୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା

ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ। ପାଣି ବି ଶରୀର ପାଇଁ ଜରୁରୀ। ହେଲେ କେବେ ଶୁଣିଛନ୍ତି ଖାଦ୍ୟ ନ ଖାଇ କେବଳ ପାଣି ପିଇ କେହି ବର୍ଷ ବର୍ଷ ଧରି ଜିଇବା? କଥାଟି ଅସମ୍ଭବ ଲାଗୁଥିବ। ହେଲେ ଭିଏତନାମର୍‌ କ୍ୱାଙ୍ଗ ବିହ୍ନ ପ୍ରାନ୍ତର ବୁଇ ନାମ୍ନୀ ଜଣେ ମହିଳା ଦୀର୍ଘ ବର୍ଷ ଧରି କେବଳ ପାଣି […] The post ୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା appeared first on Dharitri Odia News.

୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା

ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ। ପାଣି ବି ଶରୀର ପାଇଁ ଜରୁରୀ। ହେଲେ କେବେ ଶୁଣିଛନ୍ତି ଖାଦ୍ୟ ନ ଖାଇ କେବଳ ପାଣି ପିଇ କେହି ବର୍ଷ ବର୍ଷ ଧରି ଜିଇବା? କଥାଟି ଅସମ୍ଭବ ଲାଗୁଥିବ। ହେଲେ ଭିଏତନାମର୍‌ କ୍ୱାଙ୍ଗ ବିହ୍ନ ପ୍ରାନ୍ତର ବୁଇ ନାମ୍ନୀ ଜଣେ ମହିଳା ଦୀର୍ଘ ବର୍ଷ ଧରି କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ୍ସ ପିଇ ଜୀବନଧାରଣ କରୁଛନ୍ତି। ଏହି ମହିଳାଙ୍କ ବୟସ ଏବେ ୭୫ ବର୍ଷ। ଆଉ ସେ ୫୦ ବର୍ଷ ହେବ କିଛି ବି ଭାରି ଖାଦ୍ୟ ଖାଇ ନାହାନ୍ତି। କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ୍ସ ପିଇ ଜିଇଛନ୍ତି। ଏହାର ଆରମ୍ଭ ୧୯୬୩ରେ ଯେବେ ସେ ଅନ୍ୟ ମହିଳାଙ୍କ ସହ ମିଶି ଯୁଦ୍ଧରେ ଆହତ ହୋଇଥିବା ସୈନିକଙ୍କ ଚିକିତ୍ସା କରିବା ପାଇଁ ପାହାଡ ଚଢୁଥିଲେ ହୋଇଥିଲା। ସେହି ସମୟରେ ହଠାତ୍‌ ତାଙ୍କ ଉପରେ ବଜ୍ରାପାତ ହୋଇଥିଲା। ଫଳରେ ତାଙ୍କୁ ଖାଦ୍ୟ ବଦଳରେ କିଛିଦିନ ମିଠା ପାଣି ଦିଆଗଲା। ସେବେଠାରୁ ତାଙ୍କର ପାଣି ପିଇବା ଅଭ୍ୟାସ ରହିଗଲା। ଏମିତିକି ଖାଦ୍ୟ ବାସ୍ନାରେ ହିଁ ତାଙ୍କୁ ବାନ୍ତି ଲାଗିବାକୁ ଲାଗିଲା। ତେଣୁ ସେ ଖାଦ୍ୟ ଜମାରୁ ଖାଇଲେ ନାହିଁ। ସେ ନିଜ ପିଲାଙ୍କ ପାଇଁ ତ ରୋଷେଇ କରନ୍ତି। ହେଲେ ନିଜେ ଖାଆନ୍ତି ନାହିଁ। ଦୀର୍ଘ ୫୦ ବର୍ଷ ହେବ ସେ ଏମିତି ଜୀବନ ଜିଉଁଛନ୍ତି।

The post ୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା appeared first on Dharitri Odia News.