଆପଣ ସମସ୍ତଙ୍କୁ ଦେଖିବା ପରେ ଲାଗୁଛି ଯେପରି ମୋ ସାମ୍ନାରେ ଏକ ଛୋଟ ଭାରତ ଦେଖା ଦେଇଛି।
The post ୪ ଘଣ୍ଟାର ଦୂରତା, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ଲାଗିଗଲା ୪୦ ବର୍ଷ, ଏମିତି କାହିଁକି କହିଲେ ମୋଦି appeared first on Dharitri Odia News.