FBIର ଟପ୍ ୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଭାରତୀୟ ଯୁବକ, ମୁଣ୍ଡ ଉପରେ ୨,୫୦,୦୦୦ ଡଲାର ପୁରସ୍କାର
ନୂଆଦିଲ୍ଲୀ: ଏଫ୍ବିଆଇର ଟପ୍ ୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଭାରତୀୟ ଯୁବକ । ୨୦୧୫ ମସିହାରେ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଭଦ୍ରେଶକୁମାର ଚେତନଭାଇ ପଟେଲକୁ ଖୋଜୁଛି ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା । ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (FBI) ଶୁକ୍ରବାର ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଫଟୋ ସେୟାର କରି ଅଭିଯୁକ୍ତ ବାବାଦରେ ସୂଚନା ଦେବା ପାଇଁ ଅନୁରୋଧ କରିଛି । ୩୪ ବର୍ଷୀୟ ଭଦ୍ରେଶକୁମାର ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଆମେରିକାର ମେରିଲାଣ୍ଡ ରାଜ୍ୟରେ ୱାଣ୍ଟେଡ୍ ଅଛି ।ଏଫବିଆଇ ଏକ୍ସ ପୋଷ୍ଟରେ ଲେଖିଛି, 'WANTED- ହତିଆରଧାରୀ ଏବଂ ଅତ୍ୟଧିକ ମାରାତ୍ମକ ! ଆମ ଏଫବିଆଇର ୧୦ ମୋଷ୍ଟ ୱାଣ୍ଟେଡ୍ ପଳାତକଙ୍କ ମଧ୍ୟରୁ ଭଦ୍ରେଶକୁମାରଙ୍କୁ ଧରିବାରେ ସହଯୋଗ କରନ୍ତୁ । ଯଦି କେହି ପଟେଲଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି ତେବେ ଏଫବିଆଇ ସହ ଯୋଗାଯୋଗ କରନ୍ତୁ । ସେ ନିଜ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ଏବଂ ୱାଣ୍ଟେଡ୍ ।' ଏହା ପୂର୍ବରୁ ଏଫବିଆଇ ଭଦ୍ରେଶକୁମାର ପଟେଲଙ୍କ ନାଁରେ ୨,୫୦,୦୦୦ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା ।WANTED—considered armed and extremely dangerous! Help the #FBI find one of our Ten Most Wanted Fugitives, Bhadreshkumar Chetanbhai Patel.If you have any information on Patel, a 34-year-old
ନୂଆଦିଲ୍ଲୀ: ଏଫ୍ବିଆଇର ଟପ୍ ୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଭାରତୀୟ ଯୁବକ । ୨୦୧୫ ମସିହାରେ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଭଦ୍ରେଶକୁମାର ଚେତନଭାଇ ପଟେଲକୁ ଖୋଜୁଛି ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା । ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (FBI) ଶୁକ୍ରବାର ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଫଟୋ ସେୟାର କରି ଅଭିଯୁକ୍ତ ବାବାଦରେ ସୂଚନା ଦେବା ପାଇଁ ଅନୁରୋଧ କରିଛି । ୩୪ ବର୍ଷୀୟ ଭଦ୍ରେଶକୁମାର ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଆମେରିକାର ମେରିଲାଣ୍ଡ ରାଜ୍ୟରେ ୱାଣ୍ଟେଡ୍ ଅଛି ।
ଏଫବିଆଇ ଏକ୍ସ ପୋଷ୍ଟରେ ଲେଖିଛି, 'WANTED- ହତିଆରଧାରୀ ଏବଂ ଅତ୍ୟଧିକ ମାରାତ୍ମକ ! ଆମ ଏଫବିଆଇର ୧୦ ମୋଷ୍ଟ ୱାଣ୍ଟେଡ୍ ପଳାତକଙ୍କ ମଧ୍ୟରୁ ଭଦ୍ରେଶକୁମାରଙ୍କୁ ଧରିବାରେ ସହଯୋଗ କରନ୍ତୁ । ଯଦି କେହି ପଟେଲଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି ତେବେ ଏଫବିଆଇ ସହ ଯୋଗାଯୋଗ କରନ୍ତୁ । ସେ ନିଜ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ଏବଂ ୱାଣ୍ଟେଡ୍ ।' ଏହା ପୂର୍ବରୁ ଏଫବିଆଇ ଭଦ୍ରେଶକୁମାର ପଟେଲଙ୍କ ନାଁରେ ୨,୫୦,୦୦୦ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା ।
WANTED—considered armed and extremely dangerous! Help the #FBI find one of our Ten Most Wanted Fugitives, Bhadreshkumar Chetanbhai Patel.
If you have any information on Patel, a 34-year-old wanted for the violent murder of his wife, contact the FBI. https://t.co/f4NEKw2Rvi pic.twitter.com/9TvpMPlIEp— FBI (@FBI) January 15, 2025
ଭଦ୍ରେଶକୁମାର ପଟେଲ ଗୁଜରାଟର ମୂଳ ବାସିନ୍ଦା । ୨୦୧୫ ଏପ୍ରିଲ୍ ୧୨ରେ ସେ ନିଜ ପତ୍ନୀ ପାଲକଙ୍କୁ ମେରିଲାଣ୍ଡର ହନୋଭେର ସ୍ଥିତ ଡଙ୍କିନ ଡୋନଟ୍ସ ଦୋକାନରେ ରାତି ଶିଫ୍ଟ ବେଳେ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ଅତ୍ୟନ୍ତ କ୍ରୁର ଥିଲା । କୁହାଯାଇଛି ଯେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିଲା । ରିପୋର୍ଟ ଅନୁସାରେ ପଟେଲ ନିଜ ପତ୍ନୀଙ୍କୁ ରୋଷେଇ ଘର ଛୁରୀରେ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ଦୋକାନରେ ଥିବା ଗ୍ରାହକଙ୍କ ସାମନାରେ ହୋଇଥିଲା ।
ରିପୋର୍ଟ ଅନୁସାରେ ପାଲକ ଭାରତ ଫେରିଆସିବା ପାଇଁ ଯୋଜନା କରୁଥିଲେ । ଦୁହିଁଙ୍କ ଭିସା ଶେଷ ହେବାକୁ କିଛି ମାସର ସମୟ ଥିଲା । ପାଲକ ଆମେରିକାରେ ରହିବାକୁ ଚାହୁଁନଥିଲେ । ଅନ୍ୟପଟେ ଭଦ୍ରେଶକୁମାର ଆମେରିକାରେ ହିଁ ରହିବାକୁ ଚାହୁଁଥିଲେ । ଏହି ବିବାଦ ଯୋଗୁଁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ବଚସା ହେଉଥିଲା । ଭଦ୍ରେଶକୁମାର ପତ୍ନୀ ପାଲକକୁ ହତ୍ୟା କରିବା ପରଠୁ ଫେରାର ଅଛି । ୨୦୧୫ ଏପ୍ରିଲରେ ୱାଲ୍ଟିମୋରରେ ଆମେରିକୀୟ ଜିଲ୍ଲା କୋର୍ଟ ଭଦ୍ରେଶକୁମାର ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ ।