COVID Impact on Heart Attacks: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଗବେଷଣାରୁ ମିଳିଲା ତଥ୍ୟ
କୋଭିଡ୍ ପରବର୍ତ୍ତୀ କାଳରେ ବଢ଼ିଚାଲିଥିବା ହୃଦଘାତର କାରଣ ସଂପର୍କରେ ତିନି ଭାରତୀୟ ବୈଜ୍ଞାନିକଙ୍କ ମିଳିତ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ବଡ଼ କଥା ହେଉଛି କୋଭିଡ୍ ଓ ହୃଦରୋଗ ସଂପର୍କରେ ଥିବା ଏ ଲିଙ୍କକୁ ସାମ୍ନାକୁ ଆଣିଥିବା ଗବେଷକଙ୍କ ଭିତରେ ଅଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡା।