12th Fail ଫିଲ୍ମ ଦେଖି ପ୍ରଭାବିତ ହେଲେ ଏଭରେଷ୍ଟ ବିଜୟିନୀ ଶୀତଲ, ଭଙ୍ଗାଗୋଡରେ ଚଢିଲେ ୧୯ହଜାର ଫୁଟ୍ ଶୃଙ୍ଗ
ନୂଆଦିଲ୍ଲୀ,୧।୨: କୌଣସି କାମ ଅସମ୍ଭବ ନୁହେଁ। ଯେତେ କଠିନ ହେଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବା ପାଇଁ ପଛଘୁଞ୍ଚା ଦେବା ଅନୁଚିତ। ଯେଉଁଠି ଥକି ପଡିବ ସେଇଠି ହିଁ ଆରମ୍ଭ ହୋଇଥାଏ ଅସଲ ପରିଶ୍ରମ। ତେଣୁ ଜୀବନର ପ୍ରତିଟି ମୂହୁର୍ତ୍ତରେ ନିଜକୁ ରିଷ୍ଟାର୍ଟ କରିବା ଉଚିତ। ଏହାର ଅସଲ ଉଦାହରଣ ସାଜିଛ12th fail ଫିଲ୍ମ। ଯାହା ଲୋକଙ୍କ ପାଇଁ ପ୍ରେରଣାଦାୟୀ ସାଜିଛି। ତେବେ ଏହି ଫିଲ୍ମର ପ୍ରଭାବ ଦେଖିବାକୁ ମିଳିଛି ଜଣେ କହିଳା ପର୍ବତ ଆରୋହଣକାରୀଙ୍କ ଉପରେ। […] The post 12th Fail ଫିଲ୍ମ ଦେଖି ପ୍ରଭାବିତ ହେଲେ ଏଭରେଷ୍ଟ ବିଜୟିନୀ ଶୀତଲ, ଭଙ୍ଗାଗୋଡରେ ଚଢିଲେ ୧୯ହଜାର ଫୁଟ୍ ଶୃଙ୍ଗ appeared first on Dharitri Odia News.
ନୂଆଦିଲ୍ଲୀ,୧।୨: କୌଣସି କାମ ଅସମ୍ଭବ ନୁହେଁ। ଯେତେ କଠିନ ହେଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବା ପାଇଁ ପଛଘୁଞ୍ଚା ଦେବା ଅନୁଚିତ। ଯେଉଁଠି ଥକି ପଡିବ ସେଇଠି ହିଁ ଆରମ୍ଭ ହୋଇଥାଏ ଅସଲ ପରିଶ୍ରମ। ତେଣୁ ଜୀବନର ପ୍ରତିଟି ମୂହୁର୍ତ୍ତରେ ନିଜକୁ ରିଷ୍ଟାର୍ଟ କରିବା ଉଚିତ। ଏହାର ଅସଲ ଉଦାହରଣ ସାଜିଛ12th fail ଫିଲ୍ମ। ଯାହା ଲୋକଙ୍କ ପାଇଁ ପ୍ରେରଣାଦାୟୀ ସାଜିଛି। ତେବେ ଏହି ଫିଲ୍ମର ପ୍ରଭାବ ଦେଖିବାକୁ ମିଳିଛି ଜଣେ କହିଳା ପର୍ବତ ଆରୋହଣକାରୀଙ୍କ ଉପରେ। ଯିଏକି ଜୀବନରେ ସବୁକିଛି ହାରିଯାଇଛି ବୋଲି ଭାବି ସାରିଥିଲେ। ସେ ହେଲେ ଏଭରେଷ୍ଟ ବିଜୟିନୀ ଶୀତଲ ମହାଜନ।
ଠିକ୍ ଭାବରେ ଚାଲିବୁଲି ପାରୁ ନ ଥିବା ଶୀତଲ ସମୁଦ୍ରତଟରୁ ୧୯ହଜାର ଫୁଟ୍ ଉଚ୍ଚ ମାଉଣ୍ଟ ୟୁଟିର ଶୃଙ୍ଗରେ ସଫଳତାର ସହ ଆରୋହଣ କରିଛନ୍ତି। ୨୦୨୨ରେ ସଲମୋଡ ନିବାସୀ ଏଭରେଷ୍ଟ ବିଜୟନୀ ଶୀତଲ ସ୍କିଙ୍ଗ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁଥିରେ ତାଙ୍କପାଦ ଓ ଗୋଇଠିରେ ଗୁରୁତର ଆଘାତ ଲାଗିଥିଲା।
ଲିଗାମେଣ୍ଟ ଅପରେଶନ ପରେ ତାଙ୍କ ଗୋଡ ପୁରାପୁରି ଠିକ୍ ହୋଇଯାଇଥିଲା। କିନ୍ତୁ ସାଧାରଣ ଲୋକଙ୍କ ପରି ସେ ଚଲାବୁଲା କରିପାରୁ ନ ଥିଲେ। କିନ୍ତୁ 12th fail ଫିଲ୍ମ ଦେଖି ସେ ପୁଣିଥରେ ଜୀବନକୁ ରିଷ୍ଟାର୍ଟ କରିବାର ନିଷ୍ପତ୍ତି ନେଇଥିଲେ।
The post 12th Fail ଫିଲ୍ମ ଦେଖି ପ୍ରଭାବିତ ହେଲେ ଏଭରେଷ୍ଟ ବିଜୟିନୀ ଶୀତଲ, ଭଙ୍ଗାଗୋଡରେ ଚଢିଲେ ୧୯ହଜାର ଫୁଟ୍ ଶୃଙ୍ଗ appeared first on Dharitri Odia News.