ChatGPT ଏବଂ DeepSeek ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ, ଅର୍ଥ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଦେଶୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ଟୁଲ୍ସ ଉପରେ ସରକାର କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଚାଟ୍‌ଜିପିଟି ଏବଂ DeepSeek ପରି ଏଆଇ ଟୁଲ୍ସର ବ୍ୟବହାର ଉପରେ ରୋକ ଲଗାଇଛି । ଏହି ନିଷ୍ପତ୍ତି ଗୋପନୀୟ ଦସ୍ତାବିଜ ଏବଂ ଡାଟାର ସମ୍ଭାବିତ ଲିକ୍ ଚିନ୍ତା ଯୋଗୁଁ ନିଆଯାଇଛି । ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେଙ୍କ ମଞ୍ଜୁରୀ ସହ ଜାରି ଏହି ଆଦେଶ ସମସ୍ତ ଏଆଇ ଟୁଲ୍ସ ଏବଂ ଆପ୍ଲିକେସନ ଉପରେ ଲାଗୁ ହେବ ।ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟର ସମସ୍ତ କର୍ମଚାରୀଙ୍କୁ ଆଦେଶ ଜାରି କରି ଚାଟ୍‌ଜିପିଟି ଏବଂ DeepSeek ପରି ଏଆଇ ଟୁଲ୍ସ ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ସରକାରଙ୍କ ଅନୁମାନରେ ବିଦେଶୀ ଏଆଇ ବ୍ୟବହାର ଦ୍ୱାରା ସରକାରୀ ଡାଟା, ଦସ୍ତାବିଜ ଲିକ୍ ହେବାର ବିପଦ ରହିଛି ।ମନ୍ତ୍ରଣାଳୟ ପକ୍ଷରୁ ସବୁ ବିଭାଗଗୁଡ଼ିକ ଏକ ଚିଠି ଜାରି କରାଯାଇଛି । ଏହି ବିଭାଗଗୁଡ଼ିକ ମଧ୍ୟରେ ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ ଅଫେୟର୍ସ, ଟିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର୍, ଡିପାର୍ଟମେଣ୍ଟ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍, ଦୀପମ ଏବଂ ଡିପାର୍ଟମେଣ୍ଟ ଅଫ୍ ଫାଇନାନସିଆଲ୍ ସର୍ଭିସେସ୍ ସାମିଲ ରହିଛି । ସିଏନବିସି ଆୱାଜ ରିପୋର୍ଟ ଅନୁସାରେ ଏହି ଆଦେଶ ୨୦୨୫ ଜାନୁଆରୀ ୨୯ରେ ଜାରି କରାଯାଇଥିଲା । 

ChatGPT ଏବଂ DeepSeek ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ, ଅର୍ଥ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଦେଶୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ଟୁଲ୍ସ ଉପରେ ସରକାର କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଚାଟ୍‌ଜିପିଟି ଏବଂ DeepSeek ପରି ଏଆଇ ଟୁଲ୍ସର ବ୍ୟବହାର ଉପରେ ରୋକ ଲଗାଇଛି । ଏହି ନିଷ୍ପତ୍ତି ଗୋପନୀୟ ଦସ୍ତାବିଜ ଏବଂ ଡାଟାର ସମ୍ଭାବିତ ଲିକ୍ ଚିନ୍ତା ଯୋଗୁଁ ନିଆଯାଇଛି । ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେଙ୍କ ମଞ୍ଜୁରୀ ସହ ଜାରି ଏହି ଆଦେଶ ସମସ୍ତ ଏଆଇ ଟୁଲ୍ସ ଏବଂ ଆପ୍ଲିକେସନ ଉପରେ ଲାଗୁ ହେବ ।

ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟର ସମସ୍ତ କର୍ମଚାରୀଙ୍କୁ ଆଦେଶ ଜାରି କରି ଚାଟ୍‌ଜିପିଟି ଏବଂ DeepSeek ପରି ଏଆଇ ଟୁଲ୍ସ ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ସରକାରଙ୍କ ଅନୁମାନରେ ବିଦେଶୀ ଏଆଇ ବ୍ୟବହାର ଦ୍ୱାରା ସରକାରୀ ଡାଟା, ଦସ୍ତାବିଜ ଲିକ୍ ହେବାର ବିପଦ ରହିଛି ।

ମନ୍ତ୍ରଣାଳୟ ପକ୍ଷରୁ ସବୁ ବିଭାଗଗୁଡ଼ିକ ଏକ ଚିଠି ଜାରି କରାଯାଇଛି । ଏହି ବିଭାଗଗୁଡ଼ିକ ମଧ୍ୟରେ ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ ଅଫେୟର୍ସ, ଟିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର୍, ଡିପାର୍ଟମେଣ୍ଟ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍, ଦୀପମ ଏବଂ ଡିପାର୍ଟମେଣ୍ଟ ଅଫ୍ ଫାଇନାନସିଆଲ୍ ସର୍ଭିସେସ୍ ସାମିଲ ରହିଛି । ସିଏନବିସି ଆୱାଜ ରିପୋର୍ଟ ଅନୁସାରେ ଏହି ଆଦେଶ ୨୦୨୫ ଜାନୁଆରୀ ୨୯ରେ ଜାରି କରାଯାଇଥିଲା ।