Budget Reaction: ରାକେଶ ଟିକାୟତ କହିଲେ- ଚାଷୀଙ୍କୁ ଋଣରେ ବୁଡ଼େଇ ଦେବ ଏହି ବଜେଟ୍

ନୂଆଦିଲ୍ଲୀ ୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିବା ପରେ ଏ ନେଇ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଗଲାଣି। ଏଥିରେ ଅର୍ଥମନ୍ତ୍ରୀ ଚାଷୀଙ୍କ ନିମନ୍ତେ କରିଥିବା ଘୋଷଣାରେ ଅଲଗା ଅଲଗା ଚାଷୀ ସଙ୍ଗଠନମାନେ ବଜେଟ ପ୍ରାବଧାନଗୁଡିକୁ ନେଇ ନିଜନିଜର ରାୟ ରଖିଛନ୍ତି ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। କିଷାନ କ୍ରେଡିଟ କାର୍ଡ ଲିମିଟ ବଢାଇବା ନିମନ୍ତେ ଘୋଷଣାକୁ ନେଇ ରାକେଶ ଟିକାୟତ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ବଜେଟରେ ଚାଷୀଙ୍କୁ ଋଣ ମୁକ୍ତ କରିବା ପାଇଁ ପ୍ରାବଧାନ ରହିବା କଥା। ହେଲେ କେନ୍ଦ୍ର ସରକାର ସେମାନଙ୍କୁ ଋଣରେ ଛନ୍ଦି ଦେବାର ବ୍ୟବସ୍ଥା କରିଛନ୍ତି। ଏନେଇ କୃଷକ ନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଦେଶର କୃଷକଙ୍କୁ ଋଣ ଜାଲରେ ଛନ୍ଦି ସେମାନଙ୍କ ଜମି କର୍ପୋରେଟଙ୍କୁ ପ୍ରଦାନ କରିବାର ଷଡ଼ଯନ୍ତ୍ର କରାଯାଇଛି। ରାକେଶ ଟିକାୟତ ବଜେଟ୍ କୁ ‘ଜନତା ବନାମ କର୍ପୋରେଟ’ ବଜେଟ ବୋଲି କହିଛନ୍ତି। बजट में किसानों को कर्ज मुक्त करने का प्रावधान होना चाहिए था लेकिन सरकार ने दोबारा से कर्ज बढ़ाने की बात की किसानों को कर्ज के जाल में फंसा कर किसान की जमीन कॉरपोरेट को सौंपने की साजिश है यह बजट जनता बनाम कॉर्पोरेट है सरकार ने पुरान

Budget Reaction: ରାକେଶ ଟିକାୟତ କହିଲେ- ଚାଷୀଙ୍କୁ ଋଣରେ ବୁଡ଼େଇ ଦେବ ଏହି ବଜେଟ୍

ନୂଆଦିଲ୍ଲୀ ୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିବା ପରେ ଏ ନେଇ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଗଲାଣି। ଏଥିରେ ଅର୍ଥମନ୍ତ୍ରୀ ଚାଷୀଙ୍କ ନିମନ୍ତେ କରିଥିବା ଘୋଷଣାରେ ଅଲଗା ଅଲଗା ଚାଷୀ ସଙ୍ଗଠନମାନେ ବଜେଟ ପ୍ରାବଧାନଗୁଡିକୁ ନେଇ ନିଜନିଜର ରାୟ ରଖିଛନ୍ତି ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। କିଷାନ କ୍ରେଡିଟ କାର୍ଡ ଲିମିଟ ବଢାଇବା ନିମନ୍ତେ ଘୋଷଣାକୁ ନେଇ ରାକେଶ ଟିକାୟତ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। 

ସେ କହିଛନ୍ତି ଯେ ବଜେଟରେ ଚାଷୀଙ୍କୁ ଋଣ ମୁକ୍ତ କରିବା ପାଇଁ ପ୍ରାବଧାନ ରହିବା କଥା। ହେଲେ କେନ୍ଦ୍ର ସରକାର ସେମାନଙ୍କୁ ଋଣରେ ଛନ୍ଦି ଦେବାର ବ୍ୟବସ୍ଥା କରିଛନ୍ତି। ଏନେଇ କୃଷକ ନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଦେଶର କୃଷକଙ୍କୁ ଋଣ ଜାଲରେ ଛନ୍ଦି ସେମାନଙ୍କ ଜମି କର୍ପୋରେଟଙ୍କୁ ପ୍ରଦାନ କରିବାର ଷଡ଼ଯନ୍ତ୍ର କରାଯାଇଛି। ରାକେଶ ଟିକାୟତ ବଜେଟ୍ କୁ ‘ଜନତା ବନାମ କର୍ପୋରେଟ’ ବଜେଟ ବୋଲି କହିଛନ୍ତି। 


ରାକେଶ ଟିକାୟତ କହିଛନ୍ତି ଯେ ସରକାର ପୁରୁଣା ବଜେଟକୁ ନୂଆ କରି କର୍ପୋରେଟଙ୍କ ହାତକୁ ଦେଇଛନ୍ତି। ଏହା ଛଡା ଅନ୍ୟ କୃଷକ ନେତାମାନେ କହିଛନ୍ତି ଯେ ଚାଷୀ ଋଣରେ ବୁଡିବାକୁ ନୁହେଁ ଋଣରୁ ମୁକୁଳିବାକୁ ଚାହାନ୍ତି। ଏଣୁ ସେମାନେ ଋଣ ମୁକ୍ତି ଦାବି କରୁଛନ୍ତି। ହେଲେ ସରକାର ଏହାକୁ ନେଇ ବଜେଟରେ କୌଣସି ଘୋଷଣା କରି ନାହାନ୍ତି। ଏଣୁ ଚାଷୀ ବଜେଟକୁ ନେଇ ଯେଉଁ ଆଶା ବାନ୍ଧି ଥିଲେ ତାହା ପାଣି ହୋଇଯାଇଛି। 


କୃଷକ ନେତାଙ୍କ କହିବା କଥା ହେଉଛି ଯେଉଁ ଚାଷୀମାନେ ଋଣରେ ବୁଡ଼ି ରହିଛନ୍ତି ଏହି ବଜେଟରୁ ସେମାନଙ୍କୁ କିଛି ମିଳିବାର ନାହିଁ। ଏଣୁ କୃଷକ ନେତାମାନେ କହିଛନ୍ତି ଯେ ସରକାରଙ୍କ ବେଜଟରୁ ଚାଷୀଙ୍କୁ କୌଣସି ଲାଭ ମିଳିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ କୃଷି ମନ୍ତ୍ରାଳୟ ବଜେଟ ଗତବର୍ଷ ଯାହା ଥିଲା ଚଳିତବର୍ଷ ଏଥିରେ ୧୯,୫୮୬ କୋଟିଟଙ୍କା ବଢାଇ ଏହାକୁ ୧୭,୧,୪୩୭ କୋଟିର କରାଯାଇଛି।