Airtel ଆଣିଛି ଖୁସି ଖବର, ୨୬ ଟଙ୍କାରେ ମିଳୁଛି ଶସ୍ତା ପ୍ଲାନ୍‌

Airtel ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ଖୁସି ଖବର, ଯେଉଁଥିରେ ଅଛି ୨୬ ଟଙ୍କା ମୂଲ୍ୟର ଶସ୍ତା ପ୍ଲାନ୍‌ । ଜୁଲାଇରେ ପ୍ଲାନ୍‌ ବଢ଼ିବା ପରେ, Airtel ଏହାର ବହୁ ପୁରୁଣା ପ୍ଲାନ୍‌ ହଟାଇ ଦେଇଛି କିମ୍ବା ନିଜର ପ୍ଲାନଗୁଡିକୁ ବଢ଼ାଇଦେଇଛି । ବର୍ତ୍ତମାନ Airtel ଏହାର କୋଟି କୋଟି ୟୁଜର୍ସଙ୍କ ପାଇଁ ଏହି ଶସ୍ତା ପ୍ୟାକ୍‌ ଲଞ୍ଚ କରିଛି । ଯେଉଁଥିରେ ୟୁଜର୍ସମାନେ ଇଣ୍ଟରନେଟ୍‌ ବ୍ୟବହାର କରିବା ପାଇଁ 1.5GB ହାଇସ୍ପିଡ୍‌ ଡାଟାର ଲାଭ […] The post Airtel ଆଣିଛି ଖୁସି ଖବର, ୨୬ ଟଙ୍କାରେ ମିଳୁଛି ଶସ୍ତା ପ୍ଲାନ୍‌ appeared first on KNews Odisha.

Airtel ଆଣିଛି ଖୁସି ଖବର, ୨୬ ଟଙ୍କାରେ ମିଳୁଛି ଶସ୍ତା ପ୍ଲାନ୍‌
airtel

Airtel ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ଖୁସି ଖବର, ଯେଉଁଥିରେ ଅଛି ୨୬ ଟଙ୍କା ମୂଲ୍ୟର ଶସ୍ତା ପ୍ଲାନ୍‌ । ଜୁଲାଇରେ ପ୍ଲାନ୍‌ ବଢ଼ିବା ପରେ, Airtel ଏହାର ବହୁ ପୁରୁଣା ପ୍ଲାନ୍‌ ହଟାଇ ଦେଇଛି କିମ୍ବା ନିଜର ପ୍ଲାନଗୁଡିକୁ ବଢ଼ାଇଦେଇଛି । ବର୍ତ୍ତମାନ Airtel ଏହାର କୋଟି କୋଟି ୟୁଜର୍ସଙ୍କ ପାଇଁ ଏହି ଶସ୍ତା ପ୍ୟାକ୍‌ ଲଞ୍ଚ କରିଛି । ଯେଉଁଥିରେ ୟୁଜର୍ସମାନେ ଇଣ୍ଟରନେଟ୍‌ ବ୍ୟବହାର କରିବା ପାଇଁ 1.5GB ହାଇସ୍ପିଡ୍‌ ଡାଟାର ଲାଭ ପାଇବେ । JIO ପରେ, ୟୁଜର୍ସଙ୍କ ଦୃଷ୍ଟରେ Airtel ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍‌ କମ୍ପାନୀ ପାଲଟିଛି ।

Airtelର ନୂଆ ପ୍ଲାନ୍‌ : 

Airtelର ଏହି ନୂଆ ପ୍ଲାନ୍‌ ୨୬ ଟଙ୍କା ପାଇଁ ଆସିଛି । କମ୍ପାନୀ ଏହାକୁ ଏକ ଡାଟା ପ୍ୟାକ୍‌ ଭାବେ ପରିଚିତ କରିଛି । ଯଦିଓ, କମ୍ପାନୀ ପୂର୍ବରୁ ୨୨ ଟଙ୍କା ମୂଲ୍ୟର ଏକ ଡାଟା ପ୍ୟାକ୍‌ ପ୍ରଦାନ କରୁଛି, ଯେଉଁଥିରେ ୟୁଜର୍ସମାନେ 1GB ଡାଟା ପାଇପାରିବେ । Airtelର ଏହି ରିଚାର୍ଜ ପ୍ଲାନ ୧ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଏହି ପ୍ଲାନରେ ୟୁଜର୍ସମାନେ 1.5GB ଡାଟା ପାଇଥାନ୍ତି । ୟୁଜର୍ସମାନେ ପୂର୍ବରୁ ଚାଲୁଥିବା ଟ୍ରୁଲି ଅନଲିମିଟେଡ୍‌ ପ୍ଲାନ ସହିତ Airtelର ଏହି ପ୍ଲାନ୍‌ଗୁଡିକୁ ବାଛିପାରିବେ । ଏହି ପ୍ଲାନରେ ୟୁଜର୍ସମାନଙ୍କୁ କୌଣସି ପ୍ରକାର ଫ୍ରି କଲିଂର ସୁବିଧା ଦିଆଯାଉନାହିଁ । ଏହା ସହ କୁହାଯାଇଛି ଯେ, ୨୨ ଏବଂ ୨୬ ଟଙ୍କା ବ୍ୟତିତ କମ୍ପାନୀର ଗୋଟିଏ ଦିନର ଭ୍ୟାଲିଡିଟି ସହିତ ଅନ୍ୟାନ୍ୟ ଡାଟା ପ୍ୟାକ୍‌ ମଧ୍ୟ ରହିଛି । କମ୍ପାନୀ ଏହାର ୩୩ ଟଙ୍କା ପ୍ଳାନରେ 2GB ଡାଟା ଏବଂ ୪୯ ଟଙ୍କା ପ୍ଲାନରେ ଅନଲିମିଟେଡ୍‌ ଡାଟା (FUP 20GB) ପ୍ରଦାନ କରିଛି ।

ଅନ୍ୟାନ୍ୟ ଡାଟା ପ୍ୟାକ୍‌ :
ଏହା ବ୍ୟତୀତ, କମ୍ପାନୀର ଅନେକ ଡାଟା ପ୍ଲାନ ରହିଛି, ଯେଉଁଥିରେ ୟୁଜର୍ସମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭ୍ୟାଲିଡିଟି ପାଇଥାନ୍ତି । କମ୍ପାନୀର ୭୭ ଟଙ୍କା ପ୍ଲାନରେ 5GB ଡାଟା ରଖିଥିବା ସହ ୧୨୧ ଟଙ୍କାରେ 6GB ଡାଟା ପ୍ରଦାନ କରାଯାଇଛି । ଏହି ଦୁଇଟି ଡାଟା ପ୍ୟାକ୍‌ ୟୁଜର୍ସମାନଙ୍କର ବର୍ତ୍ତମାନ ପ୍ଲାନଗୁଡିକ ଉପରେ କାମ କରେ ।

The post Airtel ଆଣିଛି ଖୁସି ଖବର, ୨୬ ଟଙ୍କାରେ ମିଳୁଛି ଶସ୍ତା ପ୍ଲାନ୍‌ appeared first on KNews Odisha.