'indian Idol' ସିଜିନ୍ ୧୫ର ୱିନର ମାନସୀ ଘୋଷ, ଟ୍ରଫି ସହ ଜିତିଲେ ୨୫ ଲକ୍ଷ ଟଙ୍କା
ମୁମ୍ଵାଇ ୦୭।୦୪; ସୋନି ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ' 'ଇଣ୍ଡିଆନ୍ ଆଇଡଲ୍'ର ସିଜିନ୍ ୧୫। ବର୍ତ୍ତମାନ ଏହି ଶୋ’କୁ ବିଜେତା ମିଳିଛି। କୋଲକାତାର ମାନସୀ ଘୋଷ ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିଛନ୍ତି। ତାଙ୍କର ସୁମଧୁର କଣ୍ଠସ୍ୱର ଏବଂ ଦମ୍ଦାର ପ୍ରଦର୍ଶନ ସହିତ, ମାନସୀ ସମସ୍ତ ଦର୍ଶକ ଏବଂ ଜଜ୍ଙ୍କ ହୃଦୟ ଏବଂ ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିଲେ। କୋଲକାତାର ବାସିନ୍ଦା ମାନସୀ ଇଣ୍ଡିଆନ୍ ଆଇଡଲର ମଞ୍ଚରେ ଶାସ୍ତ୍ରୀୟ ଗୀତ ଠାରୁ ଆରମ୍ଭ କରି କନ୍ଟେମ୍ପରୀ ଯାଏଁ ପ୍ରତ୍ୟକ ଗୀତ ନିଜ ଅନ୍ଦାଜରେ ଗାଇଥିଲେ । ପ୍ରତ୍ୟେକ ପ୍ରଦର୍ଶନରେ ତାଙ୍କର ଆତ୍ମବିଶ୍ୱାସ ଏବଂ ସଙ୍ଗୀତ ପ୍ରତି ଆଗ୍ରହ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ତାଙ୍କର ଏହି ମନୋଭାବ ଯୋଗୁଁ ତାଙ୍କୁ ଇଣ୍ଡିଆନ୍ ଆଇଡଲର 'କ୍ରେଜି ଗର୍ଲ' ବୋଲି କୁହାଯାଉଥିଲା। ଏହି କ୍ରେଜି ଗର୍ଲ ଏବେ ଟ୍ରଫି ଏବଂ ଏକ ଚକଚକିଆ କାର ସହିତ ୨୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପାଇଛି। ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫାଇନାଲରେ ମାନସୀ ୫ ଜଣ ଫାଇନାଲିଷ୍ଟକୁ ଟକ୍କର ଦେଇଥିଲେ । ସେମାନଙ୍କ ମଧ୍ୟରେ ସୁଭାଜିତ ଚକ୍ରବର୍ତ୍ତୀ, ସ୍ନେହା ଶଙ୍କର, ଚୈତନ୍ୟ ଦେୱାଡେ, ପ୍ରିୟଙ୍କା ଦତ୍ତା ଏବଂ ଅନିରୁଦ୍ଧ ସୁଶ୍ୱରାମଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସମସ୍ତ ଫାଇନାଲିଷ୍ଟ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଥିଲେ, କିନ୍ତୁ ଶନିବାର ଏପିସୋଡରେ ଅନିରୁଦ୍ଧ ଶୋ’ରୁ ବାହାରିଗଲେ। ଅନିରୁଦ୍ଧଙ୍କ ପ୍ରସ
ମୁମ୍ଵାଇ ୦୭।୦୪; ସୋନି ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ' 'ଇଣ୍ଡିଆନ୍ ଆଇଡଲ୍'ର ସିଜିନ୍ ୧୫। ବର୍ତ୍ତମାନ ଏହି ଶୋ’କୁ ବିଜେତା ମିଳିଛି। କୋଲକାତାର ମାନସୀ ଘୋଷ ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିଛନ୍ତି। ତାଙ୍କର ସୁମଧୁର କଣ୍ଠସ୍ୱର ଏବଂ ଦମ୍ଦାର ପ୍ରଦର୍ଶନ ସହିତ, ମାନସୀ ସମସ୍ତ ଦର୍ଶକ ଏବଂ ଜଜ୍ଙ୍କ ହୃଦୟ ଏବଂ ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିଲେ। କୋଲକାତାର