IND vs ENG: ବାରବାଟୀରେ ଲିଭିଗଲା ଲାଇଟ୍: ଖେଳ ବାଧାପ୍ରାପ୍ତ
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଳିଛି ଭାରତ ଓ ଇଂଲଣ୍ଡ ମହାମୁକାବିଲା। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡା କରିଛି। ଫଳରେ ଭାରତ ଆଗରେ ୩୦୫ ରନ୍ର ଟାର୍ଗେଟ୍ ରଖିଛି ଇଂଲଣ୍ଡ। ଜବାବରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ୬.୧ ଓଭର ସୁଦ୍ଧା ବିନା […] The post IND vs ENG: ବାରବାଟୀରେ ଲିଭିଗଲା ଲାଇଟ୍: ଖେଳ ବାଧାପ୍ରାପ୍ତ appeared first on Dharitri Odia News.
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଳିଛି ଭାରତ ଓ ଇଂଲଣ୍ଡ ମହାମୁକାବିଲା। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡା କରିଛି। ଫଳରେ ଭାରତ ଆଗରେ ୩୦୫ ରନ୍ର ଟାର୍ଗେଟ୍ ରଖିଛି ଇଂଲଣ୍ଡ।
ଜବାବରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ୬.୧ ଓଭର ସୁଦ୍ଧା ବିନା କୌଣସି ଉଇକେଟ ହରାଇ ୪୮ରନ୍ କରିଛି। ହେଲେ ଫ୍ଲଡ ଲାଇଟ୍ ସମସ୍ୟା ଯୋଗୁ ମ୍ୟାଚ୍ ଅଧାରୁ ବନ୍ଦ ରହିଛି। ଷ୍ଟାଡିୟମରେ କ୍ଲବ ଟାୱାର ପାଖରେ ଲାଗିଥିବା ଫ୍ଲଡ ଲାଇଟ ମ୍ୟାଚ୍ ଚାଳିଥିବା ବେଳେ ବନ୍ଦ ହୋଇଯାଇଥିଲା। ଫଳରେ ଖେଳ ବାଧାପ୍ରାପ୍ତ ହୋଇଛି। ଦୁଇ ଓପ୍ନର ଖେଳି ନ ପାରି ପ୍ୟାଭିଲିଅନ୍ ଫେରିଛନ୍ତି। ଏହି ଅଭାବନୀୟ ସ୍ଥିତି ପାଇଁ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି। ଅନ୍ତର୍ଜାତୀୟ ମ୍ୟାଚ୍ରେ ଏପରି ତ୍ରୁଟିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post IND vs ENG: ବାରବାଟୀରେ ଲିଭିଗଲା ଲାଇଟ୍: ଖେଳ ବାଧାପ୍ରାପ୍ତ appeared first on Dharitri Odia News.