G7 ସମ୍ମିଳନୀରେ ଯୋଗ ଦେଇନପାରନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କାନାଡ଼ାର ଆଲବର୍ଟା ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବାର ସମ୍ଭାବନା କମ୍ ରହିଥିବା ନେଇ ସୋମବାର ଦିନ ସୂଚନା ମିଳିଛି। ତେବେ ଗତ ୬ ବର୍ଷ ମଧ୍ୟରେ ଏହିପରି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। କାନାଡା ଜୁନ୍ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରୁଛି। ଯେଉଁଥିରେ ରୁଷ-ୟୁକ୍ରେନ ବିବାଦ ଏବଂ ପଶ୍ଚିମ ଏସିଆର ପରିସ୍ଥିତି ସମେତ ବିଶ୍ୱ ସାମ୍ନା କରୁଥିବା ଅସୁବିଧା […] The post G7 ସମ୍ମିଳନୀରେ ଯୋଗ ଦେଇନପାରନ୍ତି ପ୍ରଧାନମନ୍ତ୍ରୀ appeared first on Odisha.News.
ନୂଆଦିଲ୍ଲୀ: କାନାଡ଼ାର ଆଲବର୍ଟା ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବାର ସମ୍ଭାବନା କମ୍ ରହିଥିବା ନେଇ ସୋମବାର ଦିନ ସୂଚନା ମିଳିଛି। ତେବେ ଗତ ୬ ବର୍ଷ ମଧ୍ୟରେ ଏହିପରି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି।
କାନାଡା ଜୁନ୍ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରୁଛି। ଯେଉଁଥିରେ ରୁଷ-ୟୁକ୍ରେନ ବିବାଦ ଏବଂ ପଶ୍ଚିମ ଏସିଆର ପରିସ୍ଥିତି ସମେତ ବିଶ୍ୱ ସାମ୍ନା କରୁଥିବା ଅସୁବିଧା ଉପରେ ଆଲୋକପାତ କରାଯିବାର ସମ୍ଭାବନା ରହୁଛି। କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ଓଟାୱା ଦ୍ୱାରା ଏହି ସମ୍ମିଳନୀ ପାଇଁ କୌଣସି ନିମନ୍ତ୍ରଣପତ୍ର ପଠାଯାଇ ନାହିଁ।ଅପରପକ୍ଷରେ ଉଭୟ ଦେଶଙ୍କ ମଧ୍ୟରେ ବର୍ତ୍ତମାନର ସମ୍ପର୍କକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏଥିରେ ଯୋଗଦେବାର ସମ୍ଭାବନା କମ୍ ଥିବା ନେଇ ସୂଚନା ମିଳିଛି।
ଗତ ୨୦୨୩ ମସିହାରେ ଖାଲିସ୍ତାନ ର ସମର୍ଥକ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ନେଇ କାନାଡା ଅଭିଯୋଗ କରିବା ପରେ ଭାରତ-କାନାଡା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।କିନ୍ତୁ ଏପ୍ରିଲରେ ସଂସଦୀୟ ନିର୍ବାଚନରେ ଲିବରାଲ ପାର୍ଟି ନେତା ମାର୍କ କାର୍ନିଙ୍କ ବିଜୟ ପରେ ଦୁଇ ଦେଶର ସମ୍ପର୍କରେ କିଛି ସୁଧାର ଆସିବା ନେଇ ଆଶା କରାଯାଉଛି।
The post G7 ସମ୍ମିଳନୀରେ ଯୋଗ ଦେଇନପାରନ୍ତି ପ୍ରଧାନମନ୍ତ୍ରୀ appeared first on Odisha.News.