Barabati Battle; ଇଣ୍ଡିଆ-ଇଂଲଣ୍ଡ ସେକେଣ୍ଡ୍ ଫାଇଟ୍, ଟିମକୁ ଫେରିବେ ପନ୍ତ ଏବଂ ବିରାଟ୍
ଭୁବନେଶ୍ୱର,୦୯/୦୨: ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ । ପ୍ରସ୍ତୁତ ବାରବାଟୀ, ପ୍ରସ୍ତୁତ ଉଭୟ ଟିମ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ରବିବାର ଦିନ ଗୋଟାଏରୁ କମ୍ପିବ କଟକ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । କାରଣ ନାଗପୁର ଦିନିକିଆକୁ ଜିତି ତିନୋଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆଗରେ ରହିଛି ଭାରତୀୟ ଦଳ । ସେପଟେ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେବା ରଣନୀତି ପ୍ରସ୍ତୁତ କରିଛି । ୫ବର୍ଷ ପରେ ଓଡ଼ିଶାର କ୍ରିକେଟ୍ ପ୍ରେମୀ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାର ମଜା ଉଠାଇବା ପାଇଁ ବାରବାଟୀରେ ଡେରା ପକାଇଛନ୍ତି । ଚାମ୍ପିଅନ୍ସ ଟ୍ରଫି ଆଖି ଆଗରେ ରହିଥିବାରୁ ଭାରତ ଏହି ସିରିଜ ଜରିଆରେ ସମସ୍ତ ଖେଳାଳିଙ୍କୁ ଅଳ୍ପ ବହୁତ ଅଭ୍ୟାସ ସୁଯୋଗ ଦେବାକୁ ଯୋଜନା କରୁଛି । ରବିବାର ବ୍ୟାଟିଂ ବିଭାଗକୁ ନେଇ ପରୀକ୍ଷା ନିରୀକ୍ଷା ହୋଇପାରେ । ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ଏକାଦଶକୁ ଫେରାଇ ଆଣିବାକୁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରୁଛନ୍ତି । ଏସବୁ ବ୍ୟତୀତ ସମସ୍ତଙ୍କ ନଜର ସିନିୟର ଖେଳାଳିଙ୍କ ଉପରେ ରହିବ। ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମ ଫେରିପାଇବା ଜରୁରି । ତେଣୁ ସେମାନଙ୍କ ପ୍ରଦର୍ଶନକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ପ୍ରଥମ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକ ପରେ
ଭୁବନେଶ୍ୱର,୦୯/୦୨: ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ । ପ୍ରସ୍ତୁତ ବାରବାଟୀ, ପ୍ରସ୍ତୁତ ଉଭୟ ଟିମ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ରବିବାର ଦିନ ଗୋଟାଏରୁ କମ୍ପିବ କଟକ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । କାରଣ ନାଗପୁର ଦିନିକିଆକୁ ଜିତି ତିନୋଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆଗରେ ରହିଛି ଭାରତୀୟ ଦଳ । ସେପଟେ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେବା ରଣନୀତି ପ୍ରସ୍ତୁତ କରିଛି । ୫ବର୍ଷ ପରେ ଓଡ଼ିଶାର କ୍ରିକେଟ୍ ପ୍ରେମୀ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାର ମଜା ଉଠାଇବା ପାଇଁ ବାରବାଟୀରେ ଡେରା ପକାଇଛନ୍ତି ।