ବାସିନ୍ଦା ମାନସୀ ଇଣ୍ଡିଆନ୍ ଆଇଡଲର ମଞ୍ଚରେ ଶାସ୍ତ୍ରୀୟ ଗୀତ ଠାରୁ ଆରମ୍ଭ କରି କନ୍ଟେମ୍ପରୀ ଯାଏଁ ପ୍ରତ୍ୟକ ଗୀତ ନିଜ ଅନ୍ଦାଜରେ ଗାଇଥିଲେ । ପ୍ରତ୍ୟେକ ପ୍ରଦର୍ଶନରେ ତାଙ୍କର ଆତ୍ମବିଶ୍ୱାସ ଏବଂ ସଙ୍ଗୀତ ପ୍ରତି ଆଗ୍ରହ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ତାଙ୍କର ଏହି ମନୋଭାବ ଯୋଗୁଁ ତାଙ୍କୁ ଇଣ୍ଡିଆନ୍ ଆଇଡଲର 'କ୍ରେଜି ଗର୍ଲ' ବୋଲି କୁହାଯାଉଥିଲା। ଏହି କ୍ରେଜି ଗର୍ଲ ଏବେ ଟ୍ରଫି ଏବଂ ଏକ ଚକଚକିଆ କାର ସହିତ ୨୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପାଇଛି।

ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫାଇନାଲରେ ମାନସୀ ୫ ଜଣ ଫାଇନାଲିଷ୍ଟକୁ ଟକ୍କର ଦେଇଥିଲେ । ସେମାନଙ୍କ ମଧ୍ୟରେ ସୁଭାଜିତ ଚକ୍ରବର୍ତ୍ତୀ, ସ୍ନେହା ଶଙ୍କର, ଚୈତନ୍ୟ ଦେୱାଡେ, ପ୍ରିୟଙ୍କା ଦତ୍ତା ଏବଂ ଅନିରୁଦ୍ଧ ସୁଶ୍ୱରାମଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସମସ୍ତ ଫାଇନାଲିଷ୍ଟ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଥିଲେ, କିନ୍ତୁ ଶନିବାର ଏପିସୋଡରେ ଅନିରୁଦ୍ଧ ଶୋ’ରୁ ବାହାରିଗଲେ। ଅନିରୁଦ୍ଧଙ୍କ ପ୍ରସ୍ଥାନ ପରେ, ବାକି ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଫାଇନାଲ ପ୍ରତିଯୋଗିତା ହୋଇଥିଲା। ସ୍ନେହା ଶଙ୍କର ଶୋ’ର ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ ଏବଂ ଆଇଡଲର 'ଭାଇ-ଭଉଣୀ' ଯୋଡ଼ି ସୁଭାଜିତ ଏବଂ ମାନସୀଙ୍କୁ ଟପ୍-୨ ଘୋଷଣା କରାଯାଇଥିଲା। ଶେଷରେ, ସୁଭାଜିତଙ୍କୁ ପଛରେ ପକାଇ, ମାନସୀ ଏହି ପ୍ରସିଦ୍ଧ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ର ବିଜେତା ହୋଇଥିଲେ।

ମାନୁଷୀ ତାଙ୍କ ବିଜୟର ଶ୍ରେୟ ତାଙ୍କ ପିତାମାତା, ଗୁରୁ ଏବଂ ଦର୍ଶକଙ୍କ ପ୍ରେମ ଏବଂ ସମର୍ଥନକୁ ଦେଇଛନ୍ତି। ସେ କହିଛନ୍ତି ଯେ 'ଇଣ୍ଡିଆନ୍ ଆଇଡଲ୍'ର ମଞ୍ଚ ତାଙ୍କ ପାଇଁ ଏକ ସ୍ୱପ୍ନ ସତ ହେବା ଭଳି ଏବଂ ସେ ଭବିଷ୍ୟତରେ ମଧ୍ୟ ସଙ୍ଗୀତ ସହିତ ତାଙ୍କର ସମ୍ପର୍କ ଜାରି ରଖିବେ। ପୂର୍ବରୁ ମାନସୀ ଏକ ବଙ୍ଗଳାର ସିଙ୍ଗିଙ୍ଗ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେ ଏହି ଶୋ’ର ରନର୍ସଅପ୍ ଥିଲେ। ଏହି ଶୋ’ରୁ ସେ ପାଇଥିବା ଆତ୍ମବିଶ୍ୱାସ ମାନସୀଙ୍କୁ ଇଣ୍ଡିଆନ୍ ଆଇଡଲକୁ ଯିବା ପାଇଁ ସାହାଯ୍ୟ କରିଥିଲା।