CMC ଭେଣ୍ଡିଂ ଦୋକାନରେ ଚଢ଼ାଉ, ୨ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କଲା ଏନଫୋର୍ସମେଣ୍ଟ ଟିମ୍

କଟକ ୪।୧୦: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ସିଏମ୍‌ସି ଭେଣ୍ଡିଂ ଦୋକାନରେ ଚଢ଼ାଉ । ରାସ୍ତାକଡରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ଚଢାଉ କରିଛି ସିଏମ୍‌ସି । ସୂଚନାଯୋଗ୍ୟ ଯେ, କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ସିଏମସି ଭେଣ୍ଡିଂ ଦୋକାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ନେଇ ଅଭିଯୋଗ ଆସିଥିଲା । ଏଭଳି ଅଭିଯୋଗ ପାଇବା ପରେ ସିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଛି । ଚଢାଉ ବେଳେ ରାସ୍ତା କଡରେ ଅତି କଦର୍ଯ୍ୟ ଭାବେ ଖାଦ୍ୟ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ, ଫୁଡ଼ ଇନ୍ସପେକ୍ଟର ଚଢ଼ାଉ କରି ୩ଟି ଦୋକାନକୁ ସିଲ୍ କରିଛି ଏନଫୋର୍ସମେଣ୍ଟ ଟିମ୍ । ଦୋକାନ ଗୁଡିକର ଆବଶ୍ୟକୀୟ ଫୁଡ଼ ଲାଇସେନ୍ସ ନଥିବା ଟିମ୍ ଜାଣିବାକୁ ପାଇଥିଲା । ଚଢାଉ ବେଳେ ୨ କ୍ବିଣ୍ଟାଲ ଖାଦ୍ୟ ଜବତ ହୋଇଥିଲା । ଏହି ଖାଦ୍ୟକୁ ନଷ୍ଟ କରାଯିବା ସହ ଦୋକାନ ଗୁଡିକ ଉପରେ ଫାଇନ୍ ମଧ୍ୟ ହୋଇଥିବା ଜଣାପଡିଛି ।You Can Read:ହାଇକୋର୍ଟ ସମେତ ସବୁ ଅଦାଲତରେ ଖୁବ୍‌ଶୀଘ୍ର ନିଯୁକ୍ତ ହେବେ ସରକାରୀ ଓକିଲ : ମନମୋହନ ସାମଲ

CMC ଭେଣ୍ଡିଂ ଦୋକାନରେ ଚଢ଼ାଉ, ୨ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କଲା ଏନଫୋର୍ସମେଣ୍ଟ ଟିମ୍

କଟକ ୪।୧୦: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ସିଏମ୍‌ସି ଭେଣ୍ଡିଂ ଦୋକାନରେ ଚଢ଼ାଉ । ରାସ୍ତାକଡରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ଚଢାଉ କରିଛି ସିଏମ୍‌ସି । 

ସୂଚନାଯୋଗ୍ୟ ଯେ, କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ସିଏମସି ଭେଣ୍ଡିଂ ଦୋକାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ନେଇ ଅଭିଯୋଗ ଆସିଥିଲା । ଏଭଳି ଅଭିଯୋଗ ପାଇବା ପରେ ସିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଛି । ଚଢାଉ ବେଳେ ରାସ୍ତା କଡରେ ଅତି କଦର୍ଯ୍ୟ ଭାବେ ଖାଦ୍ୟ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ, ଫୁଡ଼ ଇନ୍ସପେକ୍ଟର ଚଢ଼ାଉ କରି ୩ଟି ଦୋକାନକୁ ସିଲ୍ କରିଛି ଏନଫୋର୍ସମେଣ୍ଟ ଟିମ୍ । ଦୋକାନ ଗୁଡିକର ଆବଶ୍ୟକୀୟ ଫୁଡ଼ ଲାଇସେନ୍ସ ନଥିବା ଟିମ୍ ଜାଣିବାକୁ ପାଇଥିଲା । ଚଢାଉ ବେଳେ ୨ କ୍ବିଣ୍ଟାଲ ଖାଦ୍ୟ ଜବତ ହୋଇଥିଲା । ଏହି ଖାଦ୍ୟକୁ ନଷ୍ଟ କରାଯିବା ସହ ଦୋକାନ ଗୁଡିକ ଉପରେ ଫାଇନ୍ ମଧ୍ୟ ହୋଇଥିବା ଜଣାପଡିଛି ।

You Can Read:

ହାଇକୋର୍ଟ ସମେତ ସବୁ ଅଦାଲତରେ ଖୁବ୍‌ଶୀଘ୍ର ନିଯୁକ୍ତ ହେବେ ସରକାରୀ ଓକିଲ : ମନମୋହନ ସାମଲ