Delhi Air Pollution: ବିଷ ବଳୟରେ ରାଜଧାନୀ ଦିଲ୍ଲୀ; ୱାର୍କ ଫ୍ରମ ହୋମ୍ କରିବେ ୫୦% ସରକାରୀ କର୍ମଚାରୀ
ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର ।
ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ ଦିନକୁ ଦିନ ବାୟୁର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ AQI ୪୫୦ ପାର୍ କରିଥିବା ବେଳେ ସରକାର ଏନେଇ ଅନେକ ନିୟମ ଲାଗୁ କରିଛନ୍ତି। ଗତ ସୋମବାର ଗ୍ରେପ୍-୪ କଟକଣା ଲାଗୁ ହୋଇଥିବା ବେଳେ ଆଜି ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜିଠାରୁ ଅଧା ସରକାରୀ କର୍ମଚାରୀ ଘରେ ରହି କାମ କରିବେ। ତେବେ ଏନେଇ ଆଜି ଅପରାହ୍ନ ଗୋଟାଏ ବେଳେ ସଚିବାଳୟରେ ଏକ ବୈଠକ ବସିବ। ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ବୈଠକରେ ଆଲୋଚନା ହେବ।
ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ସୂଚନା ଅନୁଯାୟୀ, ଗତ ୨ଦିନ ଧରି AQI ୪୫୦ ଉପରେ ରହୁଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ୪୨୪ ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ: Delhi Pollution: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି
ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି । ଏହାର ମୁକାବିଲା ପାଇଁ ଦିଲ୍ଲୀରେ ଲାଗୁ ହୋଇଛି ଗ୍ରେପ୍-୪ କଟକଣା । ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ । କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ ।ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ ।
प्रदुषण कम करने के लिए दिल्ली सरकार ने सरकारी दफ़्तरो में वर्क फ्रॉम होम का लिया निर्णय
50% कर्मचारी करेंगे घर से काम
इसके इम्पलिमेंटेशन के लिए सचिवालय में आज दोपहर 1 बजे अधिकारियों के साथ होगी बैठक — Gopal Rai (@AapKaGopalRai) November 20, 2024
BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ । ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ସେହିପରି ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀ ଓ ସମ୍ପୂର୍ଣ୍ଣ NCRରେ ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ଏପରିକି ଦିଲ୍ଲୀ ୟୁନିର୍ଭସିଟିକୁ ନଭେମ୍ବର ୨୩, JNUରେ ନଭେମ୍ବର ୨୨ ପର୍ଯ୍ୟନ୍ତ ଅନଲାଇନରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି । ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ତେବେ o ରୁ ରୁ ୫୦ ମଧ୍ୟରେ ଥିବା AQI କୁ ‘ଭଲ’, ୫୧ ଏବଂ ୧୦୦ ମଧ୍ୟରେ ରହିଲେ ଏହା ‘ସନ୍ତୋଷଜନକ’, ୧୦୧ ରୁ ୨୦୦କୁ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ରହିଲେ ‘ଅତି ଖରାପ’ ବୋଲି ଧରାଯାଏ । ସେହିପରି AQI ୪୦୧ରୁ ୪୫୦ ମଧ୍ୟରେ ରହିଲେ ଏହାକୁ ‘ଗୁରୁତର’ ଏବଂ ୪୫୦ ପାର୍ କଲେ ଏହାକୁ ସିଭିୟର୍ ପ୍ଲସ୍ ବା ‘ଅତି ଗୁରୁତର’ ଭାବରେ ବିବେଚନା କରାଯାଏ । ବଢୁଥିବା AQI ଇନଡେକ୍ସକୁ ହ୍ରାସ ଓ ବାୟୁ ଗୁଣବତ୍ତାରେ ସୁଧାର ଆଣିବା ପାଇଁ ଏହିସବୁ ନିୟମ ଲାଗୁ ହୋଇଛି ।