AUS-A vs IND-A: Unofficial ଟେଷ୍ଟରେ ଭାରତର ଖରାପ ପ୍ରଦର୍ଶନ; ଫେଲ୍ ହେଲେ KL Rahul
ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ ଅନ୍ଫିସିଆଲ ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ । ଧ୍ରୁବ ଜୁରେଲଙ୍କ ୮୦ ରନ୍ ବଳରେ ଭାରତ-ଏ ମାତ୍ର ୧୬୧ ରନ୍ କରିପାରିଛି ।
ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ Unofficial ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ । ଧ୍ରୁବ ଜୁରେଲଙ୍କ ୮୦ ରନ୍ ବଳରେ ଭାରତ-ଏ ମାତ୍ର ୧୬୧ ରନ୍ କରିପାରିଛି । ୭ ଜଣ ଖେଳାଳି ଦୁଇ ଅଙ୍କ ରନ୍ କରିବାରେ ବିଫଳ ହୋଇଥିବା ବେଳେ ୩ ଜଣ ଜିରୋରେ ମଧ୍ୟ ଆଉଟ୍ ହୋଇଛନ୍ତି । ଅଷ୍ଟ୍ରେଲିଆର ମାଇକେଲ ନେସର ୪ଟି ୱିକେଟ୍ ନେଇଥିବା ବେଳେ ବିଉ ୱେବଷ୍ଟର୍ ୩ଟି ୱିକେଟ୍ ନେଇଛନ୍ତି ।
ଏପଟେ ଅଷ୍ଟ୍ରେଲିଆ ୧୬୧ ରନ୍କୁ ପିଛ କରି ପ୍ରଥମ ଦିନରେ ୨ଟି ୱିକେଟ୍ ହରାଇ ୫୩ ରନ୍ କରିଛି । ତେବେ ୨୨ ତାରିଖରୁ ଆରମ୍ଭ ହେବ ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସରିଜ୍ । ଯାହାକୁ ନେଇ ଧ୍ରୁବ ଜୁରେଲ ଓ କେ.ଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନ ନୌରାଶ୍ୟଜନକ ରହିଛି ।
ଅଧିକ ପଢ଼ନ୍ତୁ: Mission 2036 Olympics: ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ, IOCକୁ ଚିଠି ଲେଖିଲା IOA
ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ଟେଷ୍ଟ ସିରିଜ ହାରିଥିବା ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ଖେଳିବା ସ୍ୱପ୍ନ ସୁତାଖିଅରେ ଝୁଲୁଛି। ଏବେ ଭାରତକୁ ଫାଇନାଲ ଖେଳିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ୫ ଟିକିଆ ଟେଷ୍ଟ ସିରିଜ୍କୁ ଅତି କମରେ ୪-୦ରେ ଜିତିବାକୁ ପଡ଼ିବ।
ଅଷ୍ଟ୍ରେଲିଆ ମାଟିରେ ଏପରି କାରନାମା କରିବା ବେଶ କଷ୍ଟକର। ଯଦି ଭାରତୀୟ ଟିମ ସିରିଜ ନ ଜିତିବ, ତା’ହେଲେ ଦଳକୁ ଫାଇନାଲ ଖେଳିବା ପାଇଁ ଅନ୍ୟ ଟିମର ଟେଷ୍ଟ ସିରିଜ୍ ରେଜଲ୍ଟ ଉପରେ ନିର୍ଭର କରିବ। ଏପରି ସ୍ଥିତିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ, ତା’କୁ ନେଇ ସନ୍ଦେହରେ ରହିଛନ୍ତି। ନଭେମ୍ବର ୨୨ରୁ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ଖେଳିବ। ବ୍ୟକ୍ତିଗତ କାରଣ ପାଇଁ ରୋହିତ ଏହି ମ୍ୟାଚ୍ରେ ଉପଲବ୍ଧ ହେବେ କି ନାହିଁ, ସେକଥା ସେ ନିଜେ ମଧ୍ୟ ଜାଣି ନଥିବା କହିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିବା ପୂର୍ବରୁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। କିନ୍ତୁ ଦଳ ଏବେ ଦ୍ୱିତୀୟକୁ ଖସି ଆସିଛି। ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କା ଓ ଦ୍ୱିତୀୟରେ ଥିବା ଭାରତ ମଧ୍ୟରେ ବିଜୟ ପ୍ରତିଶତକ ପଏଣ୍ଟରେ ମଧ୍ୟ ଯଥେଷ୍ଟ ପାର୍ଥକ୍ୟ ନାହିଁ। ଏପରି ସ୍ଥିତିରେ ଭାରତକୁ ବର୍ଡର ଗାଭାସ୍କର ଟ୍ରଫିକୁ ଜିତିବାକୁ ପଡ଼ିବ।