5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା

ବିଞ୍ଝାରପୁର : 5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା। ନବୀନ ସରକାର ସମୟରେ କରଯାଇଥିଲା ସ୍କୁଲର ଉନ୍ନତିକରଣ। ଉତ୍ତଙ୍ଗରା ଉଚ୍ଚ... The post 5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା appeared first on .

5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା

ବିଞ୍ଝାରପୁର : 5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା। ନବୀନ ସରକାର ସମୟରେ କରଯାଇଥିଲା ସ୍କୁଲର ଉନ୍ନତିକରଣ। ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟକୁ ଏହି ମାନ୍ଯତା ମିଳିଛି। ଯାଜପୁର ଜିଲ୍ଲାରେ ୧୨ ଟି ବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ବିଞ୍ଝାରପୁର ବ୍ଲକର ଏକ ମାତ୍ର ସ୍କୁଲ ଭାବେ ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟ ଏହି ମାନ୍ୟତା ପାଇଛି । ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହ ଭିତ୍ତିଭୁମି, ସ୍ମାର୍ଟ କ୍ଲାସରୁମ, ପିଲାଙ୍କ ପାଇଁ ପ୍ରଶସ୍ଥ ଖେଳ ପଡିଆ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଥିବ ତେବେ ସେହି ବିଦ୍ୟାଳୟ ଗୁଡିକ ପିଏମଶ୍ରୀ ଶ୍ରେଣୀରେ ଅନ୍ତର୍ଗତ ହେବ। ପୂର୍ବ ସରକାର ସମୟରେ 5T ସ୍କୁଲ ମଧ୍ଯରେ ଏହି ସ୍କୁଲର ଉନ୍ନତିକରଣ କରାଯାଇଥିବା ସହ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ଏହି ସ୍କୁଲ ପାଇଁ ଅନେକ ଅବଦାନ ରହିଛି। ପିଏମଶ୍ରୀ ମାନ୍ୟତା ପାଇବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଅଂଚଳବାସୀ ନିଜର ଖୁସୀ ବ୍ୟକ୍ତ କରିଛନ୍ତି।

The post 5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା appeared first on .