ଚାମ୍ପିଅନ୍ସ ଟ୍ରଫି ଆଖି ଆଗରେ ରହିଥିବାରୁ ଭାରତ ଏହି ସିରିଜ ଜରିଆରେ ସମସ୍ତ ଖେଳାଳିଙ୍କୁ ଅଳ୍ପ ବହୁତ ଅଭ୍ୟାସ ସୁଯୋଗ ଦେବାକୁ ଯୋଜନା କରୁଛି । ରବିବାର ବ୍ୟାଟିଂ ବିଭାଗକୁ ନେଇ ପରୀକ୍ଷା ନିରୀକ୍ଷା ହୋଇପାରେ । ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ଏକାଦଶକୁ ଫେରାଇ ଆଣିବାକୁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରୁଛନ୍ତି । ଏସବୁ ବ୍ୟତୀତ ସମସ୍ତଙ୍କ ନଜର ସିନିୟର ଖେଳାଳିଙ୍କ ଉପରେ ରହିବ। ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମ ଫେରିପାଇବା ଜରୁରି । ତେଣୁ ସେମାନଙ୍କ ପ୍ରଦର୍ଶନକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ପ୍ରଥମ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକ ପରେ ଶ୍ରେୟାସ ଆୟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ବିରାଟ କୋହଲି ଆହତ ହେବାରୁ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ଏହି ସୁଯୋଗକୁ ସଫଳତାରେ ପରିଣତ କରିଥିଲେ । ସତ କହିବାକୁ ଗଲେ ଆୟର ଦିନିକିଆ ଫର୍ମାଟ୍ରେ ଟିମ୍ ଇଣ୍ଡିଆ ବ୍ୟାଟିଂ ବିଭାଗର ମେରୁହାଡ଼ ।
ଇଂଲଣ୍ଡ ବ୍ୟାଟରଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ଭାରତୀୟ ସ୍ପିନର । ଭାରତୀୟ ସ୍ପିନ ଆଟାକରେ ଢ଼େର ବିକଳ୍ପ ଓ ବିଭିନ୍ନତା ରହିଛି । ତେଣୁ ଇଂଲଣ୍ଡ ବ୍ୟାଟରମାନେ ସେମାନଙ୍କୁ ସାମ୍ନା କରିବାର ସୂତ୍ର ପାଇପାରୁ ନାହାନ୍ତି । ବିଶେଷ କରି ସମସ୍ତଙ୍କ ନଜରରେ ରହିବେ ହ୍ୟାରୀ ବ୍ରୁକ । ଏହି ଗସ୍ତରେ ସେ ୬ଟି ମ୍ୟାଚ୍ ତଥା ଟି-ଟ୍ୱେଣ୍ଟି ସିରିଜକୁ ମିଶାଇ ମାତ୍ର ୯୧ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବର୍ତ୍ତମାନ ତାଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି ।
ପେସ୍ ବୋଲରଙ୍କ ଉପରେ ନଜର: ବାରବାଟୀ ଷ୍ଟାଡ଼ିୟମ୍ରେ ସ୍ପିନରଙ୍କ ତୁଳନାରେ ପେସ୍ ବୋଲରଙ୍କ ପ୍ରଦର୍ଶନ ଉନ୍ନତ ରହିଛି । ରବିବାର ମଧ୍ୟ ପେସ୍ ବୋଲର ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି । ଏଠାରେ ପେସ୍ ବୋଲରମାନେ ମୋଟ୍ ୧୩୭ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ସ୍ପିନରମାନେ ୮୮ଟି ୱିକେଟ୍ ନେଇଛନ୍ତି । ଉଭୟ ଦଳ ପେସ୍ ବୋଲିଂ ବିଭାଗରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଭାରତ ହର୍ଷିତ ରାଣାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ଖେଳାଇପାରେ । ସେହିପରି ଇଂଲଣ୍ଡ ସାକିବ ମହମ୍ମଦଙ୍କ ସ୍ଥାନରେ ମାର୍କ ଉଡ୍ଙ୍କୁ ଏକାଦଶକୁ ଡକାଇବା ସମ୍ଭାବନା ରହିଛି ।
ବ୍ୟାଟିଂର ଭୁସ୍ୱର୍ଗ: ବାରବାଟୀ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଉଭୟ ଦଳ ଶେଷ ଥର ପାଇଁ ୨୦୧୭ରେ ଏଠାରେ ପରସ୍ପରକୁ ଭେଟିଥିଲେ । ଭାରତ ଏହି ମ୍ୟାଚ୍ ଜିତିଥିଲେ ହେଁ ମୋଟ୍ ୭୪୭ ରନ ସଂଗୃହୀତ ହୋଇଥିଲା । ଭାରତର ୬/୩୮୧ ରନ ଜବାବରେ ଇଂଲଣ୍ଡ ୮/୩୬୬ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଯୁବରାଜ ସିଂହ ୧୫୦ ଓ ମହେନ୍ଦ୍ର ସିଂହ ଧୋନି ୧୩୪ ରନ୍ର ଇନିଂସ ଖେଳିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଇୟନ ମୋର୍ଗାନ ୧୦୨ ରନ୍ ସଂଗ୍ରହ କରିଥିଲେ । ବାରବାଟୀରେ ଶେଷ ଥର ପାଇଁ ୨୦୧୯ରେ ଏକ ଦିନିକିଆ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ମଧ୍ୟ ୬୩୧ ରନ ସଂଗୃହୀତ ହୋଇଥିଲା ।